ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟ ଲୋଡୁଛି ଅଧିକ ଚିକିତ୍ସା : ହାଇକୋର୍ଟ ବଢ଼ାଇଲେ ଜାମିନ ଅବଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚିଲିକା (ସେକ କୌଶର ) ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବାଣପୁରଙ୍କ ନିକଟରେ ପିଟିସନ ଦାଖଲ କଲେ ବିଧାୟକ ପ୍ରଶାନ୍ତ କୁମାର ଜଗଦେଵଙ୍କ ଓକିଲ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ୭ଦିନ ପାଇଁ ମାନ୍ୟବର ହାଇକୋର୍ଟ ଜାମିନି ଦେଇଥିବା ବେଳେ ଆଜି ଅଦାଲତରେ ଆତ୍ମ ସମର୍ପଣ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା । ଶ୍ରୀ ଜଗଦେଵଙ୍କ ସ୍ୱାସ୍ଥ୍ୟ ପୁଣି ଚିକିତ୍ସା ଆବଶ୍ୟକତା ଦୃଷ୍ଟିରୁ ଆଉ ଜାମିନିର ସମୟସୀମାକୁ ବୃଦ୍ଧି କରିବା ପାଇଁ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା ।ଏହାକୁ ଭିତ୍ତିକରି ମାନ୍ୟବର ହାଇକୋର୍ଟ ଆଉ ୭  ଦିନ ପାଇଁ ଜାମିନି ଦେଇଛନ୍ତି । ଜାମିନିର କପି  ଆସନ୍ତା ୭ତାରିଖ ଦିନ ବାଣପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଦାଖଲ କରିବାକୁ ଦିଆଯାଇଥିବା ପିଟିସନରେ ଉଲ୍ଲେଖ ଥିବା ଜଣାପଡିଛି ।

0
0
0
s2sdefault