ପଦ୍ମପୁର ତାଲୁକା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର(ଶାସକପ୍ରଶାସକ) - ପଦ୍ମପୁର ତାଲୁକା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ପଦ୍ମପୁର ସିଭିଲ୍ କୋଟ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହେବା ସହ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଅରବିନ୍ଦ ରଥ, ଆନ୍ତର୍ଜାତିକ ମହିଳା ଦିବସ ପାଳନର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ୧୯୨୩ ରୁ ପାଳନ କରାଯାଉଥିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ଶ୍ରମିକମାନଙ୍କ ସଫଳତାର ଜୟଗାନ ସହ ସେମାନଙ୍କୁ ନ୍ୟାଯ୍ୟ ଅଧିକାର ଦେବା ଓ ସଶକ୍ତ କରିବା। ଶ୍ରମିକମାନେ ସେମାନଙ୍କ ଅଧିକାର ସାବ୍ୟସ୍ତ କଲେ ଓ ସୁରକ୍ଷିତ ଜୀବନଯାପନ କଲେ ସଶକ୍ତ ଓଡ଼ିଶା ଗଠନ ସମ୍ଭବ ବୋଲି ସେ ମତପୋଷଣ କରିଥିଲେ। ମୁଖ୍ୟବକ୍ତା ଭାବରେ ପଦ୍ମପୁର ବରିଷ୍ଠ ଦେୱାନୀ ବିଚାରପତି ଅଭିନନ୍ଦିତା ପଣ୍ଡା ଯୋଗ ଦେଇ କହିଥିଲେ ଯେ ଶ୍ରମିକମାନଙ୍କର ସୁରକ୍ଷା ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ନାନା ଆଇନ ମାନ ପ୍ରଣୟନ କରାଯାଇଛି। ସଚେତନତା ଅଭାବରୁ ଅନେକ ଯୁଗପୋଯୋଗୀ ଆଇନର ଲାଭ ଶ୍ରମିକମାନେ ଉଠାଇବାରେ ବିଫଳ ହେଉଛନ୍ତି। ସମାଜରେ ଦିନ କୁ ଦିନ ବଢି ଚାଲିଥିବା ଶ୍ରମିକମାନେ ଅତ୍ୟାଚାର ଓ ଜଘନ୍ୟ ଅପରାଧ ବିଷୟରେ ଚିନ୍ତାପ୍ରକଟ କରି ସେ କହିଥିଲେ ଯେ ଶ୍ରମିକମାନେ ନିଜକୁ ଦୁର୍ବଳ ମନେ ନ କରି ନିଜର ଅଧିକାର ପାଇଁ ଲଢେଇ କରିବା ଆବଶ୍ୟକ ପଦ୍ମପୁର ଓକିଲସଂଘର ବରିଷ୍ଠ ଓ ଯୁବ ଆଇନଜୀବି ବିଭିନ୍ନ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଉପସ୍ଥିତ ଜନତାକୁ ସଚେତନ କରାଇଥିଲେ। ଉକ୍ତ ଶିବିରରେ ଶତାଧିକ ଜନତା ଉପସ୍ଥିତ ଥିଲେ। ପାରାଲିଗାଲ ସ୍ଵେଚ୍ଛାସେବୀ ଗଣ ଉପସ୍ଥିତ ରହି ସଭାକାର୍ଯ୍ୟରେ ସହଯୋଗ କରିଥିଲେ। ପରିଶେଷରେ ପଦ୍ମପୁର ଉପଖଣ୍ଡୀୟ ତଥା ଦେୱାନୀ ବିଚାରପତି ପ୍ରଜ୍ଞା ଲଲିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହିପରି ସଚେତନତା ଶିବିର ଫଳରେ ଲୋକ ମାନଙ୍କ ମଧ୍ୟରେ ଆଇନ ପ୍ରତି ସଚେତନତା ବୃଦ୍ଧି ପାଇବ ବୋଲି ପଦ୍ମପୁର ସହରରେ ଆଲୋଚନା ହେଉଛି। ଶ୍ରୀ ଗୌତିଆ ସାହୁ, ଶ୍ରୀ ଅଜିତ କୁମାର ସତପଥୀ, ଶ୍ରୀ ଉମେଶ ସାହୁ, ସୁନିଲ ପାନିଗ୍ରାହି, ଶ୍ରୀ ପି.ଆର. ଅଗ୍ରୱାଲ ଓ ଆଇନଜୀବିମାନେ ଉପସ୍ଥିତ ଥିଲେ । 

0
0
0
s2sdefault