ଭୁବନେଶ୍ବର: ଆଗାମୀ ରଜ ପର୍ବ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ଶେଷ ରଜ (ଭୂଦାହ) ଜୁନ – ୧୬ ତାରିଖରେ ସମସ୍ତ ସରକାରୀ କାର୍ଯ୍ୟ।ଳୟ ବନ୍ଦ ରହିବ । ରଜ ପର୍ବ ଉପଲକ୍ଷେ ଜୁନ ୧୪ ତାରିଖ,୧୫ ତାରିଖ ସରକାରୀ ଛୁଟି ରହିଛି । ପ୍ରକାଶ ଯୋଗ୍ୟ ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପତ୍ର ସଂଖ୍ୟା – ୩୪୫୭୮ ତା ୧୭.୧୧.୨୦୨୧ ଅନୁଯାୟୀ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବିଜ୍ଞପ୍ତି ନମ୍ବର – ୧୮୨୫ ତା ୨୧.୦୨.୨୦୨୨ ଅନୁସାରେ ଗୋଟିଏ କ୍ଯାଲେଣ୍ଡର ବର୍ଷରେ ରାଜସ୍ୱ ଆୟୁକ୍ତ ତାଙ୍କ କାର୍ଯ୍ୟ ପରିସରରେ ଥିବା ନିର୍ଦ୍ଧିଷ୍ଟ ଜିଲ୍ଲାରେ ଗୋଟିଏ ଦିନ ସରକାରୀ ସ୍ଥାନୀୟ ଛୁଟି ଘୋଷଣା କରିଥା’ନ୍ତି । ଏହି ଆଧାରରେ ଆଗାମୀ ଜୁନ ୧୬ ତାରିଖକୁ ସରକାରୀ ଛୁଟି ଘୋଷଣା କରାଯାଇଛି ।
ରାଜ୍ୟ
ଜୁନ - ୧୬ ଶେଷ ରଜ ଦିନ ଖୋର୍ଦ୍ଧା ଜିଲ୍ଲାରେ ସରକାରୀ ସ୍ଥାନୀୟ ଛୁଟି
- Hits: 382