ହେଡଲାଇନସ୍:

ବିଧାନ ପରିଷଦ ଗଠନ ଥୟ, ଦେଲେ ରିପୋର୍ଟ ନୃସିଂହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 04-08-18-assembly.jpg - 49.02 kB

ତେଲେଙ୍ଗାନା ଢାଞ୍ଚାରେ ବିଧାନପରିଷଦ ଗଠନ ହେଉ ବୋଲି ଦେଲେ ପ୍ରସ୍ତାବ

ଭୁବନେଶ୍ୱର: ତେଲେଙ୍ଗାନା ଢାଞ୍ଚାରେ ହେବ ଓଡ଼ିଶାର ବିଧାନ ପରିଷଦ ଗଠନ ହେବା ଥୟ | ଆଉ ଅତି କମରେ ୪୯ ବା ୫୦ଜଣ ବିଧାନ ପରିଷଦକୁ ଯିବା ନିଶ୍ଚିତ | ଦଳ ଭିତରେ ମୁଣ୍ଡ ଟେକୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ବା କିଛି ନେତାଙ୍କୁ ବିଧାନ ପରିଷଦ ସଦସ୍ୟ କରାଇ ସନ୍ତୁଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିକୁ ଜନତା ଦଳର ସଭାପତି ଏହି ଯୋଜନା କରିଛନ୍ତି | ଦଳର କିଛି ୩୦ ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ ଏହି ପରିଷଦରେ ଥାଇଥାନ କରାଯିବ ଯେଉଁଠି ପାଇଁ ଲବି ଆରମ୍ଭ ମଧ୍ୟ ହୋଇ ଗଲାଣି | ଦଳ ପକ୍ଷରୁ ମଧ୍ୟ ବିଧିବଦ୍ଧ ଭାବେ ଘୋଷଣା କରି ଦିଆ ଗଲାଣି |

 ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ଯେ,  ବିଧାନ ପରିଷଦ ଗଠନ ପାଇଁ  ଅନୁଧ୍ୟାନକରି କମିଟିର  ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ଏକ ଅନୁଧ୍ୟାନ କମିଟି ଅଧ୍ୟକ୍ଷ ଡ. ନୃସିଂହ ସାହୁଙ୍କ ନେତୃତ୍ୱରେ ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତେଲେଙ୍ଗାନା ରାଜ୍ୟ ଗସ୍ତ କରିଥିଲେ । ଅନୁଧ୍ୟାନ ପରେ କମିଟି ଅଧ୍ୟକ୍ଷ ଡ. ସାହୁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟରେ ଡ. ସାହୁ ଉଲ୍ଲେଖ କରିଛନ୍ତି ଯେ ତେଲେଙ୍ଗାନାର ବିଧାନ ପରିଷଦ ଢାଞ୍ଚାରେ ଓଡ଼ିଶାରେ ବିଧାନ ପରିଷଦ ଗଠନ କରାଯାଉ । ଏହାକୁ ରାଜ୍ୟ ସରକାର ଅତି ଗୁରୁତ୍ୱର ସହ ନେଇଛନ୍ତି ଏବଂ ଖୁବ୍‍ଶୀଘ୍ର ବିଧାନ ପରିଷଦ ଗଠନ କ୍ଷେତ୍ରରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

