ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା , ଚାରା ରୋପଣ ଆୟୋଜିତ

ବାଲେଶ୍ୱର, : ଚଳିତ ବର୍ଷ ପାଇଁ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିଲା ବିଷୟବସ୍ତୁ “କେବଳ ଗୋଟିଏ ପୃଥିବୀ’ ଅନୁଯାୟୀ ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ୍‌ରେ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପର ଆଖପାଖ ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ସ୍ଥାନୀୟ ସ୍କୁଲର ପିଲାମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଯୁବପିଢ଼ିମାନଙ୍କ ବ୍ୟତୀତ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ଓ କଂପାନିର କର୍ମଚାରୀମାନେ ଚାରା ରୋପଣ କରିଛନ୍ତି ।
ଅର୍ମଦା ରୋଡ୍‌ରେ ଥିବା ସିନ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ୪୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହା ପରେ ସ୍କୁଲ ପରିସରରେ ଚାରା ରୋପଣ କରାଯାଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶନ୍ନ ଦାସ ଛାତ୍ରଛାତ୍ରୀମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ପୂର୍ବତନ ପଂଚାୟତ ସମିତି ସଦସ୍ୟ ଶ୍ରୀ ସତ୍ୟ ମହାପାତ୍ର, ପ୍ରଶାସନ ଓ ଗୋଷ୍ଠୀ ସମ୍ପର୍କ ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ଓ କଂପାନିର ଅନ୍ୟ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ବାଲିଆପାଳର ସୁବର୍ଣ୍ଣରେଖା ଉଚ୍ଚ ବିଦ୍ୟାଳୟରେ ଆଉ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ୮୦ରୁ ଅଧିକ ପିଲାମାନଙ୍କ ଅଂଶଗ୍ରହଣ ସହ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉଭୟ ବିଦ୍ୟାଳୟର ମରାମତି କରାଯାଉଅଛି ଏବଂ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବା ପରେ ଅଧିକ ଚାରା ରୋପଣ କରାଯିବ ।

 

0
0
0
s2sdefault