ହେଡଲାଇନସ୍:

ବିନା ଫଳକରେ ଦେଢ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ସେତୁ କାର୍ଯ୍ୟ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଅବଧି ସରିଛି କିନ୍ତୁ ସେତୁ କାର୍ଯ୍ୟ ସରିନାହଁ ; ସେତୁ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ନେଇ ଆଶଙ୍କାରେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବ୍ଲକ ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ କୋଟି କୋଟି ଟଙ୍କା ର କାର୍ଯ୍ୟ ବିନା ଫଳକରେ କରାଯାଉଥିବାର ପରିଲକ୍ଷିତ ହେଉଛି । ଫଳରେ ସରକାର ଲୋକମାନଙ୍କ ଗମନାଗମନ ପାଇଁ ବିଭିନ୍ନ ସୁବିଧା କରୁଛନ୍ତି ବୋଲି ଡ଼ିଣ୍ଡିମ ପିଟୁଥିଲା ବେଳେ ତାହାର ଏକ ନଗ୍ନ ନମୁନା ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଦେଖିବାକୁ ମିଳିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାରୀ ସଂସ୍ଥାମାନଙ୍କ ସହ କୋଳାକୋଳି ହୋଇ ମେରି ରାୟ ଶାସନ ଚଳାଇଥିଲା ବେଳେ ସାଧାରଣ ଲୋକେ ବଳିପଡ଼ୁଥିବାର ଅଭିଯୋଗ ହୋଇଛି । ପ୍ରଶାସନିକ ଦାୟିତ୍ୱହୀନତା ହେତୁ ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧୁପୁର ଗ୍ରାମପ ।ୟତ ମୁକାଜୋର(ମାଣିକାମୁହଁ) ସେତୁ ନିର୍ମାଣର ଅବଧି ୨୦୨୧ ରୁ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୨୦ଶତକଡ଼ା କାର୍ଯ୍ୟ ମଧ୍ୟ ହୋଇନାହିଁ, ଏପରିକି ଦେଢକୋଟିରୁ ଉର୍ଦ୍ଧ୍ୱ ଟଙ୍କାର କାର୍ଯ୍ୟ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟର କୌଣସି ସୂଚନାଫଳକ ମରାଯାଇନାହିଁ । ତେବେ ଏହି କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ଅନ୍ଧାରଘେରରେ ରଖାଯାଇଛି । ବିପଦ ସଂକୁଳ ଅବସ୍ଥାରେ ଏକ ସେତୁ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି । ଏହାର କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଥିଲେ ମଧ୍ୟ ଏହାର ପ୍ରତିକାର ଦିଗରେ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ହେତୁ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଉତ୍ୟକ୍ତ ଜନତାଙ୍କ ପୁଞ୍ଜିଭୂତ ଅସନ୍ତୋଷ ଆଗାମୀ ଦିନରେ ଗଣ ଆନ୍ଦୋଳନର ରୂପ ନେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ବନ୍ଧୁପୁର ଗ୍ରାମପ ।ୟତ ମୁକାଜୋର(ମାଣିକାମୁହଁ) ସେତୁ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଛି । ସେତୁ କାର୍ଯ୍ୟ ଶେଷରେ ବିଳମ୍ବ ହେତୁ ସ୍ଥାନୀୟ ବହୁ ଅ ଳବାସୀ ଗମନାଗମନ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସେତୁ କାର୍ଯ୍ୟ କରାଯିବା ନିମନ୍ତେ ସରକାର ଦେଢ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ । ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଥିଲା । ଏପରିକି ଠିକାଦାରୀ ଙ୍କ ପ୍ରତି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରିୟାପ୍ରୀତି ଯୋଗୁଁ ଏହି ସେତୁ ନିର୍ମାଣ ଅଟକଳ ଅନୁଯାୟୀ କରାଯାଉନଥିବାର ଅଭିଯୋଗ ହୋଇଛି । ସେତୁ ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ସେତୁର ସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସେତୁ କୁ ଲାଗିଥିବା ରାସ୍ତା ବହୁ ସ୍ଥାନରେ ଫାଟିଯାଇଥିବା ହେତୁ ରାସ୍ତାଟି ମରଣଯନ୍ତାରେ ପରିଣତ ହେଲାଣି । ଏହି ସେତୁ ପୂର୍ଣ୍ଣାଙ୍ଗ ନିମନ୍ତେ କୌଣସି ତତ୍ପରତା ପ୍ରକାଶ ପାଉନଥିବାରୁ ରାସ୍ତାର ଅବସ୍ଥା ଦିନକୁ ଦିନ ବେହାଲ ହୋଇପଡ଼ିଲାଣି । ଫଳରେ ଯାନବାହନ ଗମନାଗମନ ସମୟରେ ଏହି ସ୍ଥାନରେ ବହୁ ଦୁର୍ଘଟଣା ଘଟୁଥିବାର ଦେଖିବକୁ ମିଳୁଛି । ସେତୁ ନିର୍ମାଣରେ ବିଳମ୍ବ ହେତୁ ଏହି ସେତୁ ପାଶ୍ୱର୍ରେ ଲାଗିଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକ ,ସ୍କୁଲ , କଲେଜ ଛାତ୍ର ଛାତ୍ରୀ ସର୍ବୋପରି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ନେମାଳ ପୀଠ ଓ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ସ୍ଥିତ ମାଆ ଶାରଳାଙ୍କ ପୀଠ ଓ ଗୋରଖନାଥ ପୀଠକୁ ଶହ ଶହ ଭକ୍ତ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ଯାତ୍ରୀମାନେ ବିପଦସଂକୁଳ ଅବସ୍ଥାରେ ଏହି ସେତୁ ପାଶ୍ୱର୍ ରାସ୍ତାରେ ଜୀବନକୁ ବାଜିଲଗାଇ ଗମନାଗମନ କରିଥାନ୍ତି । ସେହିପରି ଭାବେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ହେତୁ ଏହି ସେତୁ କାର୍ଯ୍ୟ ଶେଷ ହେବା ନେଇ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ସରକାରୀ ରାଜକୋଷରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ପାଣିରେ ପଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ କୁହାଯାଇଛି । ଦିନକୁ ଦିନ କାର୍ଯ୍ୟଶୈଳୀର ପ୍ରଣାଳୀ ମେସିନ ଯୋଗୁଁ ଦ୍ରୁତ ହେଉଥିଲେ ମଧ୍ୟ ଅନ୍ଧ ଶାସନ , ମୁକ ପ୍ରଶାସନ ଉପରୁ ଲୋକଙ୍କର ଆସ୍ଥା ବିଶ୍ୱାସ ତୁଟିଯିବାକୁ ବସିଲାଣି । ପ୍ରଶାସନ ତରଫରୁ ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାନଗଲେ ଆଗାମୀ ଦିନରେ ଉ ୍ୟକ୍ତ ଜନତାଙ୍କ ପୁଞ୍ଜିଭୂତ ଅସନ୍ତୋଷ ଗଣଆନ୍ଦୋଳନର ରୂପନେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏପରିକି ପ୍ରଶାସନ ତରଫରୁ ଏହି ସେତୁ କାର୍ଯ୍ୟର ତଦନ୍ତ କରାଯାଇ ମନ୍ଥର ଗତିରେ କରାଯାଉଥିବା ସେତୁ କାର୍ଯ୍ୟକୁ ଖୁବ୍ ଶୀଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ସାଧାରଣରେ ଦୃଢ ଦାବି ହୋଇଛି ।

 

 

0
0
0
s2sdefault