-
ଏହି ପ୍ରଚାର ଅଭିଯାନରେ ଅଲିମ୍ପିକ ପଦକ ବିଜେତା ଲଭଲିନା ବୋର୍ଗୋହେନ୍ ଏବଂ ମନପ୍ରୀତ୍ ସିଂଙ୍କ ସହିତ ଭୋଜପୁରୀ ଅଭିନେତା ପୱନ ସିଂହ ଓ ହର୍ଷିକା ପୁନାଚାଙ୍କୁ ଦେଖିବାକୁ ମିଳିବ
-
ଶ୍ୟାମ୍ ଷ୍ଟିଲ ଅପ୍ନା ଘର୍ ଆପ୍ ଇସ୍ପାତ ଓ ବିନିର୍ମାଣ ଶିଳ୍ପରେ ଏକ ସଫଳତା, ଡିଜିଟାଲ ବିଶ୍ୱକୁ ପ୍ରବେଶ ଦ୍ୱାରା ସମସ୍ୟା ସମାଧାନକାରୀ ହୋଇଛି ଯାହା ସମସ୍ତ ବାସଗୃହ ନିର୍ମାତାଙ୍କ ପାଇଁ ଜୀବନକୁ ସହଜ କରିଦେଉଛି
-
ଏହି ପ୍ରଚାର ଅଭିଯାନ ଜରିଆରେ ଶ୍ୟାମ୍ ଷ୍ଟିଲ ଏହି ବାର୍ତ୍ତାକୁ ସର୍ବତ୍ର ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଯେ ‘ଶ୍ୟାମ୍ ଷ୍ଟିଲ ଅପ୍ନା ଘର୍’ ଆପ୍ ଯେକୌଣସି କୋଠାବାଡି ନିର୍ମାଣ କାର୍ଯ୍ୟକଳାପ ନିମନ୍ତେ ଏକ ବିଶାରଦ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିବ
ଭୁବନେଶ୍ୱର, : ପ୍ରାଥମିକ ଟିଏମ୍ଟି ବାର୍ସମୂହର ଅନ୍ୟତମ ଅଗ୍ରଣୀ ଉତ୍ପାଦନକାରୀ ଓ ନିର୍ମାତା ଶ୍ୟାମ୍ ଷ୍ଟିଲ୍ ତାହାର ନୂଆ ପ୍ରଚାର ଅଭିଯାନ ‘ଅପ୍ନା ଘର୍’ ଶୁଭାରମ୍ଭ କରିଛି । ଶ୍ୟାମ୍ ଷ୍ଟିଲ ଅପ୍ନା ଘର୍ ଆପ୍ ଦ୍ୱାରା ବ୍ୟକ୍ତିଗତ ବାସଗୃହ ନିର୍ମାଣକାରୀଙ୍କ ମଧ୍ୟରେ ସାମଗ୍ରିକ ସମାଧାନ ଯୋଗାଇଦେବା ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ଏହି ଅଭିଯାନ ଲକ୍ଷ୍ୟ ରଖିଛି । ପ୍ରଚାର ଅଭିଯାନରେ ତିନିଟି ଡିଜିଟାଲ ବିଜ୍ଞାପନ ଭିତ୍ତିକ ଚଳଚ୍ଚିତ୍ର ରହିଛି ଏବଂ ପ୍ରଥମଟିରେ ବିଶିଷ୍ଟ ଭୋଜପୁରୀ ଅଭିନେତା ପୱନ ସିଂହ ଏବଂ ହର୍ଷିକା ପୁନାଚାଙ୍କୁ ଦେଖିବାକୁ ମିଳିବ, ଯେଉଁମାନେ ମଧ୍ୟ ଶ୍ୟାମ୍ ଷ୍ଟିଲ୍ର ଆଞ୍ଚଳିକ ବଜାର ଆମ୍ବାସାଡର ଭାବରେ କାର୍ଯ୍ୟ କରୁଛନ୍ତି । ଅନ୍ୟ ଦୁଇଟି ଡିଜିଟାଲ ବିଜ୍ଞାପନ ଭିତ୍ତିକ ଚଳଚ୍ଚିତ୍ରର ଅଲିମ୍ପିକ ପଦକ ବିଜେତା ଲଭଲିନା ବୋର୍ଗୋହେନ୍ ଏବଂ ମନପ୍ରୀତ ସିଂଙ୍କୁ ଦେଖିବାକୁ ମିଳିବ । ଏହି ବିଜ୍ଞାପନ ଭିତ୍ତିକ ଚଳଚ୍ଚିତ୍ରକୁ ବିଶେଷ ଭାବରେ ବିହାର, ଝାଡଖଣ୍ଡ, ଓଡ଼ିଶା ଏବଂ ଉତ୍ତର ପୂର୍ବାଞ୍ଚଳ ବଜାର ଉପରେ ପ୍ରାଧାନ୍ୟ ଦେଇ ଡିଜିଟାଲ ପଦ୍ଧତିରେ ପ୍ରସାରଣ କରାଯିବ । ପ୍ରଥମ ଚଳଚ୍ଚିତ୍ରଟି ୟାଶି ଫିଲ୍ମ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ରବିକାନ୍ତ ମିଶ୍ରା ନିର୍ଦ୍ଦେଶନା ଦେଇଛନ୍ତି । ଲଭଲିନା ବୋର୍ଗୋହେନ୍ ଏବଂ ମନପ୍ରୀତ ସିଂ ଅଭିନୀତ ବିଜ୍ଞାପନ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରୋଡ୍ସୋ ଫିଲ୍ମ୍ସ ପ୍ରାଇଭେଟ ଲିମିଟେଡ ର ଅରିତ୍ରା ସେନ୍ ।
