ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଜିଲ୍ଲା ଜଜ୍ ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟପୀର ମିଶ୍ର ଯୋଗଦେଇ ଏହି ସଚେତନତା କାର୍ଯ୍ୟକ୍ରମ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ରମାନଙ୍କୁ ସଚେତନତା କରାଇଥିଲେ ଏବଂ ସି.ରା.ପି.ସି ବିଭିନ୍ନ ଧାରା, ବ୍ୟାଲ, ଏଫ.ଆ.ର ସମନ, ୱାରେଣ୍ଟ ଓ ପ୍ଳି-ବାଗ୍ରେନିଙ୍ଗ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ।
ପରିଶେଷରେ ନିଜ ଅଭିଭାଷଣରେ କହିଥିଲେ ଛାତ୍ରମାନେ ଆଇନ ବିଷୟରେ ସଚେତନତା ହେଲେ ଦେଶ ନିଶ୍ଚିତ ଉନ୍ନତି ପଥରେ ଯାଇପାରିବ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିଚାରବିଭାଗୀୟ ଅଧିକାରୀ ଶ୍ରୀ ମାନସ କୁମାର ପଣ୍ଡା , ବରିଷ୍ଠ ଦେୱାନୀ ଅଧିକାରୀ , ଶ୍ରୀ ଦିପଙ୍କର ପଟ୍ଟନାୟକ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଶ୍ରୀ ରବି ନାରାୟଣ ବେହେରା , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀଣି ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ଏବଂ ପ୍ରବେଶନ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଶୁଭଜିତ ବେହେରା ଉପସ୍ଥିତ ରହି ବିଭିନ୍ନ ଆଇନ ବିଷୟରେ ସଚେତନତା କରାଇଥିଲେ ଏବଂ ସମଗ୍ର ଦେଶରେ ଯଥା ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ , ଜିଲ୍ଲାସ୍ତରରେ ଓ ତାଲୁକ ସ୍ତରରେ ଆଇନ ସେବା ପ୍ରାଧିକରଣର କାର୍ଯ୍ୟ ବିଷୟରେ ସଚେତନତା କରାଇଥିଲେ ଏବଂ ତୃଣ ମୂଳସ୍ତରରୁ ସମସ୍ତ ବ୍ୟକ୍ତି କିପରି ଆଇନ ସେବା ପାଇପାରିବେ ସେ ବିଷୟରେ ବୁଝାଇଥିଲେ ଓ ପ୍ରତି ବ୍ଳକରେ ପ୍ରାଧିକରଣ ଦ୍ବାରା ନିୟୋଜିତ ହୋଇଥିବା ପାରା ଲିଗାଲ ସ୍ବେଚ୍ଛାସେବୀ ମାନଙ୍କର କାର୍ଯ୍ୟ ବିଷୟରେ ସଚେତନତା କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଆଇନଜୀବି, ପାରାଲିଗାଲ ସ୍ୱେଚ୍ଛାସେବୀ ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ।
ରାଜ୍ୟ
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର
- Hits: 678