ଘର ଅଭାବରୁ ପଦ୍ମପୁର ଏନଏସି ର ଆଙ୍ଗନବାଡି ଶିଶୁ ହଟହଟା
ପଦ୍ମପୁର/ନୀଳ ଦୀପ : ଶିଶୁ ଏ ଦେଶର ଭବିଷ୍ୟତ । ଆଉ ଶୈଶବ ପୂର୍ଣ୍ଣାଙ୍ଗ ମଣିଷ ଜୀବନର ପହିିଲି ପାହାଚ । ଶିଶୁ ହୃଷ୍ଟପୁଷ୍ଟ ଆଉ ଆବଶ୍ୟ ଶୈକ୍ଷିକ ପରିବେଶ ପାଇଲେ ତାହାର ସମୁଚିତ ବିକାଶ ହେବା ସଙ୍ଗେସଙ୍ଗେ ସୁସ୍ଥ ନାଗରୀକ ଭାବେ ନିଜକୁ ଗଢି ତୋଳିବ । ଆଉ ଗୋଠାଏ କଥା, ସରକାର ଆମର ସ୍ଲୋଗାନ ଦେଉଛନ୍ତି ସଭିଏଁ ପଢିବେ ଆଉ ସଭିଏଁ ବଢିବେ । ହେଲେ ଏଠି ପ୍ରଶ୍ନ ଉଠେ ସେ “ସଭିଏଁ ” ଭିତରେ ଶିଶୁ ସାମିଲ ଅଛି ତ ! ସମସ୍ତଙ୍କ ପାଇଁ ସରକାର ଚିନ୍ତା କରୁଛନ୍ତି, କାରଣ ସେମାନେ ଆବାଜ ଉଠାଇପାରୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଭୋଟ ଦେବାର ଅଧିକାର ଅଛି । ହେଲେ ଶିଶୁତ ଆବାଜ କରିପାରିବ ନାହିଁ କି ତାହାର ଭୋଟ ଦେବାର ହକ୍ ବି ତ ନାହିିଁ । ତାବୋଲି ସରକାର ଯୋଜନା କରିନାହାନ୍ତି ବୋଲି କହିବା ଭୁଲ ହେବ । ହେଲେ ଶିଶୁମାନଙ୍କୁ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଜୀବନ ତଥା ହୃଷ୍ଟପୁଷ୍ଟ ହୋଇ ବଢିବା ପାଇଁ ସରକାର ଯୋଜନା କରିଛନ୍ତି । ଗର୍ଭସ୍ଥ ଶିଶୁ କେମିତି ହୁଷ୍ଟପୁଷ୍ଟ ହୋଇ ଜନ୍ମ ହେବ ବୋଲି ସରକାର ମମତା ଯୋଜନା ବି କରିଛନ୍ତି । ଶିଶୁଙ୍କ ପାଇ ର୍ଅଙ୍ଗନବାଡି ବ୍ୟବସ୍ଥା ବି କରିଛନ୍ତି । ଯୋଜନା ଅଭାବ ନାହିଁ, ସରକାରଙ୍କ ଉଦାରତାରେ ବି କେଉଁଠି ଉଣା ନାହିିଁ । ହେଲେ ଉଣା ହୋଇଛି ବୋଇଲେ କାର୍ଯ୍ୟକାରିତାରେ । କେଉଁଠି ଗର୍ଭବତୀ ମହିଳାଙ୍କୁ ପୋକରା ବାଦାମ ଲଡୁ ତ କେଉଁଠି ଶିଶୁଙ୍କୁ ନିମ୍ନମାନର ଛତୁଆ । ଆଉ କେଊଁଠି ଅଙ୍ଗ୍ାବାଡି ଗୃହ ନାହିଁ ଯେ, ପିଲାମାନେ ଏହି ପ୍ରଯତ୍ନ କେନ୍ଦ୍ରରୁ ପାଇବାକୁ ଥିବା ସେବାରୁ ବଞ୍ଚିତ ହେଉଛନ୍ତି । ଜୀବନୀ ପହିଲି ପାହାଚ ଯଦି ଖସଡା ହେବ ତେବେ ଶିଶୁଟି ଆଗକୁ ଚଢିବ ଆଉ ବଢିବ କେମିିତି ? ଗହମ ଗୋଟିଗଣତା ପରି ଆମେ ବରଗଡ ଜିଲ୍ଲା ପଦମପୁର ଏନଏସିକୁ ବିଚାରକୁ ନେବା !
