ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ:ଗୁଣୁପୁର ବ୍ଲକ ଅନ୍ତର୍ଗତ ଚିନାସାରି ପଞ୍ଚାୟତର ଚାନ୍ଦିଘର ଗ୍ରାମର ସୁଜୟ ଶବରଙ୍କ ଦ୍ଵିତୀୟ ପୁଅ ବିବେକ ଜନ୍ମରୁ ହିଁ ଦିବ୍ୟାଙ୍ଗ ଅଟନ୍ତି। ବିବେକ ଜନ୍ମରୁ ୧୦୦ ପ୍ରତିଶତ ବିକଳାଙ୍ଗ ସାଙ୍ଗକୁ ଦୁର୍ବଳ ଶରୀର ହୋଇ ଜନ୍ମ୍ ହୋଇଥିଲେ। ଫଳରେ ସେ ସବୁବେଳେ ସଜ୍ଜାସାଇ ହୋଇ ରୁହନ୍ତି। ବିବେକଙ୍କୁ ଏବେ ୯ ବର୍ଷ ହେବ, ବିବେକଙ୍କ ବୟସ ବୃଦ୍ଧି ସାଙ୍ଗକୁ ସମସ୍ୟା ବି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ବିବେକ ଙ୍କ ମା ଓ ବାପା ଦିନ ମଜୁରିଆ ଭାବେ କାମ କରି ପରିବାରର ଭରଣପୋଷଣ କରିଥାନ୍ତି। କିନ୍ତୁ ବିବେକ ଙ୍କ ଅବସ୍ତା ଅତ୍ୟନ୍ତ ଗୁରୁତର ଥିବା ଯୋଗୁଁ , ତାଙ୍କ ମାଆ ଙ୍କୁ ତାଙ୍କ ପାଖେ ଜଗିରହିବାକୁ ପଡୁଛି ଫଳରେ ବାପା ଜଣେ ଦିନ ମଜୁରୀ ଖଟି ଘର ଚଳାଇବାରେ ସକ୍ଷମ ହୋଇପାରୁ ନଥିବା ବିବେକ ପାପ ଦୁଃଖ ପ୍ରକାଶ କରିଛନ୍ତି । ବିବେକ ଙ୍କୁ ରାଜ୍ଯ ସରକାରଙ୍କ ପକ୍ଷରୁ ୮୦ ପ୍ରତିଶତ ବିକଳାଙ୍ଗ ବୋଲି ଗୋଟିଏ ପ୍ରମାଣପତ୍ର ଏବଂ କେନ୍ଦ୍ର ସରକାର ଙ୍କ ପକ୍ଷରୁ ୧୦୦ ପ୍ରତିଶତ ବିକଳାଙ୍ଗ ବୋଲି ଗୋଟିଏ ପ୍ରମାଣପତ୍ର ପ୍ରଦାନ କରାଯାଇଛି। କିନ୍ତୁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସୁବିଧା ଓ ସହୋଯାଗ କରାଯାଇ ନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସ୍ତାନୀୟ ସରପଞ୍ଚ ଏବଂ ପିଇଓ ଙ୍କୁ ବାରମ୍ବାର ବିବେକଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି।ସୂଚନା ଯୋଗ୍ୟ ୪୦ ପ୍ରତିଶତ ବିକଳାଙ୍ଗ ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ମାସିକ ୫୦୦ ରୁ ୭୦୦ ଟଙ୍କା ମାସିକ ଭତ୍ତା ପ୍ରଦାନ କରାଯିବା, ବିଜୁ ପକା ଘର ଯୋଗାଇ ଦେବା ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦେବା ପାଇଁ ଯୋଜନା ରହିଛି। ଏବଂ କେନ୍ଦ୍ର ସରକାରଙ୍କ ଏନ୍ ଏଫ୍ ଏ ସି ଯୋଜନା ରୁ ଚାଉଳ ଯୋଗାଇ ଦେବା ପାଇଁ ଯୋଜନା ରହିଛି କିନ୍ତୁ ବିବେକ ଓ ତାଙ୍କ ପରିବାର ଏହି ସବୁ ଯୋଜନାରୂ କୌଣସି ଲାଭ ପାଉନଥିବା କହିଛନ୍ତି। ବିବେକ ଙ୍କ ପରିବାର ଓ ଗ୍ରାମ ବାସୀ ଯଥା ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି। ଏହି ଘଟଣା ସମ୍ପର୍କରେ ଆମେ ଗୁଣୁପୁର ବି ଡି ଓ ଶାନ୍ତି ପ୍ରଭା ପ୍ରଧାନ ଙ୍କୁ ୮/୧୧/୨୧ ରେ ଏ ସମ୍ପର୍କରେ ଅବଗତ କରିଥିଲୁ, ସେ ଏହି ଖବର ଶୁଣି ଦୁଃଖ ପ୍ରକାଶ କରି ଥିଲେ ଏବଂ ଏକ ସପ୍ତାହ ମଧ୍ୟରେ ବିବେକଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ କୌଣସି ସୁବିଧା ପାଉନଥିବା ପ୍ରକାଶ କରିଛନ୍ତି। ଆଜି ଆମେ ଏ ସମ୍ପର୍କରେ ଚିନାସାରି ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ପ୍ରସାଦ ପଟ୍ଟନାୟକ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବିବେକ ର ସମସ୍ତ କାଗଜପତ୍ର ମୁଁ ଏସ୍ ଏସ୍ ଓ କୁ ପଠାଇ ଦେଈଛି , ସେଠାରେ କଣ ପାଇଁ ଅଟକ ରହିଛି ମୁଁ ସେ ସମ୍ପର୍କରେ କହିପାରିବି ନାହିଁ ବୋଲି କହିଥିଲେ। ଏ ସମ୍ପର୍କରେ ଗୁଣୁପୁର ବି ଡି ଓ, ଶାନ୍ତି ପ୍ରଭା ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ମୁଁ ମିଟିଙ୍ଗ ରେ ଅଛି କମ୍ପ୍ୟୁଟର୍ ଚେକ୍ କରିବା ପରେ ମୁଁ ଏ ସମ୍ପର୍କରେ କହିପାରିବି ବୋଲି କହିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ ଏହି କାର୍ଯ୍ଯର ଉତ୍ତର ଦାୟୀ କିଏ ? କାହା ଭୁଲ୍ ଯୋଗୁଁ ଦିର୍ଘ ୯ ବର୍ଷ ହେଲା ବିବେକ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଦିର୍ଘ ୯ ବର୍ଷ ଭିତରେ ବିବେକଙ୍କ ବାପା ସୁଜୟ ଶବର ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରି ଥକି ଗଲି ବୋଲି ବିରକ୍ତି ପ୍ରକାଶ କରିଛନ୍ତି। ଦିର୍ଘ ୯ ବର୍ଷ ମଧ୍ୟରେ ସରପଞ୍ଚ, ପି ଇ ଓ ଏବଂ ବି ଡି ଓ କେମିତି ଏହି ଘଟଣା କୁ ଗୁରୁତ୍ଵ ଦେଇ ପାରିଲେ ନାହିଁ ଏହା ଅନୁତାପ ର ବିଷୟ ଅଟେ।
ରାଜ୍ୟ
ଦିବ୍ୟାଙ୍ଗ ବିବେକଙ୍କ ଦୁଃଖ ବୁଝିବାକୁ ନିବେଦନ
- Hits: 424