ହେଡଲାଇନସ୍:

ଦୁବାଇରେ ନିଖୋଜ ଅସୁସ୍ଥ ଓଡିଆ ଯୁବକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉଦ୍ଧାର ପାଇଁ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ଲୋଡିଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର- ଦୁବାଇରେ ନିଖୋଜ ଥିବା ଅସୁସ୍ଥ ଓଡିଆ ଯୁବକ ଲକ୍ଷ୍ମୀଧର ପରିଡାଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ନମଉଜାର ବେତ ଗ୍ରାମର ରବୀନ୍ଦ୍ର ପରିଡାଙ୍କ ପୁଅ ଲକ୍ଷ୍ମୀଧର ଗତ ୪ ବର୍ଷ ଧରି ଦୁବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ଲକ୍ଷ୍ମୀଧର ନିୟମିତ କଥା ହୁଅନ୍ତି କିନ୍ତୁ ଗତ ୧୫ ଦିନ ହେବ ଲକ୍ଷ୍ମୀଧରଙ୍କ କୌଣସି ଖୋଜଖବର ମିଳୁନାହିଁ। ପରିବାର ଲୋକ ଲକ୍ଷ୍ମୀଧରଙ୍କ ସହ ଯୋଗାଯୋଗ କରିବାକୁ ବହୁ ଚେଷ୍ଟା ପରେ ସେ କାମ କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ଜାଣିବାକୁ ପାଇଲେ ଯେ ଲକ୍ଷ୍ମୀଧର ଏବେ ଅସୁସ୍ଥ ଏବଂ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଲକ୍ଷ୍ମୀଧରଙ୍କ ସହ କଥା ହେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅନୁମତି ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଅର ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ଥିବା ପରିବାର ଲୋକ କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ କିଶୋର ପଣ୍ଡାଙ୍କ ଜରିଆରେ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଦୁବାଇରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଲକ୍ଷ୍ମୀଧରଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

0
0
0
s2sdefault