ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଓଡିଶା କାଜୁ ଊନୟନ ନିଗମ ତରଫରୁ ଖୋର୍ଦ୍ଧା ସ୍ଥିତ ସିଜୁଆ ଚାରା ଉତ୍ପାଦନ କେନ୍ଦ୍ର ଠାରେ ଓଡିଶା କାଜୁ ରସ ପ୍ରକ୍ରିୟା କରଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ତାଲିମ ଶିବିର ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାଜୁ ଉନୟନ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଯୋଗଦେଇ ଶିବିର ଟିକୁ ଉଦ୍ଘାଟନ କରିଥିଲେ l ସମ୍ମାନୀତ ଅତିଥି ଭାବେ ନିଗମ ର ପରିଚାଳନା ନିର୍ଦ୍ଧେଶକ ଶ୍ରୀ ସଦାନନ୍ଦ ନାୟକ ଭା. ପ୍ର. ସେ, ପ୍ରତାପ କୁମାର ସାହୁ ସାଧାରଣ ପରିଚାଳକ ଅର୍ଥ, ଗିରିଜା ଶଙ୍କର ପାଣି ସାଧାରଣ ପରିଚାଳକ ବୈଷୟିକ ଯୋଗ ଦେଇଥିଲେ l ଏହି ତାଲିମ ଶିବିର ଭାରତ ସରକାରଙ୍କର କାଜୁ ଓ କୋକୋ ନିର୍ଦ୍ଧେଶାଳୟ ଏବଂ ଓଡିଶା କାଜୁ ଉନ୍ନୟନ ନିଗମ ସହଯୋଗ ରେ ଅନୁଷ୍ଠିତ ହୋଇଅଛି l କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ଦାସ ଏହି କାର୍ଯ୍ୟକ୍ରମ ରେ ମା ମାନେ କିପରି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କାଜୁ ଜୁସ, ଜେଲି, ଜାମ, ମୃଦ୍ରୁ ପାନୀୟ ଉତ୍ପାଦନ କରି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ମା ମାନଙ୍କୁ ବୁଝାଇଥିଲେ l ଏହି ଶିବିର ରେ ଦାମୋଦରପୁର ର ତ୍ରିନାଥ ସ୍ୱୟଂ ସହାୟକ ଗୋଷ୍ଠି ର ସମସ୍ତ ମା ମାନେ ଉପସ୍ଥିତ ରହି କାଜୁ ରସ ପ୍ରକ୍ରିୟା କରଣ ବିଷୟରେ ତାଲିମ ନେଇଥିଲେ l ମହିଳା ମାନଙ୍କୁ କିପରି ଅଧିକରୁ ଅଧିକ ସ୍ୱାବଲମ୍ବୀ କରାଯାଇପାରିବ ଏହା ଆଜିର ତାଲିମ୍ ଶିବିର ର ମୂଳ ଲକ୍ଷ୍ୟ ବୋଲି ମଞ୍ଚାସିନ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ l ଉକ୍ତ ଶିବିର କୁ ଘାଟିକିଆ ର ଉଦ୍ୟାନ ପର୍ଯ୍ୟବେକ୍ଷକ ପରିଚାଳନା କରିଥିଲେ l ସର୍ବଶେଷରେ ଭାସ୍କର ମହାନ୍ତି ଧନ୍ୟବାଦ ଦେଇଥିଲେ l
ରାଜ୍ୟ
କାଜୁ ରସ ପ୍ରକିୟା କରଣ ତାଲିମ ଶିବିର ଅନୁଷ୍ଠିତ
- Hits: 495