ଛୋଟ ଛୋଟ ଶିଶୁମାନଙ୍କ ଶିକ୍ଷା ପ୍ରତି ଆକୃଷ୍ଟ କରିବା ତଥା ସେମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ସକାଶେ ସରକାର ଆଙ୍ଗନବାଡି କେନ୍ଦ୍ର ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହାର ସୁଫଳ ବରଗଡ ଜିଲ୍ଲା ପଦ୍ମପୁର ଏନଏସିର ଶିଶୁମାନଙ୍କ ନିକଟକୁ ପହଂଚି ପାରୁ ନାହିଁ । ସହର ମଧ୍ୟରେ ଆଙ୍ଗନବାଡି କେନ୍ଦ୍ର ପାଇଁ ଆବଶ୍ୟକୀୟ ଗୃହ ଅଭାବ ଯୋଗୁଁ କୋମଳମତି ଶିଶୁମାନେ ପାଠ ପଢାରୁ ଆରମ୍ଭ କରି ସେଠାରେ ଖାଦ୍ୟ ଖାଇବା ନେଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପଦ୍ମପୁର ବିଜ୍ଞାାପିତ ଅଂଚଳ ପରିଷଦ ଅଧିନରେ ଥିବା ୧୬ ଗୋଟି ଆଙ୍ଗନବାଡି କେନ୍ଦ୍ର ମଧ୍ୟରୁ କେବଳ ୬ େଗୋଟି କେନ୍ଦ୍ର ଠିକ ଭାବରେ ·ଲୁଥିବା ବେଳେ ଅନ୍ୟ ୧୦ ଗୋଟି କେନ୍ଦ୍ରର ଶିଶୁମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସହର ମଧ୍ୟରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ତରଫରୁ ନିର୍ମାଣ ହେଉଥିବା ତିନି ଗୋଟି ଆଙ୍ଗନବାଡି କେନ୍ଦ୍ର, ଯଥା ଅମଲିପାଲି, ୱାଡର଼୍ ନଂ. ୪ ଓ ୮ ର କୋଠରି ଗୁଡ଼ିକ ଦୀର୍ଘ ଦୁଇ ବର୍ଷରୁ ଅର୍ଦ୍ଧନିର୍ମିତ ଭାବରେ ପଡିଥିବାରୁ ଏହା ଏବେ ଅସାମାଜିକ ଯୁବକଙ୍କ ପେଂଠସ୍ଥଳୀରେ ପରିଣତ ହୋଇଛି । ସନ୍ଧ୍ୟା ହେଲା ମାତ୍ରେ ଏହି ଅର୍ଦ୍ଧନିମିତ କେନ୍ଦ୍ର ମାନଙ୍କରେ ମଦୁଆ, ଗଞ୍ଜୁଆ ତଥା ବିଭିନ୍ନ ନିଶା ଦ୍ରବ୍ୟ ବ୍ୟବହାର କାରୀ ମାନଙ୍କର ଭିଡ଼ ଜମୁଛି ଏବଂ ଏହି କାରଣରୁ ସ୍ଥାନୀୟ ବାସିନ୍ଦାମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଥି ସହିତ ଶିଶୁମାନେ କେଉଁଠି ପାଖ ସ୍କୁଲର ପରିତ୍ୟକ୍ତ କୋଠରୀରେ ଓ ଅନ୍ୟ କେତୋଟି ଯାଗାରେ ଅଙ୍ଗନବାଡି କର୍ମୀଙ୍କ ନିଜସ୍ୱ ବାସଭାବନରେ ଶିକ୍ଷାଗ୍ରହଣ କରିବା ପାଇଁ ବାଧ୍ୟ ହେଉଛନ୍ତି । କିଛି କେନ୍ଦ୍ର ଅସ୍ଥାୟୀ ଭାବେ ପାଖ ସ୍କୁଲର ଜର୍ଜରିତ କୋଠରୀରେ ·ଲିଥିବା ସହିତ ବର୍ଷା ସମୟରେ ପାଣି ଗଲୁ ଥିବାରୁ ପାଠପଢାରେ ବାଧା ଉତ୍ପନ୍ନ ହେଉଛି । ସ୍ଥାନିୟ ଝାଙ୍କର ପଡ଼ା ୱର୍ଡ ନଂ. ୨ରେ କେନ୍ଦ୍ର ପାଇଁ ଯାଗା ସ୍ଥିର ହୋଇ ପାରିନଥିବାରୁ ସମ୍ପ-କ୍ତ ଅଙ୍ଗେନବାଡି କର୍ମିମାନଙ୍କର ନିଜସ୍ୱ ବାସ ଭବନରେ ଏହି କେନ୍ଦ୍ର ଗୁଡିକ ଅସ୍ଥାୟି ଭାବରେ ଚାଲୁଅଛି । ଏଥି ସହିତ ସାହୁ ପଡା, ରଜା ପଡା, ଓ ଚମାର ପଡାରେ ଏହି କେନ୍ଦ୍ର ଗୁଡ଼ିକ ନିକଟସ୍ଥ ବିଦ୍ୟାଳୟ ପରିସର ରେ ଗୋଟିଏ କୋଠରି ମଧ୍ୟରେ ଆଙ୍ଗନବାଡି କେନ୍ଦ୍ର ଚାଲୁଛି । ଏଣୁ ବାଧ୍ୟ ହୋଇ ଆଙ୍ଗନବାଡି କର୍ମୀମାନଙ୍କୁ ସେହି