ହେଡଲାଇନସ୍:

ବାଉଁଶ କାରିଗରଙ୍କ ଜୀବନଜୀବିକା ସଂକଟରେ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 
  • କୁଲା ଚାଙ୍ଗୁଡି,ବିଞ୍ଚଣା,ବାଉଶଁ ଛପା, ସାମଗ୍ରୀ ଲୋପ ପାଇଯିବାର ଆଶଙ୍କା ।

  • ସରକାରି ସହାୟତା ଅପେକ୍ଷାରେ ଦିନ କାଟୁଛନ୍ତି ମେଦ୍ରୀସାଇର ୩୫ ପରିବାର

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ : ରାୟଗଡା ଜିଲ୍ଲା ରେ ମେଦ୍ରୀ ସମ୍ପ୍ରଦାୟ ର କାରିଗର ମାନଙ୍କ ଜୀବନ ଜୀବିକା ଏବେ ସଂକଟରେ | ଚାଙ୍ଗୁଡି,ବିଞ୍ଚଣା,ବାଉଶଁ ଛପା, ସାମଗ୍ରୀ ଲୋପ ପାଇଯିବାର ଆଶଙ୍କା । ଆଜି ଦେଖିବାକୁ ମିଳିଛି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମେଦ୍ରୀ ସାଇ ରେ ୩୫ ପରିବାର ବସ ବସା କରୁଥିବା ବେଳେ ୨୦୦ ରୁ ଅଧିକ କାରିଗର ରୁହନ୍ତି, ମେଦ୍ରୀ ସମ୍ପ୍ରଦାୟ ର କାରିଗର ମାନେ ଚାଙ୍ଗୁଡି,ବିଞ୍ଚଣା,ବାଉଶଁ ଛପା, ସାମଗ୍ରୀ ଭଳି ଜିନିଷ ବିକ୍ରି କରି ନିଜ ପେଟ ପୋଷି ଆସୁଥିଲେ କିନ୍ତୁ ବାଉଁଶ ଭଳି ଦୀର୍ଘ ବର୍ଷର କୌଳିକ ପାରମ୍ପରିକ ବୃତ୍ତି ପ୍ରୋସାହନ ଅଭାବରୁ ଗାଁ ଗହଳିରେ ଏହା ଲୋପ ପାଇଯିବାର ଆଶଙ୍କା ରହିଛି।ବାଉଁଶ ରେ କିଛି ଜିନିଷ ତିଆରି କରିବାଭଳି ବୃତିକୁ କିଛି ପୁରୁଖା ବୟଜ୍ୟୋଷ୍ଠ ପୁରୁଷ ଓ ମହିଳା ଆଦରି ନେଉଥିବା ବେଳେ ଯୁବପିଢି ଏହି ବୃତ୍ତି ପ୍ରତି ମନ ବଳାଉ ନ ଥିବା ଦେଖିବାକୁ ମିଳୁଛି।ବାଉଁଶ ସାମଗ୍ରୀ ତିଆରି କରିବା ହେଲା ମେଦ୍ରୀ ସମ୍ପ୍ରଦାୟ ମାନଙ୍କର ଏହା ହେଉଛି କୌଳିକ ବୃତ୍ତି।ବର୍ଷ ବର୍ଷର ପାରମ୍ପରିକ କଳାକୁ ସେମାନେ ବଜାଇ ରଖିଛନ୍ତି।ମେଦ୍ରୀ ସାଇର କେତେକ ପୁରୁଷ ଓ ମହିଳା ବାଉଁଶ କାମରେ ଅଭ୍ୟସ୍ତ ଥିଲେ ମଧ୍ୟ ଆଉ ପ୍ରସ୍ତୁତି କରିବା କୁ ଇଛୁକ ନ ଥିବା କହୁଛନ୍ତି। କାରଣ ବାଉଁଶ ଆଉ ଆଖ ପାଖ ରେ ନ ମିଳୁଥିବା ବେଳେ ବେପାର ମାନ୍ଦା ପଡିଯିବା କହିଛନ୍ତି। ଯାହାବି କିଛିଟା ବେପାର ହେଉଥିଲା ମଙ୍ଗଳବାର ଦିନ ମାଝୀଗୁଡା ସପ୍ତାହିକ ହାଟ ରେ କିନ୍ତୁ ଏବେ ବେପାର ପୁରା ପୁରି ଟପ ହେଇଯାଇଛି, ବର୍ତ୍ତମାନ ସେମାନେ ଚିନ୍ତିତ ଅବସ୍ଥାରେ ଅଛନ୍ତି ବୋଲି ପଦ୍ମନି ସାମଲ, ସରୋଜନୀ ନାଗ, ରଜନୀ ନାଗ, ଦୁର୍ଜଧନ ମେଦୀରି, ଚନ୍ଦ୍ର ବତୀ ନାଗ, ଓ ସାଇ ର ପୁରୁଷ ମହିଳା ମାନେ କହିଥିଲେ।