ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନନୀୟ ଟାଉନ ହଲ ଠାରେ ପାଳିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଏନ. ଭସ୍କର ରାଓ, ସମ୍ମlନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତି ନିବେଦିତା ପଣ୍ଡା, ଅଧ୍ୟକ୍ଷ ପୌରପରିଷଦ ରାୟଗଡ ଶ୍ରୀ ପି. ମହେଶ ପଟନାୟକ ଯୋଗଦାନ କରି ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତି ଯସ୍ମୀନି ଶୁଭଦର୍ଶିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଶ୍ରମିକ ଦିବସର ତାତ୍ପର୍ଯ୍ୟତା ଓ ଜିଲ୍ଲାରେ ପଞ୍ଜୀକୃତ ସଂଘଠିତ ଓ ଅଣସଙ୍ଘଠିତ ଶ୍ରମିକ ମାନଙ୍କ ତାଲିକା ଉପସ୍ଥାପନ କରିବା ସହ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସହାୟତ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ l
ରାୟଗଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ମୋଟ ୮୨,୮୬୩ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ରାୟଗଡା ଜିଲ୍ଲାରେ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ମୋଟ ଟ ୨,୩୭,୪୭,୪୧୮/- ଙ୍କା ଲେବର ସେସ୍ ଆଦାୟ କରାଯାଇଅଛି ।
୨୦୨୧-୨୦୨୨ ଆର୍ଥିକ ବର୍ଷରେ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଇଛି ଯଥା ଶିକ୍ଷା ସହାୟତା ୯୧୯ ଜଣ ହିତାଧିକାରୀଙ୍କୁ ଟ ୩୯,୮୦,୨୦୦/- ଙ୍କା । ସେହିପରି ୨୫୬ ଜଣଙ୍କୁ ବିବାହ ସହାୟତା ଟ ୧,୨୫.୨୫,୦୦୦/- ଙ୍କା ପ୍ରସୂତୀକାଳିନ ସହାୟତା ୧୯୪ ଜଣକୁ ଟ ୧୯,୩୪,୦୦୦/- ଙ୍କା, ମୃତ୍ୟୁ ଓ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସହାୟତା ୧୭୯ ଜଣକୁ ଟ ୩,୪୭,୯୫,୦୦୦/- ଙ୍କା ସର୍ଵମୋଟ ୧୫୪୮ ଜଣ ହିତାଧିକାରୀଙ୍କୁ ଟ ୫,୩୨,୩୪,୨୦୦/- ଙ୍କା ପ୍ରଦାନ କରାଯାଇଛି । ସେହିପରି ଓଡିଶା ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ, ଭୁବନେଶ୍ୱର, ଜିଲ୍ଲା ରାୟଗଡା ପଞ୍ଜିକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ବର୍ଗର ତାଲିକl ପଞ୍ଜିକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ବୁଲା ବିକାଳି ୫୭୭ ଜଣ, କ୍ଷୁଦ୍ରବେପାରୀ ୧୦୫୧ ଜଣ,
ଘରୋଇ ଶ୍ରମିକ ୬୮୬ ଜଣ, ରିକ୍ସା ଚାଳକ ୧୯ ଜଣ, ଅଟୋ ଚାଳକ ୪୨୯ ଜଣ, ମୋଚି ୦୨ ଜଣ, କୃଷି ଶ୍ରମିକ ୩୭୬୦ ଜଣ, ଜଙ୍ଗଲ ଶ୍ରମିକ ୪୩୯ ଜଣ, ଖବର କାଗଜ ବିକାଳି ୮୦ ଜଣ ସଫେଇ ବାଲା ୫୩ ଜଣ ମୋଟ ୭୦୯୬ ଜଣ ଅଛନ୍ତି l ରାୟଗଡା ଜିଲ୍ଲାରେ ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡରେ ଆଜି ପର୍ଯ୍ୟନ୍ତ ମୋଟ ଟ ୧୫,୦୦,୦୦୦/- ଙ୍କା ୧୫ ଜଣ ଅଣ ସଙ୍ଗଠିତ ଶ୍ରମିକଙ୍କୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯାଇଅଛି ।
ରାୟଗଡା ଜିଲ୍ଲାରେ ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡରେ ଆଜି ପର୍ଯ୍ୟନ୍ତ ମୋଟ ୭,୦୯୬ ଜଣ ଅଣ ସଙ୍ଗଠିତ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ‘ମଇ ଦିବସ’ ଅବସରରେ ୫୬୫ ଜଣ ଶ୍ରମିକଙ୍କୁ ଶିକ୍ଷା ସହାୟତା ବାବଦରେ ଟ ୨୪ ଲକ୍ଷ ୭୭ ହଜାର ୬୦୦ ଟଙ୍କାର ମୋଟ ରାଶି ପ୍ରଦାନ କରାଯାଉଅଛି ଏବଂ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ୧୫ ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯାଇଥିବା ମଣ୍ଡଳ ଶ୍ରମ ଅଧିକାରୀ ରାୟଗଡ ଜଣାଇଛନ୍ତି l ଶେଷରେ ସହକାରୀ ଶ୍ରମ ଅଧିକାରୀ ଛାଟରାୟ ଟୁଡୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଆନ୍ତର୍ଜାତୀୟ ଶ୍ରମିକ ଦିବସ-୨୦୨୨ ପାଳିତ
- Hits: 328