ମଇ ୧ ରୁ ଭଞ୍ଜକଳା ମଣ୍ଡପରେ ‘ନାଟ୍ୟଧାରା’ ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: କରୋନା ମହାମାରୀର ପ୍ରକୋପ କମିଆସିବା ପରେ ପୁଣିଥରେ ଭୁବନେଶ୍ୱରରେ ନାଟକ କାର୍ଯ୍ୟକ୍ରମ ପୁରା ଦମ୍‌ରେ ଗତ ଜାନୁଆରୀ ମାସରୁ ଆରମ୍ଭ ହୋଇ ଦର୍ଶକମାନଙ୍କ ଭିତରେ ରୋମାଞ୍ଚ ସୃଷ୍ଟି କରିଛି । ଏହିକ୍ରମରେ ଗତ ୨୦୨୧ ଅପ୍ରେଲ ମାସରୁ ବନ୍ଦ ଥିବା ମାସିକ ନାଟକ କାର୍ଯ୍ୟକ୍ରମ ‘ନାଟ୍ୟଧାରା’, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଓଡ଼ିଶା ସରକାର ଓ ଓଡ଼ିଶା ନାଟ୍ୟସଂଘର ମିଳିତ ଆନୁକୂଲ୍ୟରେ ପୁଣିଥରେ ଭଞ୍ଜକଳା ମଣ୍ଡପରେ ମଇ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ନାଟ୍ୟ ମହୋତ୍ସବ ମଇ ୧ ରୁ ଆରମ୍ଭ ହୋଇ ମଇ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ୬ ଦିନିଆ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ରାଗେଶ୍ରୀ ନିଳୟମ୍‌, ନୟାଗଡ଼ର ନାଟକ ‘ରିଲେରେସ୍‌’, ଦ୍ୱିତୀୟ ସନ୍ଧ୍ୟାରେ ପଞ୍ଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱରର ନାଟକ ‘ଗୋଟିଏ କାହାଣୀ’, ତୃତୀୟ ସନ୍ଧ୍ୟାରେ ଅଜିତ୍ ନାଟ୍ୟାନୁଷ୍ଠାନ, ଭୁବନେଶ୍ୱରର ନାଟକ ‘ଏନ୍‌.ଏଚ-୩୧୬’, ଚତୁର୍ଥ ସନ୍ଧ୍ୟାରେ ମଞ୍ଚ ପ୍ରଦୀପ, ଭୁବନେଶ୍ୱରର ନାଟକ ‘ଶାନ୍ତି ଅପହରଣ ପରେ’, ପଞ୍ଚମ ସନ୍ଧ୍ୟାରେ ସଂକଳ୍ପ, ରାଉରକେଲାର ନାଟକ ‘ଅନୁଭବର ଈଶ୍ୱର’ ଓ ଶେଷ ସନ୍ଧ୍ୟାରେ ନୂପୁର, ବାରିପଦା ପରିବେଷଣ କରିବେ ‘ନାଟକ ଶୂନ୍ୟ ଇଲାକାର ପକ୍ଷୀ’ । ତତ୍ ସହିତ ମଇ ୩୧ ତାରିଖରେ ରବୀନ୍ଦ୍ର ମଣ୍ଡପଠାରେ ସ୍ରଷ୍ଟା, ବାଲେଶ୍ୱର ଓ ଜୁନ୍ ୧୯ତାରିଖ ରବିନ୍ଦ୍ର ମଣ୍ଡପଠାରେ ନବଜୀବନ, ସୁନ୍ଦରଗଡ଼ ନାଟ୍ୟଧାରା ନାଟକ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭଞ୍ଜକଳା ମଣ୍ଡପଠାରେ ଜୁନ୍ ୧ ତାରିଖରେ ନାଟ୍ୟମ୍ ଅନୁଗୋଳ, ଜୁନ୍ ୨ ତାରିଖରେ ଆମେ ବଞ୍ଚିଛୁ , ତାଳଚେର ଓ ଜୁନ୍ ୩ ତାରିଖରେ ନଟରାଜ କଳା ପରିଷଦ, ଭଦ୍ରକ ନାଟ୍ୟସଂସ୍ଥା ନାଟ୍ୟଧାରା ନାଟକ ପରିବେଷଣ କରିବେ ।
ମଇ ୧ ରୁ ଆରମ୍ଭ ହେବାକୁ ଥିବା ‘ନାଟ୍ୟଧାରା’ର ଏହି ୬ ଦିନିଆ ମହୋତ୍ସବକୁ ସଫଳ କରିବା ପାଇଁ ଓଡ଼ିଶା ନାଟ୍ୟସଂଘର ସଭାପତି ହରେନ୍ ସାହୁ ଓ ସମ୍ପାଦକ ଶୁଭକାନ୍ତ ପାଢୀ ଦର୍ଶକମାନଙ୍କୁ ସପରିବାରେ ନିମନ୍ତ୍ରଣ କରିଛନ୍ତି ବୋଲି ଓଡ଼ିଶା ନାଟ୍ୟ ସଂଘ ଲୋକସମ୍ପର୍କ ଅଧିକାରୀ ପ୍ରକାଶ ମହାରଣା ସୂଚନା ଦେଇଛନ୍ତି | 

0
0
0
s2sdefault