ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମରିଚିପୁର ପଂଚାୟତ ମରିଚିପୁର ଗ୍ରାମ ର ବାପ ଛେଉଣ୍ଡ ଭୋଳାଶଙ୍କର ବୟସ (10 ବର୍ଷ)ଭୋଳା ର ବାପା ମୃତ୍ୟୁ ବରଣ କରିଥିବା ବେଳେ ମା ଏବେ ଅଜଣା ରୋଗରେ ଆକ୍ରାନ୍ତ |ଏଥି ପାଇଁ ଭୋଳା କୁ ଏକ ଅନାଥ ଆଶ୍ରମ ରେ ରଖାଯାଇଥିଲା , ସେଠାରେ ରହୁଥିବା ସମୟରେ ମେରୁଦଣ୍ଡ ରେ ଗଭୀର ଆଘାତ ଲାଗିଥିଲା |ତତ୍ତ୍ୱକାଳୀନ ଜିଲ୍ଲାପାଳ ୟାମିନୀ ଷଡ଼ଙ୍ଗୀଙ୍କ ସହାୟତାରେ ଅସ୍ତ୍ରପ୍ରଚାର କରାଯାଇଥିଲା |ପୁନର୍ବାର ଅସ୍ତ୍ରପ୍ରଚାର ପାଇଁ ଅର୍ଥ ସାଜିଛି ବାଧକ |ଏ ଅସହାୟତା ଖବର ପାଇବା ମାତ୍ରେ ସେଠାରେ ପହଂଚି ଥିଲେ ସେବା ଫାଉଣ୍ଡେସନ ର ସମ୍ପାଦକ ସମ୍ବିତ କୁମାର ପାଇଟାଳ ତାଙ୍କ ପରିବାର କୁ କିଛି ଆର୍ଥିକ ସହାୟତା କରିବା ସହିତ ଗୋଟେ ମାସ ପାଇଁ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ |ଏହି କାର୍ଯ୍ୟକ୍ରମ ରେ ଦେବ ପ୍ରସାଦ ବେହେରା, ଇଶ୍ୱର ବେହେରା, ସାଇ ସୋମନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |
ରାଜ୍ୟ
ଚିକିତ୍ସା ରେ ଅର୍ଥ ସାଜିଛି ବାଧକ ଭୋଳା କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼େଇଲା ସେବା ଫାଉଣ୍ଡେସନ
- Hits: 503