କେନ୍ଦୁଝରଗଡ଼ (ସିଦ୍ଧେଶ୍ୱର ସାହୁ): କେନ୍ଦୁଝର ସହର ମଧ୍ୟରେ ଜବରଦଖଲ ଏକ ସାଧାରଣ କଥା ହେଲାଣି । ନଗରପାଳିକାର ୱାର୍ଡ ନଂ ୬ ର ବିଭିନ୍ନ ସାହି ବସ୍ତି ରାସ୍ତା କଡେ ଏବେ ବାଲି ସିମେଣ୍ଟ ଗେଟି ପଥର ଜମା ହେଉ ଥିବାରୁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି ଲୋକେ ପଡି ଆହତ ହେଉଛନ୍ତି । ଏଥି ସହ ଖଣ୍ଡିଆଖାବର ହୋଇ ନଗରପାଳିକା ଓ ପ୍ରଶାସନକୁ କଡ଼ା ଦେଶୀ ଭାଷାରେ ଗାଳି ଦେଉଛନ୍ତି । ବରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହେଉନି ଲୋକେ ମଧ୍ୟ ତେଣୁ ରାସ୍ତାରୁ ଏହି ସାମଗ୍ରୀ ଉଠାଉ ନାହାଁନ୍ତି । ଏବେ ସେହି ୱାର୍ଡର ବଡଶାସନରେ ରାସ୍ତା ଉପରକୁ ମାଡି ଆସି ଜନୈକ ବ୍ୟକ୍ତି ଏକ ଘର କରୁଛନ୍ତି କଂକ୍ରିଟ ରାସ୍ତାର ୩ ଫୁଟ ଉପରକୁ ନିର୍ମାଣ କାମ ମାଡି ଆସି ରାସ୍ତା ସଂକୁଚିତ କରୁଛି । ତେଣୁ ସେହି ରାସ୍ତାରେ ବଡ ଗାଡି ଆଉ ଯିବା କାଠିକର ପାଠ ହେବ ଦୁର୍ଘଟଣା ମଧ୍ୟ ହେବ । ସେ ବ୍ୟକ୍ତି ଏବେ ନବନିର୍ବାଚିତ କାଉନସିଲରଙ୍କ ଭାଇ ସମ୍ପର୍କୀୟ ହୋଇଥିବାରୁ ଲୋକେ ଡରି କିଛି କହୁ ନାହାଁନ୍ତି । ତେବେ ନଗରପାଳିକା ଏହି ନିର୍ମାଣକୁ ରୋକିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।
ରାଜ୍ୟ
ମୁନିସିପାଲିଟି ରାସ୍ତା ଉପରକୁ ମାଡ଼ି ଆସି ଗୃହ ନିର୍ମାଣ ।
- Hits: 863