ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ,ଜଗତସିଂହପୁର ପରିସରରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ କହିଲେ ଶିଶୁ ମାନଙ୍କୁ ଶ୍ରମିକ ଭାବେ କାମରେ ଲଗାଇବା ଏକ ସାମାଜିକ ବ୍ୟାଧି l ଆମେ ସମସ୍ତେ କହୁଛେ ଏବଂ ନିନ୍ଦା କରୁଛେ ଶିଶୁ ଶ୍ରମିକ ପ୍ରଥାକୁ l କିନ୍ତୁ ଆମେ ସଂକଳ୍ପ କରିଵା ନିଜ ଘର ହେଉ,କାର୍ଯ୍ୟାଳୟ ହେଉ କିମ୍ବା ଅନୁଷ୍ଠାନ ମାନଙ୍କ ରେ ହେଉ ଯେପରି ଶିଶୁ ମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରିଵା ନାହିଁ l ଆଜି ବି କୃଷି କର୍ମରେ ,ବସ୍ ଷ୍ଟାଣ୍ଡ ,ରେଲୱେ ଷ୍ଟେସନ ,ଢ଼ାବା ,ହୋଟେଲ ଆଦିରେ ଶିଶୁ ଶ୍ରମିକ ମାନେ କାର୍ଯ୍ୟ କରୁଛନ୍ତି lଶିଶୁ ମାନଙ୍କୁ ଶ୍ରମ ରେ ନିୟୋଜିତ କଲେ ସେମାନଙ୍କର ଅଧିକାର କ୍ଷୁଣ୍ଣ ହୁଏ l ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ )ଅଧି ନିୟମ -୧୯୮୬ ର ଧାରା ୩ ଅନୁସାରେ ଶିଶୁ ମାନଙ୍କୁ ୧୮ଟି ବୃତ୍ତି ତଥା ୬୫ ଟି ପ୍ରକ୍ରିୟାରେ ନିୟୋଜନ କରିଵା ସମ୍ପୂର୍ଣ ଭାବେ ବାରଣ କରାଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା ଯୋଗଦେଇ କହିଲେ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ଙ୍କୁ ବାଧ୍ୟତା ମୂଳକ ଶିକ୍ଷା ପ୍ରଦାନ କରାଯାଇଛି lଶିକ୍ଷା ଗ୍ରହଣ କରିବା ପ୍ରତ୍ୟକ ଶିଶୁର ଅଧିକାର l ଶିଶୁ ଅଧିକାର ସୁରକ୍ଷା ପ୍ରତ୍ୟକ ନାଗରିକ ଙ୍କ କର୍ତବ୍ୟ l ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଶ୍ରୀ ଉତ୍କଳ ରଞ୍ଜନ ମହାନ୍ତି ଯୋଗଦେଇ କହିଲେ ପ୍ରଥମେ ଶିଶୁ ଓ କିଶୋର ମାନେ କେଉଁଠି କାମ କରୁଛନ୍ତି ତାହା ଖୋଜି ବାହାର କରିବା lଶିକ୍ଷା ଅଧିକାର ଅଧି ନିୟମର ସଠିକ କାର୍ଯ୍ୟ ନ୍ବୟର୍ ଦ୍ୱାରା ଶିଶୁ ଶ୍ରମିକ ନିରାକରଣ କରାଯାଇପାରିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କାହ୍ନୁ ଚରଣ ରାଉତ ଯୋଗଦେଇ କହିଲେ ଶିଶୁ ଶ୍ରମିକ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ପୁନରୁଦ୍ଧାର ଓ ଥଇଥାନ ନିମନ୍ତେ ଶିଶୁ ମଙ୍ଗଳ ସମିତି ରେ ହାଜର କରାଇବା ଆବଶ୍ୟକ l ଜଗତସିଂହପୁର ଜିଲ୍ଲାରେ ୨୦୧୪ ମସିହାରୁ ୨୦୨୨ ମଧ୍ୟରେ ୨୦୦ ଶିଶୁ ଶ୍ରମିକ ଙ୍କୁ ଶିଶୁ ମଙ୍ଗଳ ସମିତି ରେ ହାଜର କରାଯାଇଛି l ସେମାନଙ୍କ ମଧ୍ୟରୁ ରାଜ୍ୟ ବାହାରର ୪୬ ଜଣ, ଅନ୍ୟ ଜିଲ୍ଲାର ୮୬ ଜଣ ଓ ଜଗତସିଂହପୁର ଜିଲ୍ଲାର ୬୮ ଜଣ ଅଟନ୍ତି l ଅନ୍ୟ ରାଜ୍ୟ ଓ ଜିଲ୍ଲାର ଶିଶୁ ମଙ୍ଗଳ ସମିତିକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି l