ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଅଂଶୁଘାତ ଓ ଜଳ କଷ୍ଟ ନିବାରଣ ଲାଗି ଏକ ଦିବସିୟ ପ୍ରଶିକ୍ଷଣ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସଭା ଗୃହରେ ଗ୍ରୀଷ୍ମ ଋତୁ-୨୦୨୨ ର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ତାଲିମ ଏବଂ ଆଭିମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
”ଉତ୍ତାପ ତରଙ୍ଗ ଏବଂ ଜଳ ସଙ୍କଟ ପରିସ୍ଥିତି ପରିଚାଳନା” ବିଷୟବସ୍ତୁ ଉପରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ମାନଙ୍କ ନିମନ୍ତେ ତାଲିମ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତାରେ ନିର୍ଦ୍ଧାରିତ ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କହିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ
ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଉଦ୍ଘାଘାଟ ମନ୍ତବ୍ୟ ପ୍ରଦାନ କରିଥିଲେ।
ଜିଲ୍ଲାପାଳ ଶ୍ରୀ ପଣ୍ଡା ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ଉତ୍ତାପ ତରଙ୍ଗ ତଥା ତାପମାତ୍ରା ବୃଦ୍ଧି କିପରି ପ୍ରତିକୂଳ ପ୍ରଭାବ ପକାଉଛି ସେ ବିଷୟରେ ଆଲୋଚନା କରିଥିଲେ | ପ୍ରାଥମିକ ସ୍ତରରେ ଏହି ଜଳବାୟୁ ପରିର୍ବତ୍ତନ ଏବଂ ଉତ୍ତାପ ତରଙ୍ଗ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ସ୍ତରରୁ ଜିଲ୍ଲାସ୍ତର ର୍ପଯ୍ୟନ୍ତ ସାମଗ୍ରିକ ତଥା ଯୁକ୍ତିଯୁକ୍ତ ଯୋଜନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ଉଦୀୟମାନ ସମସ୍ୟାର ସମାଧାନ ପାଇଁ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଗୁଡିକ ମଧ୍ୟରେ ସମନ୍ୱୟ ରହିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ।
ଜଳବାୟୁ ପରିବର୍ତ୍ତନ ଏବଂ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ହେବା , ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ଲୋକମାନେ ଆଗାମୀ ଦିନରେ ଉତ୍କଟ ସମସ୍ୟା ଦେଇ ଗତି କରିବେ ବୋଲି ଆଲୋକପାତ କରିଥିଲେ। ବିଗତ ଦିନ ମାନଙ୍କରେ କିପରି ତାପମାତ୍ରା ବୃଦ୍ଧି ହେଉଛି, ଜଳକଷ୍ଠ ବଢୁଛି, ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଏହାକୁ ରୋକିବା ପାଇଁ ଆମ୍ଭେମାନେ ଦୃଢ ସଂକଳ୍ପ ଗ୍ରହଣକରି ସଠିକ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ | ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ନିଜ ନିଜ ବିଭାଗର ସଠିକ ନିରୁପଣ କରିବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ ପାଇଥିଲା। ତାଲିମ କାର୍ଯ୍ୟ ଶେଷରେ ପ୍ରତ୍ୟକେ ଗୋଷ୍ଠୀକୁ ସେମାନଙ୍କର ପ୍ରସ୍ତୁତ ଉପସ୍ଥାପନା କରିବାକୁ ଅନୁରୋଧ କରାଯାଇଥିଲା ଏବଂ ସମସ୍ତେ ସଫଳତାର ସହ ଉପସ୍ଥାପନ କରିଥିବାର ଲକ୍ଷ୍ୟ କରାଯାଇଥିଲା। ଆଜିର ଏହି ତାଲିମ କାର୍ଯ୍ୟକ୍ରମ ଏକ ଉତ୍କୃଷ୍ଟ ଏବଂ ଫଳପ୍ରଦ ତାଲିମ କାର୍ଯ୍ୟକ୍ରମ ଥିଲା ବୋଲି ଜଣାପଡିଛି ।
ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପିଡି ଡିଆରଡିଏ ଲୋକନାଥ ଦଳ ବେହେରା , ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର କୁମାର ରଞ୍ଜିତ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଦୋଷ କୁମାର ଶତପଥି ପରିଚାଳାନା କରିଥିବା ବେଳେ ଶଶାଙ୍କ ଶତପଥି , ଶୁଶିଲ କୁମାର କର , ଅଜିତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

0
0
0
s2sdefault