ସିଭିଲ କୋର୍ଟ କମ୍ପ୍ଳେକ୍ସ ପରିଦର୍ଶନ ପରେ ଫଳ ଚାରା ରୋପଣ ପାଇଁ ପରାମର୍ଶ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଗୁରୁବାର ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ସପତ୍ନୀକ ଓଡଗାଁ ଠାରେ ପହଞ୍ଚି ଶ୍ରୀରଘୁନାଥ ଜୀଉଙ୍କୁ ଦର୍ଶନ କରିଛନ୍ତି |
ଶ୍ରୀଜୀଉଙ୍କ ଦର୍ଶନ ପରେ ଅପରାହ୍ନ ୧ଟା ବେଳେ ଓଡ଼ଗାଁ ସିଭିଲ କୋର୍ଟ ପରିଦର୍ଶନ କରିଥିଲେ ।ବରିଷ୍ଠ ଦେୱାନୀ ଜଜ୍ ତଥା ସହକାରୀ ଦୌରାଜଜ୍ ଶିବାଶିଷ ଗିରି , ଦେୱାନୀ ବିଚାରପତି ତଥା ପ୍ରଥମଶ୍ରେଣୀ ବିଚାରବିଭାଗୀୟ ଅଧିକାରୀ ସ୍ରୁଜନ ସାରସ୍ୱତ, ଓଡ଼ଗାଁ ବାର ଆସୋସିଏସନ ସଭାପତି ଇନ୍ଦୁଭୁଷଣ ମିଶ୍ର, ସମ୍ପାଦକ ଗୌରହରି ସ୍ୱାଇଁ ଓ ଅନ୍ୟ ସମସ୍ତ ଉପସ୍ଥିତ ଆଇନଯିବି ମାନେ ଜଷ୍ଟିସ ଷଡ଼ଙ୍ଗୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
କୋର୍ଟ ପରିସର ବୁଲିବା ସମୟରେ ପଛପାଖ ଖାଲି ସ୍ଥାନରେ ବିଭିନ୍ନ ଫଳଚାରା ରୋପଣ ପାଇଁ ପରାମର୍ଶ ଦେଇଥିଲେ । ପରେ ସିନେମାହଲ ଛକ ଠାରେ ନୂତନ ଭାବେ ନିର୍ମିତ ମହାବୀର ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ କଟକ ପ୍ରତ୍ୟାବର୍ତ୍ତନ କରିଥିଲେ।