ହେଡଲାଇନସ୍:

ଲଉଡ଼ିଦରହା ରେ ଶ୍ରୀ ହନୁମାନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ପଞ୍ଚାୟତ ଲଉଡ଼ିଦରହା ଗ୍ରାମ ସ୍ଥିତ ମହିଳା ସମିତି ଛକ ନିକଟରେ ନୂତନ ଭାବେ ନିର୍ମିତ ହୋଇଥିବା ମହାପ୍ରଭୁ ଶ୍ରୀ ଶ୍ରୀ ହନୁମାନ ଙ୍କ ମନ୍ଦିର ର ପ୍ରତିଷ୍ଠା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହେବା ସହିତ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଓ ଯଜ୍ଞ ର ପୂର୍ଣ୍ଣାହୁତି ହୋଇଯାଇଛିl ଏହି ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ 6 ତାରିଖ ଠାରୁ ବୈଦିକ ରୀତିନୀତି ସହ ମହାସମାରୋହ ରେ ଆରମ୍ଭ ହୋଇ 8 ତାରିଖ ଦିନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଓ ହୋମଯଜ୍ଞ ର ପୂର୍ଣ୍ଣାହୁତି ମଧ୍ୟ ରେ ଶେଷ ହୋଇଥିଲା l ପ୍ରଥମେ କଳସ ଯାତ୍ରା ଓ ପରେ ପରେ ଅଙ୍ଗୁରା ରୋପଣ ଓ ଧାନ୍ୟଧିବାସ ଅନୁଷ୍ଠିତ ହୋଇଥିଲା l ପ୍ରାତଃ ବେଦ ପାଠ ପଞ୍ଚକର୍ମ, ସୂର୍ଯ୍ୟପୂଜା, ଦେବବାହାନ, ଅଗ୍ନିସ୍ଥାପନ, ମହାପ୍ରଭୁ ଙ୍କ ମହାସ୍ନାନ, ଶୟନ ଓ ରାତ୍ରି ଜୀବନ୍ୟାସ ଅନୁଷ୍ଠିତ ହୋଇଥିଲା l ମହାପ୍ରଭୁ ହନୁମାନ ଜି ଙ୍କ ସ୍ନାନ କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁ ଭକ୍ତ ଏକତ୍ରିତ ହୋଇଥିଲେl ଅନୁରୂପ ଭାବେ 8 ତାରିଖ ଦିନ ପ୍ରାତଃ ବେଡ଼ ପାଠ ସୂର୍ଯ୍ୟପୂଜା ପରେ ପରେ ମହାପ୍ରଭୁ ଙ୍କ ପ୍ରଥମ ଦର୍ଶନ ନଗର ପରିଭ୍ରମଣ ପରେ ମହାପ୍ରଭୁ ହନୁମାନ ଙ୍କ ବିଗ୍ରହ ମନ୍ଦିର ପ୍ରବେଶ କରିବା ସହିତ ପୂଜାର୍ଚନା ଓ ଭକ୍ତ ଙ୍କୁ ଦର୍ଶନ ଦେଇଥିଲେl ପରେ ହୋମ ଯଜ୍ଞ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା lଏହି ସମସ୍ତ କାର୍ଯ୍ୟକ୍ରମ କୁ ବେଦଜ୍ଞ ବ୍ରାହ୍ମଣ ପୂଜା କାର୍ଯ୍ୟ ସମ୍ପାଦନା କରିଛନ୍ତି l ପୁରୋହିତ ରୋହିତ ହୋତା, ମନୋଜ ପାଢ଼ୀ, ତରଣୀ ଦାଶ, ଆନନ୍ଦ ମହାପାତ୍ର, ସଞ୍ଜୟ ପାଢ଼ୀ ଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା l ଏହି ସମସ୍ତ କାର୍ଯ୍ୟ ର କର୍ତ୍ତା ଭାବେ ସଭାପତି ଶୁକ୍ରୁ ବାଗ (ବାବା )ଓ ତାଙ୍କ ଧର୍ମ ପତ୍ନୀ ରେଖା ବାଗ, ମହେନ୍ଦ୍ର ପଧାନ ଓ ତାଙ୍କ ଧର୍ମ ପତ୍ନୀ ନମିତା ପଧାନ ,ଜ୍ୟୋତି ଜଗତ ତାଙ୍କ ଧର୍ମପତ୍ନୀ ଭଗବତୀ ଜଗତ, ସୌକିଲାଲ ମେହେର ତାଙ୍କ ଧର୍ମପତ୍ନୀ ଅହଲ୍ୟା ମେହେର କାର୍ଯ୍ୟ ସମ୍ପାଦନା କରିଥିଲେ l ଏହି ସମସ୍ତ କାର୍ଯ୍ୟ ରେ ରାହୁଲ ଭୋଇ, କେଶବ ଜଗତ, ଅପେର ବାଗ, ରାଜକୁମାର ଭୁଏ, ବିକ୍ରମ ବାଗ, ଜଗତ ସାହୁ, ଖଗେଶ୍ୱର ମହାପାତ୍ର, କିଶୋର ସାମଲ, ସୁଶାନ୍ତ ସିଂ ପ୍ରମୁଖ ଯୋଗ ଦେଇଥିଲେ ଏବଂ ସମସ୍ତ ଗ୍ରାମବାସି ସହଯୋଗ କରିଥିଲେ l ଏହି ପ୍ରତିଷ୍ଠା ଉପଲକ୍ଷେ ଲଉଡ଼ିଦରହା ଗ୍ରାମ ରଙ୍ଗ ବେରଙ୍ଗ ଆଲୋକ ରେ ସୁସଜ୍ଜିତ ହୋଇ ସୌନ୍ଦର୍ଯ୍ୟ ବୃଦ୍ଧି କରିଥିବା ବେଳେ ଉତ୍ସବ ମୁଖରିତ ହୋଇଛି l

0
0
0
s2sdefault