ବରଗଡ଼ ରୁ ରାଜେଶ ଅଗ୍ରୱାଲ , ବିଜେପୁର ରୁ ଉମାକାନ୍ତ ବେସନ ଓ ପଦ୍ମପୁର ରୁ ଭାରତୀ ପଟ୍ଟନାୟକ ନିର୍ଦ୍ୱନ୍ଦରେ ଉପାଧ୍ୟକ୍ଷ ନିର୍ବାଚିତ
ବରଗଡ :- ଆଜି ରାଜ୍ୟରେ ସମସ୍ତ ପୌରାଞ୍ଚଳର ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ତାରିଖ ପୂର୍ବରୁ ଘୋଷଣା କରାଯାଇଥିଲା । ଏହି କ୍ରମରେ ବରଗଡ଼ ମୁନିସିପାଳିଟି ର ଉପାଧ୍ୟକ୍ଷ ପଦ ପାଇଁ ବିଜୁ ଜନତା ଦଳର ରାଜେଶ କୁମାର ଅଗ୍ରୱାଲ ଏକ ମାତ୍ର ପ୍ରାର୍ଥୀ ଭାବରେ ଉପାଧ୍ୟକ୍ଷ ପଦ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ସୀମା ଭିତରେ ଅନ୍ୟ କୋଣସି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରିବାରୁ ଶ୍ରୀ ଅଗ୍ରୱାଲ ଙ୍କୁ ନିର୍ଦ୍ୱନ୍ଦରେ ରେ ନିର୍ବାଚିତ ଘୋଷଣା କରାଯାଇଥିଲା । ସେହିଭଳି ପଦ୍ମପୁର ରୁ ଶ୍ରୀମତୀ ଭାରତୀ ପଟ୍ଟନାୟକ ନିଜର ପ୍ରସ୍ତାବକ ଓ ସମ୍ମର୍ଥକ ଙ୍କର ସହିତ ଏନ ଏ ସି ଅଫିସ କୁ ପହଂଛି ନିଜର ନାମାଙ୍କନ ଦାଖଲ କରିଥିଲେ । ପଦ୍ମପୁର ରେ ମଧ୍ୟ ଅନ୍ୟ କୋଣସି ପ୍ରାର୍ଥୀ ନାମାଙ୍କନ ଦାଖଲ ନ କରିବାରୁ ଶ୍ରୀମତି ପଟ୍ଟନାୟକ ଙ୍କୁ ନିର୍ବିରୋଧ ନିର୍ବାଚିତ ଘୋଷଣା କରାଯାଇଥିଲା । ନବନିର୍ବାଚିତ ଉପାଧ୍ୟକ୍ଷ ଙ୍କୁ ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା , ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ , ପୂର୍ବତନ ଏ ସି ଅଧ୍ୟକ୍ଷ ଶ୍ରୀ ପ୍ରୀତମ ମେହେର , ଯୁବ ନେତା ଶ୍ରୀ ଭୋଜରାଜ ସିଂ ବାରିହା ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ଶ୍ରୀମତୀ ପଟ୍ଟନାୟକ ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ସେହିଭଳି ନୂତନ ଭାବରେ ଗଠନ କରାଯାଇଥିବା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ଏନ ଏ ସି ପାଇଁ ଚଳିତ ଥର ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିଲା । ବିଜେପୁର ଏନ ଏ ସି ଉପାଧ୍ୟକ୍ଷ ପଦ ପାଇଁ ଆଜି ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଉମାକାନ୍ତ ବେସନ ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିଲେ । ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ବିଜେପୁର ର ସମସ୍ତ ବରିଷ୍ଠ ଦଳୀୟ ନେତା ମାନେ ଶ୍ରୀ ବେସନ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ବରପାଲି ଏନ ଏ ସି ରୁ ବିଜୁ ଜନତା ଦଳର ସୁପ୍ରିତା ଜେନା ଙ୍କୁ ନିର୍ଦ୍ୱନ୍ଦରେ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ଘୋଷଣା କରା ଯାଇଛି ।