ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ):- କଟକ ଜିଲ୍ଲା ମାହାଙ୍ଗା ବ୍ଲକର 14 ଟି ହାଇସ୍କୁଲରେ ମେଟ୍ରିକ ପରୀକ୍ଷା ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରାଯାଇଛି । ସମୁଦାୟ 2259 ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ 2185 ପିଲା ଚଳିତ ବର୍ଷ ପରୀକ୍ଷା ଦେଇଥିବା ବେଳେ, ସେମାନଙ୍କ ଭିତରୁ 74 ପିଲା ଅନୁପସ୍ଥିତ ରହିବା ସୂଚନା ମିଳିଛି । ଏହି ବ୍ଲକରେ ସଂସ୍କୃତ ଟୋଲରେ ଏଥର 29ପିଲା ମଧ୍ୟମା ପରୀକ୍ଷା ଦେଇଛନ୍ତି ବୋଲି ବିଇଓ କହିଛନ୍ତି ।
ସେହିପରି ମୁକ୍ତ ବିଦ୍ୟାଳୟରେ 74 ପରୀକ୍ଷାର୍ଥୀଙ୍କ ପାଇଁ ମେଟ୍ରିକ ପରୀକ୍ଷା ଦେବାପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ, ସେଠାରେ 61 ପିଲା ପରୀକ୍ଷା ଦେବା ସୂଚନା ମିଳିଛି । ଏଥର ପରୀକ୍ଷା କେନ୍ଦ୍ର ଗୁଡିକରେ 169 ଜଣ ଶିକ୍ଷକଙ୍କୁ ପରୀକ୍ଷା ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯିବା ଜଣାପଡିଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୮ ଟା ରୁ 10 ଟା ମଧ୍ୟରେ ଏହି ସବୁ କେନ୍ଦ୍ର ଗୁଡିକରେ ଶାନ୍ତି ଶୃଙ୍ଖଳାର ସହିତ ପିଲାମାନେ ପରୀକ୍ଷା ଦେବା ସୂଚନା ମିଳିଛି । ପ୍ରତ୍ୟେକ ପିଲାଙ୍କୁ ମାସ୍କ ବ୍ୟବହାର ଓ ସମ ଦୂରତା ବଜାୟ ରଖିବାପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ପରୀକ୍ଷା ସେଣ୍ଟର ଗୁଡିକରେ ପାଣି, ବିଜୁଳି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ ଥିବା ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ବେହେରା ଗଣମାଧ୍ୟମକୁ କହିଛନ୍ତି ।
ରାଜ୍ୟ
ମାହାଙ୍ଗା ବ୍ଲକରେ 14 ଟି କେନ୍ଦ୍ରରେ 2185 ପରୀକ୍ଷାର୍ଥୀ
- Hits: 296