ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଧୂଳିମାଟିର ସନ୍ଥ, ମହାନ୍ ସ୍ବାଧୀନତା ସଂଗ୍ରାମୀ ଓ ତ୍ୟାଗବୀର ଗୋପବନ୍ଧୁ ଚୌଧୁରୀଙ୍କ ୬୪ତମ ଶ୍ରାଦ୍ଧବାର୍ଷିକୀ ଆଜି ଜଗତସିଂହପୁର ସାରସ୍ବତ ପରିଷଦ ପକ୍ଷରୁ ସ୍ଥାନୀୟ ଗୋପାଳସାଗର ସ୍ଥିତ ଡ୍ରିମ ଇଣ୍ଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଶ୍ଚର୍ଯ୍ୟ ଏଥିରେ ସଭାପତିତ୍ବ କରି ମୁକ୍ତିସଂଗ୍ରାମରେ ଜଗତସିଂହପୁର ଚୌଧୁରୀ ପରିବାରର ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ଗୋପବନ୍ଧୁ ଚୌଧୁରୀଙ୍କୁ ଜଣେ ସଚ୍ଚା ଗାନ୍ଧୀବାଦି ନେତା ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ବନମାଳୀ ବେହେରା ଯୋଗଦେଇ ସ୍ବାଧୀନତା ସଂଗ୍ରାମର ମୁକ୍ତିତୀର୍ଥ ଜଗତସିଂହପୁରର ଅଳକାଶ୍ରମ ଠାରୁ ଯାଜପୁରର ବରି ଆଶ୍ରମ ପର୍ଯ୍ୟନ୍ତ ସ୍ବର୍ଗତ ଗୋପବନ୍ଧୁ ଚୌଧୁରୀଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷୟିତ୍ରୀ ନିହାରିକା ଦାସ ତାଙ୍କ ବକ୍ତବ୍ୟରେ ସ୍ବର୍ଗତ ଚୌଧୁରୀଙ୍କ ପରି ତ୍ୟାଗୀ ଓ ଦେଶପ୍ରେମୀ ମଣିଷ ଆଜିର ଦୁନିଆରେ ବିରଳ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଆକାଉ ଦୀପଙ୍କର ସାହୁ, ମନୋଜ ସ୍ବାଇଁ ଆଲୋଚନାରେ ଭାଗ ନେଇ ଗୋପବନ୍ଧୁ ଚୌଧୁରୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ଉ ରପିଢିର ଦାୟାଦମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ ଶେଷରେ ରମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧୋତ୍ସବ ପାଳିତ
- Hits: 653