ନିର୍ବାଚନ ସମୟରେ ଅନେକ ନେତା ମନ୍ତ୍ରୀ ମାନେ ଆସି ଲଭ ଲାଳସା ଦେଖାଇ ଭଟ ନେଇ ଜାହାନ୍ତି କିନ୍ତୁ ପରେ ଅଣ ଦେଖା କରୁଥିବା ଅଭିଯୋଗ କରିଛନ୍ତି। ଆଜି ପର୍ଯ୍ୟନ୍ତ ସରକାର ଙ୍କ କୌଣସି ସୁଵିଧା ପାଇ ପାରି ନ ଥିବା ରୁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ସରକାରିସହାୟତା ଅପେକ୍ଷାରେ ଦିନ କାଟୁଛନ୍ତି ।ଯାହାଫଳରେ କୌଳିକ ବୃତ୍ତିକୁ ଜାବୁଡି ଧରି ଥିବା ପରିବାର ଏବେ କାନ୍ଦୁଛି ମେଦ୍ରୀ ସମ୍ପ୍ରଦାୟର କିଛି ପରିବାର ବାଉଁଶରୁ ତିଆରି କରିଥାନ୍ତି ନାନା ପ୍ରକାର ଗୃହ ସଜେଇବା ଉପକରଣ।ସେଇ ସାମଗ୍ରୀ ହିଁ ତାଙ୍କର ଜୀବନ ଜୀବିକାର ମାର୍ଗ। ବର୍ତ୍ତମାନ ବାଉଁଶ ସାମଗ୍ରୀର ସ୍ଥାନ ନେଇଛି ପ୍ଲାଷ୍ଟିକ ସାମଗ୍ରୀ। ତଥାପି ସୌନ୍ଦର୍ୟ୍ୟ ଓ କଳାକୃତି ପାଇଁ ବାଉଁଶର ଚାହିଦା ଏବେବି ଘରେ ଘରେ ରହିଛି।,ବାଉଶଁ ଛପା,ପେଟି,ବାଉଁଶ ଛତା, ତାଟି, ମୁଗୁରା, ଭାତରଖିବା ପାଇଁ ଛିଟିକ ଭଳି ଅନେକ ସାମଗ୍ରୀ ପ୍ରସ୍ତୁତି କରିଥାନ୍ତି। ବାଉଁଶ କଳାକୃତି ପରିବାରକୁ ତାଲିମ କି ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ନଥିଲେ ମଧ୍ୟ ତଥାପି ନିଜର ପରିଶ୍ରମ ଓ ଆଗ୍ରହ ବଳରେ ବାଉଁଶ ଭଳି ଲୋପ ପାଇବାକୁ ବସିଥିବା କାରୁକାର୍ଯ୍ୟକୁ ବଞ୍ଚାଇ ରଖିଛନ୍ତି ମେଦ୍ରୀ ସମ୍ପ୍ରଦାୟ। ଏହି ସାମଗ୍ରୀ ପ୍ରସ୍ତୁତ କରିବା ନିମନ୍ତେ ପ୍ରାୟ ୨୫ କିଲୋମିଟର ଜଙ୍ଗଲକୁ ଯାଇ ବାଉଁଶ କିଣି ଆଣି ,ସାଇ ପାଖ ରେ ଥିବା ଗୋଟିଏ ଗଛ ତଳେ ବାଉଁଶ ରେ ଜିନିଷ ତିଆରି କରୁଥିବା ବେଳେ ଯଦି ପବନ କିମ୍ବା ବର୍ଷା ହେଲେ କାମ କରିବା ପାଇଁ ଅସୁବିଧା ହେଉଥିବା ବେଳେ ସରକାରୀ ଘର ଖଣ୍ଡେ ପାଇଁ କେତେ କାହାକୁ କହି କହି ତଖି ଯିବା କହିଛନ୍ତି। କାରିଗରଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

0
0
0
s2sdefault