ଭୁବନେଶ୍ୱର(ଶାସକ ପ୍ରଶାସକ):ପ୍ରବାଦ ପୁରୁଷ ବିଜୁବାବୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଏବଂ ଜୀବନୀ ଉପରେ ପର୍ଯ୍ୟବସିତ ପାଞ୍ଚଟି ସ୍ୱତନ୍ତ୍ର ଚିତ୍ର ଓଡ଼ିଶା ଲାଇଭ୍ ମେଡ଼ିଆ ନେଟ୍ୱାର୍କ ପକ୍ଷରୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପ୍ରଦାନ କରାଯାଇଛି । ଏହି ଚିତ୍ରଗୁଡ଼ିକୁ ପ୍ରସିଦ୍ଧ ଓଡ଼ିଆ ଚିତ୍ରକାର ଶ୍ରୀ ବଳଦେବ ମହାରଥା ପ୍ରସ୍ତୁତ କରିଛନ୍ତି । ବିଜୁବାବୁୁ ଓଡ଼ିଆ ଅସ୍ମିତା, ଜାତୀୟତା ଓ ସ୍ୱାଭିମାନର ପ୍ରତୀକ । ସେ ଜଣେ ବ୍ୟକ୍ତି ନଥିଲେ ବରଂ ସଂଗଠନ ଥିଲେ । ତାଙ୍କର ଉତ୍ସର୍ଗୀକୃତ ଜୀବନ ଆମ ସମସ୍ତଙ୍କର ପ୍ରେରଣାର ଉତ୍ସ । ଏହି ସ୍ୱତନ୍ତ୍ର ଚିତ୍ରଗୁଡ଼ିକ ବିଧାନସଭାର ଶୋଭାବର୍ଦ୍ଧନ କରିବା ସହିତ ବିଧାନସଭାର ସଦସ୍ୟସଦସ୍ୟା ଓ କର୍ମଚାରୀମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ବାଚସ୍ପତି ଡଃ. ପାତ୍ର ଆଶା ପ୍ରକାଶ କରିଛନ୍ତି । ଏଥି ସହ ଚିତ୍ର ପ୍ରଦାନକାରୀ ଅନୁଷ୍ଠାନକୁ ବାଚସ୍ପତି ଡଃ. ପାତ୍ର ସାଧୁବାଦ ଜ୍ଞାପନ କରିଛନ୍ତି । ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଅନୁଷ୍ଠାନ ତରଫରୁ ୨୦୧୬ ମସିହାରେ ଏହି ସ୍ୱତନ୍ତ୍ର ଚିତ୍ରଗୁଡ଼ିକୁ ପ୍ରସ୍ତୁତ କରାଯାଇଥିଲା ।
ରାଜ୍ୟ
ବାଚସ୍ପତିଙ୍କୁ ବିଜୁବାବୁଙ୍କ ସ୍ୱତନ୍ତ୍ର ଚିତ୍ର ଉପହାର
- Hits: 310