ନୂଆପଡାରୁ ଯଶୋବନ୍ତ କୁମାର- ନୂଆପଡା ଜିଲ୍ଲା ବରନ୍ଦାପାଟ କେନ୍ଦ୍ରୀୟ ନର୍ସରୀଠାରେ କୋମନା ବ୍ଲକ ସ୍ତରୀୟ ସରପଞ୍ଚ ସଂଘ ଗଠିତ ହୋଇ ଯାଇଛି । ଏଥିରେ କୋମନା ବ୍ଲକର ୩୨ ଟି ପଞ୍ଚାୟତର ସରପଞ୍ଚମାନେ ଯୋଗଦାନ କରି ଥିଲେ । କାମନା ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ସଭାପତି, ରାୟଧର ଗଘେଲ ଉପ ସଭାପତି, ଯୋଗେନ୍ଦ୍ର ବାଗ ସଂପାଦକ, ପହଲ୍ଲାଦ ଶବର ଯୁଗ୍ମ ସଂପାଦକ ଓ ଜିତେନ୍ଦ୍ର ଠାକୁର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଜିଲ୍ଲା ସ୍ତରୀୟ କମିଟିକୁ ବିମଳ ଯୋଶୀ, କାଳିଆ ପ୍ରଧାନ ଓ ଶ୍ୟାମ ସୁନ୍ଦର ପୁଷ୍ଟିଙ୍କୁ ମନୋନୀତ କରା ଯାଇଛି ।
ରାଜ୍ୟ
କୋମନା ବ୍ଲକ ସରପଞ୍ଚ ସଂଘ ଗଠିତ- ମୃତ୍ୟୁଞ୍ଜୟ ହେଲେ ସଭାପତି
- Hits: 268