ଝାଡେଶ୍ୱରପୁରରେ ହିନ୍ଦୁ ମୁସଲମାନ ଙ୍କ ମଧ୍ୟରେ ଭାଇଚାରା ପରମ୍ପରା ସୁଦୃଢ ରଖିବା ପାଇଁ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଫିତର ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରପୁର ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ଇଦ-ଉଲ-ଫିତର ପାଳିତ ହୋଇଯାଇଛି । ଏହି ଅବସରରେ ଝାଡେଶ୍ୱରପୁର ଗ୍ରାମପଞ୍ଚାୟତ ମଦ୍ରାସାରେ ନମାଜ ପାଠ କରାଯାଇଥିଲା । ସମସ୍ତ ମୁସଲିମ ସମ୍ପ୍ରଦାୟ ଲୋକେ ଯୋଗଦାନ କରି ନମାଜ ପାଠ କରିବା ସହ ବହୁତ ଧୁମଧାମ ରେ ଇଦ-ଉଲ-ଫିତର ପାଳନ କରିଥିଲେ । ଇସଲାମ ଧର୍ମର ପ୍ରଥା ପରମ୍ପରା ଅନୁସାରେ ଧର୍ମୀୟ ପରମ୍ପରା ଗୁଡିକ ପାଳନ ହୋଇଥିଲା । ଅନେକ ମୁସଲମାନ ଭାଇ ମାନେ ଏକାଠି ହୋଇ ପରମ୍ପରା ଅନୁସାରେ ନମାଜ ପାଠ କରିବା ସହ ପରସ୍ପର କୁ ଇଦ ମୁବାରକ ଜଣାଇଥିଲେ ।

ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଉଛି କି ଏହି ପର୍ବ ଅବସରରେ ଅନେକ ହିନ୍ଦୁ ଭାଇ ମାନଙ୍କୁ ସେମାନେ ନିମଂତ୍ରଣ ଦେଇଥିଲେ, ଓ ସେମାନଙ୍କ ପାଇଁ ସୁସ୍ୱାଦୁ ଭୋଜନ ର ମଧ୍ୟ ବ୍ୟବସ୍ତା କରିଥିଲେ । ତେବେ ଏହି ଭାଇଚାରା ପର୍ବ ରେ ଯୁବ ସଂଗଠକ ରାସିଦ୍ ଖାଁ (ଵାବୁ)ଙ୍କ ନେତୃତ୍ବରେ ଅନୁଷ୍ଠିତ ଇଦ୍ ପର୍ବ ପାଳନ ଅବସରରେ ବିଜୁ ଜନତା ଦଳର ୨୭ନଂ ଜୋନର ଜିଲ୍ଲା ପରିଷଦ ଭୂପତି ଭୂଷଣ ଷଣ୍ଢ, ବ୍ଲକ୍ ଅଧକ୍ଷାଙ୍କ ପ୍ରତିନିଧି ମନୋଜ କୁମାର ସେଠୀ,ସମାଜସେବୀ ବ୍ରଜମୋହନ ପଣ୍ଡା, ସରପଞ୍ଚ ଅନିଲ ଦଳାଇ,ସମିତି ସଭ୍ୟାଙ୍କ ପ୍ରତିନିଧି ଆନନ୍ଦ ଦାସଙ୍କ ସମେତ ବହୁ ବିଜୁ ଜନତା ଦଳ କର୍ମୀ , ହିନ୍ଦୁ ଓ ମୁସଲମାନ ଭାଇମାନେ ଯୋଗଦେଇ ପରସ୍ପର କୁ ଇଦ ମୁବାରଖ ଜଣାଇଥିଲେ ।

0
0
0
s2sdefault