ହେଡଲାଇନସ୍:

ସାମ୍ବାଦିକ ଲୋକନାଥଙ୍କ ପ୍ରତି ଆଇଆଇସିଙ୍କ ବର୍ବୋରଚିତ ବ୍ୟବହାରକୁ ଓଜେୟୁ ପୁରୀ ଶାଖାର ନିନ୍ଦା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ଅମାନବିକତାର ସୀମା ପାର କରିଛନ୍ତି ନୀଳଗିରି ଥାନା ଆଇଆଇସି । ଜଣେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ଚିକିତ୍ସାଧିନ ସମୟରେ ବେଡ଼ି ପକାଇବାକୁ ନେଇ ସାରା ରାଜ୍ଯର ସାମ୍ବାଦିକ ଏବେ କ୍ଷୁବ୍ଧ । ଏ ସଂକ୍ରାନ୍ତୀୟ ଏକ ବୈଠକ ଓଡ଼ିଶା ସାମ୍ବାଦିକ ସଂଘ ପୁରୀ ଶାଖା ପକ୍ଷରୁ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ ନୀଳଗିରି ଥାନା ଆଇଆଇସିଙ୍କ ବର୍ବୋରଚିତ କାର୍ଯ୍ୟକୁ ନିନ୍ଦା କରାଯାଇଛି ।
ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଓ ପରେ ଚିକିତ୍ସାଧିନ ସମୟରେ ଗୋଡରେ ବେଡ଼ି ପକାଇ ସାଲାଇନ ଷ୍ଟାଣ୍ଡ ରେ ବାନ୍ଧିବା ଏକ ଅମାନବିକତାର ପରିଚୟ । ଏହା ଆଇଆଇସିଙ୍କ ଅସୁସ୍ଥ ମାନସିକତାକୁ ମଧ୍ଯ ସୂଚିତ କରୁଛି । ଯାହାକୁ ଓଜେୟୁର ପୁରୀ ଶାଖା ନିନ୍ଦା କରୁଛି ବୋଲି ସଭାପତି ବିଜୟ କୁମାର ମିଶ୍ର କହିଛନ୍ତି । ଯେଉଁଠି ସମ୍ବିଧାନର ଚତୁର୍ଥ ସ୍ତମ୍ଭର ଜାଗ୍ରତ ପ୍ରହରୀ ସୁରକ୍ଷିତ ନୁହଁନ୍ତି, ସେଠି ଜନସାଧାରଣ କିପରି ସୁରକ୍ଷିତ ରହିପାରିବେ ବୋଲି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି ।
ସାରା ରାଜ୍ଯରେ ସାମ୍ବାଦିକ ମହଲ ଓ ସାଧାରଣ ଜନତା ଏହି ଘଟଣାକୁ କଡା ସମାଲୋଚନା କରିଛନ୍ତି । ଘଟଣାର ତଦନ୍ତ କରି ସଠିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି କହିଛନ୍ତି ।
ବୈଠକରେ ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର କର, ଉପ ସଭାପତି ବିଶ୍ୱନାଥ ମିଶ୍ର, ସରୋଜ ମିଶ୍ର, ନିରଞ୍ଜନ ମିଶ୍ର, ବିକ୍ରମ କେଶରୀ ଆଚାର୍ଯ୍ୟ , ଦେବେନ୍ଦ୍ର କୁମାର ନନ୍ଦ, ସୁବୋଧ ସୁବୁଦ୍ଧି, ସଞ୍ଜୟ ଅଗ୍ରୱାଲ, ଅକ୍ଷୟ ସ୍ୱାଇଁ, ଶୁଶାନ୍ତ ସାହୁ, ଅନିମେଶ ପଟ୍ଟନାୟକ , ଦିବ୍ୟରଞ୍ଜନ ବିଶୋଇ, ସତ୍ୟନାରାୟଣ ପଟ୍ଟନାୟକ, ପ୍ରଦୀପ ପଧାନ, ସାଗର ମଦନ ମୋହନ ପ୍ରତିହାରୀ, ଡିପି ଗାଙ୍ଗୁଲି ପ୍ରମୁଖ ଉପସ୍ଥିତ ରହି ଘଟଣାକୁ ଘୋର ନିନ୍ଦା କରିବା ସହ ଆହତ ସାମ୍ବାଦିକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

0
0
0
s2sdefault