ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଟାଲ ଗ୍ରାମର ମହେନ୍ଦ୍ର ବଢ଼େଇ ଏ ଅଂଚଳର ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବ ଆଉ ଦୁଃଖିରଙ୍କିଙ୍କୁ ସାହାଯ୍ୟ କରିବାରେ ଏ ଅଞ୍ଚଳର ଏକ ଉଦାହରଣ ପାଲଟିଯାଇଛନ୍ତି । ଯେତେ ଦୂରରେ ଥିଲେ ବି , ଅଞ୍ଚଳବାସୀଙ୍କ କୌଣସି ସମସ୍ୟା ବା ଅସୁବିଧା ଖବର ପାଇଲେ ସେଇଠୁ ଲମ୍ବିଯାଏ ତାଙ୍କ ସହାୟତାର ହାତ | ପଦ୍ମପୁର ଅଞ୍ଚଳ ର ଯେଉଁ ଗାଁ ଗଣ୍ଡା କୁ ଯିବେ ସେଇଠି ମହେନ୍ଦ୍ର ବଢେଇଙ୍କ ଚର୍ଚ୍ଚା ହେଉଛି । ଅଞ୍ଚଳ ପାଇଁ ସେ ଦେବଦୂତ ଭାବେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଠିଆ ହୁଅନ୍ତି ଲୋକଙ୍କ ପାଖରେ । ଶ୍ରୀ ବଢ଼େଇ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଓଡ଼ିଶାରେ ତାଙ୍କର ଖ୍ୟାତି ରହିଛି । ସେ କହନ୍ତି "ମୋ ଜନ୍ମମାଟି ପାଇଁ ମୁଁ କଣ ଅବା କରିଛି । ମୋ ମାଟି ମତେ ଏତେ ଦେଇଛି, ମୋ ଅଂଚଳବସି ମତେ ଏତେ ସ୍ନେହ ଓ ଭଲପାଇବା ଦେଉଛନ୍ତି | ଅସୁବିଧା ସମୟରେ ମୋ ଅଂଚଳ ଲୋକଙ୍କୁ ସାହାଯ୍ୟ ର ହାତ ବଢେଇ କେବଳ ମାଁ ମାଟି ର ଋଣ ସୁଝିବାକୁ ଚେଷ୍ଟା କରୁଛି " । ଆଜି ସେମିତି ଦୂରରେ ଥାଇ ବି ସହାୟତାର ହାତ ବଢ଼ାଇଛନ୍ତି ଭିନ୍ନକ୍ଷମ ବଳକା ଝସକେତନକୁ | ଲୋକଙ୍କ ପାଖରୁ ଝସକେତନଙ୍କ ଆବଶ୍ୟକତା ବିଷୟରେ ଖବର ପାଇବା ମାତ୍ରେ ପାଇକମାଳ ବ୍ଳକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ଲହଙ୍ଗୀର ଗ୍ରାମର ଶ୍ରୀ ସୁରେନ୍ଦ୍ର ପୋଢ଼ ଓ ଯଶୋଦା ଭିନ୍ନକ୍ଷମ ପୁତ୍ର ଝସକେତନ ପୋଢ଼ ପାଇଁ ଶ୍ରୀମାନ ବଢ଼େଇ ଏକ ଟ୍ରାଇ ସାଇକେଲ ତା ପାଇଁ ପଠେଇଥିଲେ । ଟ୍ରାଇ ସାଇକେଲ ପ୍ରଦାନ ସମୟରେ ବୁକୁରାମୁଣ୍ଡା ଗ୍ରାମର ଜଣାଶୁଣା ଗୈାତିଆ ଗିରେନ ବାରିକ,ଟେମରୀ ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ସୋଢ଼ା ଗ୍ରାମ ର କ୍ଷୀରୋଦ ପ୍ରଧାନ, ଲହଙ୍ଗୀର ଗ୍ରାମର ସୂର୍ଯ୍ୟକାନ୍ତ ସିଂ ବରିହା, ପୁରୁଷୋତ୍ତମ ବେଣ୍ଟକାର,ବୁକୁରାମୁଣ୍ଡା ର ଛବିଳ ବାରିକ, ଲହଙ୍ଗୀର ଗ୍ରାମର ଘନଶ୍ୟାମ ପ୍ରଧାନ ପ୍ରମୁଖ ଅନେକ ଗ୍ରାମର ଭଦ୍ରବ୍ୟକ୍ତି ଙ୍କ ଉପସ୍ଥିତି ରେ ପଠାଇଥିବା ଟ୍ରାଇ ସାଇକେଲ କୁ ପ୍ରଦାନ କରାଯାଇଛି |
ରାଜ୍ୟ
ଭିନ୍ନକ୍ଷମ ଝସକେତନକୁ ସହାୟତାର ହାତ ବଢ଼ାଇଲେ ମହେନ୍ଦ୍ର
- Hits: 1592