ଶ୍ୟାମ୍ ଷ୍ଟିଲ୍ ଅପ୍ନା ଘର୍ ଆପ୍ ଏକ ଅନ୍ଲାଇନ ପ୍ଲାଟଫର୍ମ ଯାହା ‘ନିଭ ସେ ପ୍ରବେଶ୍ ତକ୍’ର ଗୋଟିଏ ସ୍ଥାନରେ ସମସ୍ତ ସମାଧାନ ଯୋଗାଇ ଦେଉଥିବା ଆପ୍ ହୋଇଛି ଏବଂ ଏହା ବ୍ୟକ୍ତିଗତ ବାସଗୃହ ନିର୍ମାଣକାରୀ ଉପଭୋକ୍ତାଙ୍କୁ ସାମଗ୍ରିକ ସମାଧାନ ଯୋଗାଣକାରୀ ଏକ ମୋବାଇଲ ଆପ୍ ହୋଇଛି । ଏହା ଇସ୍ପାତ ଓ ବିନିର୍ମାଣକାରୀ ଶିଳ୍ପରେ ଏକ ଉଲ୍ଲେଖନୀୟ ସଫଳତା ହୋଇଛି ଏବଂ ଏକ ଡିଜିଟାଲ ଦୁନିଆକୁ ପ୍ରବେଶ କରି ସମସ୍ୟା ସମାଧାନକାରୀ ଭୂମିକା ନେଇଛି ଯାହା ସମସ୍ତ ବାସଗୃହ ନିର୍ମାତାଙ୍କ ଜୀବନକୁ ସହଜ କରି ଗଢିତୋଳୁଛି । ‘ନିଭ ସେ ପ୍ରବେଶ୍ ତକ୍’ ଉକ୍ତିଟି ବାସଗୃହ ନିର୍ମାଣ ଆବଶ୍ୟକତା ପୂରଣ କଥା ଆସିଲେ, ନିଜେ ନିଜର ଅଭିବ୍ୟକ୍ତକାରୀ ହୋଇଛି । ଏହି ପ୍ରଚାର ଅଭିଯାନ ଦ୍ୱାରା ଶ୍ୟାମ୍ ଷ୍ଟିଲ ନିଜର ନୂଆ ବାସଗୃହ ନିର୍ମାଣ ଯୋଜନା କରୁଥିବା ଏକ ସୁଖୀ ଭାରତୀୟ ଦମ୍ପତିଙ୍କ ଜରିଆରେ ଏହି ଆପ୍ର ଗୁରୁତ୍ୱ ପ୍ରତିଫଳିତ କରିବାକୁ ପ୍ରୟାସ କରିଛି ।
ପ୍ରଚାର ଅଭିଯାନ ଶୁଭାରମ୍ଭ ଅବସରରେ ପ୍ରକାଶ କରି ଶ୍ରୀ ଲଳିତ ବେରିୱାଲା, ଡାଇରେକ୍ଟର, ଶ୍ୟାମ୍ ଷ୍ଟିଲ୍ କହିଛନ୍ତି, “ଅପ୍ନା ଘର୍ ଆପ୍ ବିଷୟରେ ଆମେ ଆମ ଗ୍ରାହକଙ୍କ ନିକଟରୁ ଅତ୍ୟନ୍ତ ସକାରାତ୍ମକ ମତାମତ ପାଇଛୁ । ଏହି ଆପ୍ ଜରିଆରେ ଆମେ ନିର୍ମାଣ କ୍ଷେତ୍ରର ନୂତନ ସଂଜ୍ଞା ନିର୍ଦ୍ଧାରଣ କରିବା ଲକ୍ଷ୍ୟ ରଖିଛୁ । ଅପ୍ନା ଘର ଆପ୍ ଏବଂ ଏହାର ଫାଇଦା ସମ୍ପର୍କରେ ଗ୍ରାହକମାନେ ସଚେତନ ହେବା ଦିଗରେ ଏହି ପ୍ରଚାର ଅଭିଯାନ ସହାୟତା କରିବ । ଶ୍ୟାମ୍ ଷ୍ଟିଲ୍ ସର୍ବଦା ନିଜର ଉପଭୋକ୍ତା ଭିତ୍ତିକ ପ୍ରଯୁକ୍ତି ଓ ନବସୃଜନକୁ ନେଇ ସମ୍ମୁଖ ଭାଗରେ ରହିଆସିଛି । ଏହି ଆପ୍ ବ୍ୟକ୍ତିଗତ ବାସଗୃହ ନିର୍ମାତାଙ୍କର ସମସ୍ତ ଆଶଙ୍କା ଦୂର କରିବା ସହ ନୂତନ ଅଞ୍ଚଳରେ ବଜାର ସୁଯୋଗ ସୃଷ୍ଟିକରି ଡିଲରମାନଙ୍କର ବ୍ୟବସାୟରେ ବୃଦ୍ଧି ଘଟାଇବା ଲକ୍ଷ୍ୟ ରଖିଛି ।”