ଗୋଟିଏ କୋଠାରେ ରାନ୍ଧିବା, ଶିଶୁମାନଙ୍କୁ ଖାଦ୍ୟ ପରଶିବା ତଥା ଗୋଦାମ ଗୃହ ଭାବରେ ବ୍ୟବହାର ହେବା ସହିତ ପାଠ ପଢାଇବା ପାଇଁ ବାଧ୍ୟ ହେଉଛନ୍ତି । ଖାଇ ସାରିବା ପରେ ପଡି ରହୁଥିବା ଖାଦ୍ୟରେ ମଶା ମାଛି ଘୁରି ବୁଲୁଥିବା ଦ୍ୱାରା ଶିଶୁମାନଙ୍କ ମଧ୍ୟରେ ସଂକ୍ରମଣର ଆଶଙ୍କା ରହିଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ଆଙ୍ଗନବାଡି କର୍ମୀ ଓ ପଡାବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଏହା ପ୍ରତି କେହି କର୍ଣ୍ଣପାତ କରୁ ନାହାନ୍ତି । ଏପରି ଅବ୍ୟବସ୍ଥା ଯୋଗୁଁ ସହରର ୧୦ ଗୋଟି କେନ୍ଦ୍ରରୁ ଏବେ ଶିଶୁମାନେ ମୁହଁ ବୁଲାଇ ନେଉଥିବା ବେଳେ ସରକାରଙ୍କ ଏହି ଯୋଜନା ପଦ୍ମପୁରରେ ସମ୍ପୁର୍ଣ୍ଣ ଫେଲ ମାରିଥିବା ଦେଖିବାକୁ ମିଳୁଛି । ସରକାର ଯେଉଁ ମନୋଭାବରେ କୋଟି କୋଟି ଟଙ୍କା ବ୍ୟୟ କରି ଗରିବ ଶ୍ରେଣୀର ଶିଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଗୁଣାତ୍ମକ ମାନ ବିକାଶ କରିବା ପାଇଁ ଚେଷ୍ଟା କରୁଛନ୍ତି, ସେହି ସ୍ଥାନରେ କିଛି ତଲିଆ କର୍ମଚାରୀଙ୍କ ଖାମଖିଆଲି ନିତୀ ଏବଂ ଗରୀବଙ୍କ ପ୍ରତି ସମ୍ବେଦନହିନତା କାରଣରୁ ଶିଶୁମାନେ ତାଙ୍କ ମୌଲିକ ଅଧିକାର ପାଇବାରୁ ବଂଚିତ ରହୁଛନ୍ତି । ଏହି ବବଦରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଲିଜା ମିଶ୍ରଙ୍କୁ ପଚରା ଯିବାରୁ ସେ ଏ ବିଷୟରେ ଅବଗତ ନ ଥିବା ଜଣାଇଛନ୍ତି, ଯେଉଁଥିରୁ ତାଙ୍କ ପାରିବାପଣିଆ ଏବଂ ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ କରିବାରେ ତାଙ୍କ ଆନ୍ତରିକତା ସ୍ପଷ୍ଟ ରୁପେ ବାରି ହୋଇ ପଡୁଛି । ଏହି ବିଷୟରେ ବ୍ଲକ ଅଧ୍ୟକ୍ଷ କୁମରମଣୀ ନାଏକ ଏଥି ପ୍ରତି ଦୃଷ୍ଟି ଦେବା ସହିତ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଯଥାଶିଘ୍ର ପ୍ରଶାସନ ଦେଶର ଭବିଷ୍ୟତଙ୍କ ପ୍ରତି ହେଉଥରବା ଅବିଚାର ପ୍ରତି ଧ୍ୟାନ ଦେବା ଜରୁରୀ ହୋଇ ପଡିଛି ଏବଂ ଶିଶୁମାନେ ଯେପରି ତାଙ୍କ ହକରୁ ବଂଚିତ ନ ହୁଅନ୍ତି, ସେଥିପ୍ରତି ତ୍ୱରାନ୍ୱିତ ପଦକ୍ଷେପର ଆବଶ୍ୟକତା ରହିଛି । ଶିଶୁର ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶରେ ହିଁ ସମାଜର ବିକାଶ ହୋଇପାରିବ, ଏଣୁ ଶିଶୁ ପ୍ରତି ଅବହେଳା ପ୍ରଦର୍ଶନ ନ କରି ତାଙ୍କ ଉପରେ ଯନôବାନ ହେବା ଆବଶ୍ୟକ ହୋଇ ପଡିଛି । କୋମଳମତି ଶିଶୁମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ଜିଲ୍ଲାପାଳ ମହୋଦୟ ଓ ସରକାର ଦୃଷ୍ଟି ଦେବେ ବୋଲି ସାଧାରଣରେ ଅନୂରୋଧ ପ୍ରକଟ ହୋଇଛି ।