ଆମ ଜିଲ୍ଲାର ୪ ଜଣ ଶିଶୁ ଙ୍କୁ ଆନୁଷ୍ଠାନିକ ଯତ୍ନ ଯୋଗାଇ ଦିଆ ଯାଇଥିବା ବେଳେ ୭ ଜଣ ଶିଶୁ ଙ୍କୁ ପୃଷ୍ଟ ପୋଷକତା ସହାୟତା ଯୋଗାଇ ଦିଆଯାଇଛି l ଅବଶିଷ୍ଟ ଶିଶୁଙ୍କୁ ସେମାନଙ୍କ ପରିବାର କୁ ହସ୍ତାନ୍ତର କରାଯାଇଛି l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଜଗତସିଂହପୁର ଏକ ଶିକ୍ଷା ସଚେତନ ଜିଲ୍ଲା l କୋମଳମତି ଶିଶୁ ମାନେ ହେଉଛନ୍ତି ଭବିଷ୍ୟତର ନାଗରିକ l ସେମାନଙ୍କୁ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ ରେ ନିୟୋଜିତ କଲେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ l ଜିଲ୍ଲାରୁ ଶିଶୁ ଶ୍ରମିକ ପ୍ରଥା ସମ୍ପୂର୍ଣ ନିରାକରଣ ନିମନ୍ତେ ଜନ ସଧାରଣ ଙ୍କୁ ସଚେତନ କରିଵା ଆମର ପ୍ରଥମ କର୍ତ୍ତବ୍ୟ l ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବା ବା ଆନନ୍ଦ ରଞ୍ଜନ ଦାସ ପ୍ରାରମ୍ଭରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଵା ସହିତ ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ରଥ ଜିଲ୍ଲା ପରିକ୍ରମା କରି ଲୋକ ମାନଙ୍କୁ ସଚେତନ କରାଯାଉଛି l ଶ୍ରମ ଅଧିକାରୀ ଓ ପୋଲିସ ଙ୍କ ସହାୟତା ଚଢ଼ାଉ ଜାରୀ ରଖିଛି ବୋଲି କହିଥିଲେ l ସରକାରୀ ଶ୍ରମ ଅଧିକାରୀ ସୌମ୍ୟା ରଞ୍ଜିତା ଦଳାଇ ଯୋଗଦେଇ କହିଲେ ମେ ୧୫ ତାରିଖ ରୁ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସ୍ବତନ୍ତ୍ର ଅଭିଯାନ ଜାରୀ ରଖିଛି l୧୪ ବର୍ଷ ରୁ କମ୍ ଶିଶୁ ମାନଙ୍କୁ ଶ୍ରମିକ ଭାବେ ନିୟୋଜନ ଆଇନରେ ଏକ ଦଣ୍ଡନୀୟ ଅପରାଧ l ଶିଶୁ ଶ୍ରମିକ ଅଧି ନିୟମ ୧୯୮୬ ଧାରା ୧୪ ଅନୁସାରେ ଯେଉଁମାନେ ଶିଶୁ ଶ୍ରମିକ ନିୟୋଜନ କରିବେ ସେମାନେ ୬ମାସରୁ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୨୦ ହଜାର ରୁ ୫୦ ହଜାର ପର୍ଯ୍ୟନ୍ତ ଜୋରିମାନା ଅଥବା ଉଭୟ ଦଣ୍ଡ ରେ ଦଣ୍ଡିତ ହେବେ l ସେହିପରି ୧୪ ବର୍ଷରୁ ୧୮ ବର୍ଷ ର୍ କିଶୋର ଙ୍କୁ ବିପଦ ପୂର୍ଣ ବୃତ୍ତି ରେ ନିୟୋଜିତ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଜୋରିମାନା ଦଣ୍ଡରେ ଦଣ୍ଡିତ ହେବେ l ଉପସ୍ଥିତ ଅଧିକାରୀ ,ନିଯୁକ୍ତି ଦାତା ,ଇଟାଭାଟି ମାଲିକ, ହୋଟେଲ ଓ ଢ଼ାବା ମାଲିକ ,ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା ,ଗଣ ମାଧ୍ୟମ ପ୍ରତିନିଧି ମାନେ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ନିମନ୍ତେ ଶପଥପାଠ କରିଥିଲେ l
ରାଜ୍ୟ
ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
- Hits: 412