ବିଜ୍ଞାପନରେ ଏକ ବିବାହିତ ଦମ୍ପତି ସେମାନଙ୍କ ନୂଆ ବାସଗୃହ ନିର୍ମାଣ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ ପ୍ରଦର୍ଶିତ କରାଯାଉଛି । ସ୍ୱାମୀ ସମାଧାନ ଖୋଜୁଥିବାବେଳେ ପତ୍ନୀ ତାଙ୍କୁ ଶ୍ୟାମ୍ ଷ୍ଟିଲ୍ ଅପ୍ନା ଘର୍ ଆପ୍ ଦେଖାଉଛନ୍ତି ଯାହା ସେମାନଙ୍କ ବାସଗୃହ ନିର୍ମାଣ ସମ୍ପର୍କରେ ସାମଗ୍ରିକ ସୂଚନା ପ୍ରଦାନ କରୁଛି ଏବଂ ସେମାନଙ୍କୁ ସମାଧାନ ନିମନ୍ତେ ବିଶାରଦଙ୍କ ସହିତ ଯୋଡୁଛି । ଦମ୍ପତି ଏହି ଆପ୍ ବ୍ୟବହାର କରିବାକୁ ନେଇଥିବା ନିଷ୍ପତ୍ତିରେ ସନ୍ତୋଷ ପ୍ରକାଶ କରୁଛନ୍ତି ଏବଂ ସ୍ୱାମୀ ତାଙ୍କ ସାଙ୍ଗ ଓ ପରିବାର ସଦସ୍ୟଙ୍କ ନିକଟରେ ଗର୍ବର ସହିତ ଏହି ଆପ୍ ସମ୍ପର୍କରେ ସୂଚନା ଦେବା ଦୃଶ୍ୟ ସହିତ ଚଳଚ୍ଚିତ୍ରର ପରିସମାପ୍ତି ଘଟୁଛି । ଏହି ପ୍ରଚାର ଅଭିଯାନ ଜରିଆରେ ଶ୍ୟାମ୍ ଷ୍ଟିଲ୍ ଏହି ବାର୍ତ୍ତା ସର୍ବତ୍ର ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଯେ ଶ୍ୟାମ୍ ଷ୍ଟିଲ୍ ଅପ୍ନା ଘର୍ ଆପ୍ ସମସ୍ତ କୋଠାବାଡି ନିର୍ମାଣ କାର୍ଯ୍ୟକଳାପ ନିମନ୍ତେ ଏକ ବିଶାରଦ ଗାଇଡ ଭାବରେ କାର୍ଯ୍ୟ କରିବ ।
ବାର୍ଷିକ ୩୦୦୦ କୋଟି ଟଙ୍କା କାରବାର ଥିବା ଶ୍ୟାମ୍ ଷ୍ଟିଲ୍ କୋଭିଡ-୧୯ ମହାମାରୀ ଜନିତ ବ୍ୟାଘାତ ପରିସ୍ଥିତିରେ ସାହସ କରି ସମ୍ପ୍ରସାରଣ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ଯାଉଛି । ନୂତନ ଭାରତ ନିର୍ମାଣରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ଏହି କମ୍ପାନୀ ୨୦୩୦-୩୧ ସୁଦ୍ଧା ୩୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ପୂରଣ ଦିଗରେ ଅର୍ଥପୂର୍ଣ୍ଣ ଅବଦାନ ରଖିବାକୁ ପ୍ରତିବଦ୍ଧ ରହିଛି । ଶ୍ୟାମ୍ ଷ୍ଟିଲ୍ ମଧ୍ୟ ସୋନୁ ସୁଦ୍ଙ୍କ ସମେତ ଅଲିମ୍ପିକ ପଦକ ବିଜେତା ଲଭଲିନା ବୋର୍ଗୋହେନ୍ ଏବଂ ମନପ୍ରୀତ ସିଂଙ୍କୁ ଏହାର ବିଲ୍ଡ ଇଣ୍ଡିଆ ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ଚୁକ୍ତିବଦ୍ଧ କରାଇଛି । ଏହି ବ୍ରାଣ୍ଡ୍ ମଧ୍ୟ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ କମ୍ପାନୀର ଚେହେରା ଭାବରେ ନେଇ ସେମାନଙ୍କ ସହିତ ସହଯୋଗିତା କରିଛି ।