ରାଉରକେଲା( ବସନ୍ତ କୁମାର ଜେନା); ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଆଜି ବିଶ୍ରା ଅଞ୍ଚଳରେ ଥିବା ଏକ ଗୋଦାମରେ ଚଢ଼ାଉ କରି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହୁଲି ଜବତ କରାଯିବା ସହ ୪ଟି ଗାଡ଼ି ଓ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଉକ୍ତ ଚଢ଼ାଉରେ ରାଉରକେଲା ଅବକାରୀ ବିଭାଗର ଆଇଆଇସି ସ୍ନେହଲତା ନାୟକ, ଅନ୍ୟ ଅଧିକାରୀ ଓ କର୍ମୀ ସାମିଲ ଥିଲେ । ଏକ ଗୁପ୍ତ ସୂଚନା ଆଧାରରେ ବିଶ୍ରା ଥାନା ଅଞ୍ଚଳରେ ରହୁଥିବା ନିରୋଜ ଶାହା ନାମକ ଜଣେ ଯୁବକଙ୍କ ଗୋଦାମରେ ବେଆଇନ ଭାବେ ରଖାଯାଇଥିବା ମହୁଲି ଗୋଦାମରେ ଚଢ଼ଉ କରି ୭୨ କ୍ୱିଣ୍ଟାଲ ମହୁଲି ଜବତ କରାଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ରହିଛି । ଏହି ଚଢାଉରେ ରାଉରକେଲା ଅବକାରୀ ବିଭାଗର ଅଧିକାରୀ ସ୍ନେହଲତା ନାୟକ, ସବଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ମାନସ ମୁଣ୍ଡା, ରମାକାନ୍ତ ଚାନ୍ଦ ଓ ଅନ୍ୟ ଅଧିକାରୀ, କର୍ମଚାରୀ ସାମିଲ ଥିଲେ । ଏହି ଚଢ଼ାଉକୁ ନେଇ ବେଆଇନ ଭାବେ କାମ କରୁଥିବା ମହୁଲି ବ୍ୟବସାୟୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି ।
ରାଜ୍ୟ
ରାଉରକେଲା ଅବକାରୀ ବିଭାଗ ଦ୍ୱାରା ଏକ ଗୋଦାମ ଘରୁ ୩ ଲକ୍ଷ ଟଙ୍କାର ମହୁଲ ଜବତ, ୧ ଗିରଫ
- Hits: 299