ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଆର୍ସେଲ ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଏକ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକର ସେନ୍ଟ୍ରାଲ ରେଡ୍ କ୍ରସ୍ ବ୍ଲଡ୍ ବ୍ୟାଙ୍କର ମିଳିତ ସହଯୋଗରେ ପାରାଦ୍ୱୀପସ୍ଥିତ ପେଲେଟ୍ ପ୍ଲାଣ୍ଟ ଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏତତ୍ ବ୍ୟତୀତ ଆର୍ସେଲ ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଅ ସିଏସ୍ଆର୍ ତରଫରୁ ନୂଆଗଡ ଗ୍ରାମପଂଚାୟତ ଅର୍ନ୍ତଗତ ବଳଡିଆ ଗ୍ରାମରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଥଲା । ଏହି ରକ୍ତଦାନ ଶିବିରରେ ୧୦୦ରୁ ଉର୍ଦ୍ଧ୍ୱ କମ୍ପାନୀର କର୍ମଚାରୀ ଏବଂ ଠିକା କର୍ମଚାରୀ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ ।
ଉଚ୍ଚପଦସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ପାୱାର ପ୍ଲାଣ୍ଟ ମୁଖ୍ୟ ଶୈଳେନ୍ଦ୍ର ଶା ରକ୍ତଦାନ ଶିବିରକୁ ଆନୁସଙ୍ଗିକ ଭାବେ ଉଦ୍ଘାଟନ କରିଥିଲେ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ସିଏସ୍ଆର୍ ପକ୍ଷରୁ ନୂଆଗଡ ଗ୍ରାମପଂଚାୟତ ଅନ୍ତର୍ଗତ ବଳଡିଆ ଗ୍ରାମରେ ମହିଳା ଏବଂ କିଶୋରୀମାନଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଥିଲା । ଗ୍ରାମବାସୀମାନଙ୍କୁ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତା ବିଷୟରେ ସଚେନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଥଲା । ଏହି ଶିବିରରେ ୧୯୩ ଜଣ ମହିଳା ଏବଂ କିଶୋରୀମାନଙ୍କୁ ମାଗଣାରେ ଚିକିତ୍ସା କରାଯାଇଥିଲା ଏବଂ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ନୂଆଗଡ ଗ୍ରାମପଂଚାୟତର ସଦସ୍ୟଗଣ, ଅଙ୍ଗନବାଡି ଏବଂ ଆଶାର୍କମୀ ତଥା କମ୍ପାନୀର ପ୍ରତିନିଧି ବର୍ତମାନ ସମୟରେ ସୁସ୍ଥ ଜୀବନଶୈଳୀ ଉପରେ ତାଙ୍କ ଅଭିଭାଷଣରେ ଗୁରୁତ୍ୱରୋପ କରିଥିଲେ । ଏହି ଶିବିରରେ ନୂଆଗଡର ସରପଂଚ ଦେବେନ୍ଦ୍ର କୁମାର ରାଉତ, ଏଏମ୍/ଏନ୍ଏସ୍ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଜିତ୍ କୁମାର ଜେନା ଏବଂ ଏଏନ୍ଏମ୍ କ୍ଲଷ୍ଟର ମୁଖ୍ୟ ପ୍ରେମଲତା ବାରିକ ଆଦି ଉପସ୍ଥିତ ଥିଲେ ।
ଏହି ଅବସରରେ ଏଏମ୍/ଏନ୍ଏସ୍ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଅଜିତ୍ ଜେନା ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କମ୍ପାନୀ ସହିତ ଜଡିତ ସମସ୍ତ କର୍ମଚାର ଏବଂ ସେମାନଙ୍କ ପରିବାରବୃନ୍ଦଙ୍କ ସ୍ୱାସ୍ଥ୍ୟପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ କାର୍ଯ୍ୟସ୍ଥଳର ଆଖପାଖ ଗ୍ରାମମାନଙ୍କରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ଆମେ କରିଆସିଛୁ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ନିଜର ସିଏସ୍ଆର୍ ମାଧ୍ୟମରେ କମ୍ପାନୀର ଆଖପାଖ ଅଂଚଳରେ ସାମାଜିକ ଏବଂ ଅର୍ଥନୈତିକ ଉନ୍ନତି ଆଣିବା ନିମନ୍ତେ କାର୍ଯ୍ୟ କରିଆସୁଛି । କମ୍ପାନୀ ବର୍ଷସାରା ଏହି ଗ୍ରାମମାନଙ୍କରେ ମୋବାଇଲ ହେଲ୍ଥ ୟୁନିଟ୍ ଏବଂ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ଶିବିର ସହ ସାନିଟାଇଜେସନ୍ କାର୍ଯ୍ୟକ୍ରମ ମଧ୍ୟ ଚଳାଇ ଆସୁଅଛି ।
ରାଜ୍ୟ
ଏଏମ୍/ଏନ୍ଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଏବଂ ରକ୍ତଦାନ ଶିବିର କାର୍ଯ୍ୟକ୍ରମ
- Hits: 748