ଯଦି ତେଲେଙ୍ଗାନା ଢାଞ୍ଚାରେ ହୁଏ ତେବେ ୧୪୭ ବିଶିଷ୍ଟ ଓଡିଶା ବିଧାନ ସଭାରେ ୪୯  ଜଣ ବା ସର୍ବାଧିକ  ୫0 ଜଣ ବିଧାୟକ ବିଧାନ ପରିଷଦରେ ରହି ପାରନ୍ତି |  ତେଲେଙ୍ଗାନାରେ ୧୧୯ ବିଧାନସଭା ଆସନ ଥିବା ବେଳେ ସେଠି ବିଧାନ ପରିଷଦରେ ସଦସ୍ୟ ସଂଖ୍ୟା ୪୦,  ଅର୍ଥାତ ଏକ ତୃତୀୟାଂଶ |  କାରଣ ପ୍ରବର୍ତ୍ତିତ ବ୍ୟବସ୍ଥା ଅନୁଯାୟୀ  ବିଧାନ ସଭାର ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶରୁ  ଅଧିକ ହେବ ନାହିଁ ବିଧାନ ପରିଷଦର ସଭ୍ୟ ସଂଖ୍ୟା | ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ  ମଧ୍ୟରୁ ଏକ ତୃତୀୟାଂଶ ମହାନଗର ନିଗମ ଓ ପୌରସଂସ୍ଥାରୁ ନିର୍ବାଚିତ ହେବେ  | ମାନେ ୧୬ କିମ୍ବା ୧୭ ଜଣ ସଦସ୍ୟ ସ୍ୱାୟତ୍ତ ଶାସନ ସଂସ୍ଥାରୁ ନିର୍ବାଚିତ ହେବେ | ସେପରି ୧୬/୧୭ ଜଣଙ୍କୁ ବିଧାୟକମାନେ ନିର୍ବାଚିତ କରିବେ | ରାଜ୍ୟପର ଛ ଭାଗରୁ ଭାଗେ ଅର୍ଥାତ ୮ /୯ଜଣଙ୍କୁ ରାଜ୍ୟପାଳ ମହୋଦୟ ଚୟନ କରିବେ  | ସେହିପରି ଗ୍ରାଜୁଏଟ ନିର୍ବାଚନମଣ୍ଡଳୀ ରୁ ୪ଅଵା ୫ ଜଣ ଏବଂ ୪ -୫ଜଣ ଟିଚର୍ସ କମ୍ୟୁନିଟିରୁ ନିର୍ବାଚିତ ହେବେ | 

ହେଲେ ଓଡିଶା ଭଳି ନିଅଁଟିଆରେ ବା ଋଣରେ ଚାଲୁଥିବା ରାଜ୍ୟରେ ଦ୍ଵିତୀୟ ସଦନର ଆବଶ୍ୟକତା କାହିଁକି ପଡିଲା ତାହା ସରକାରଙ୍କୁ ଜଣା |  ଗୋଟିଏ କଥା...ବିଧାନସଭା ଗତ କିଛି ବର୍ଷ ହେଲା ଠିକଣା ଢଙ୍ଗରେ ଚାଲିପାରୁନଥିବା ବେଳେ ଆଉ ଏହାର ଅସଲ ଉଦ୍ଦେଶ୍ୟ ସାଧିତ କରିନଥିବା ବେବେ ବିଧାନ ପରିଷଦ ଆଉ ଅଧିକ କଣ କରିବ ତାହା ଆଗକୁ ଜଣାପଡିବ | 

ସୂଚନାଯୋଗ୍ୟଯେ ଭାରତର ୭ଟି ରାଜ୍ୟରେ ରହିଛି ବିଧାନ ସଭା ସହ ବିଧାନ ପରିଷଦ | ସେଗୁଡିକ ହେଲା ଆନ୍ଧ୍ରପ୍ରଦେଶ.ବିହାର, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ | ସଂସଦ ମଧ୍ୟ ଆସାମ ଓ ରାଜସ୍ଥାନରେ ବିଧାନ ପରିଷଦ ଗଠନ ପାଇଁ ସବୁଜ ସଂକେତ ପ୍ରଦାନ କରିଛନ୍ତି | ସମ୍ବିଧାନର ୧୬୮ ଧାରା ଅନୁଯାୟୀ ପ୍ରତି ରାଜ୍ୟରେ ବ୍ୟବସ୍ଥାପିକା ଗଠନର ପ୍ରାବଧାନ ରହିଛି | ହେଲେ ଧାରା ୧୬୯ରେ ଯକୌଣସି ରାଜ୍ୟରେ ଦ୍ଵିତୀୟ ସଦନ ବା ବିଧାନ ପରିଷଦ ଗଠନ ବା ଉଛେଦ କରାଯାଇପାରିବ |  ଭାରତର ସମ୍ବିଧାନ ପ୍ରତି ରାଜ୍ୟରେ ଦ୍ବି ସଦନ ବ୍ୟବସ୍ଥାକୁ ପ୍ରାଥମିକତା ଦିଏ ନାହିଁ | କାରଣ  ସମ୍ବିଧାନର ପ୍ରଣେତା ତଥା Constituent assembly ର ସଦସ୍ୟ ମାନେ ଜାଣିଥିଲେ ଯେ  ଆର୍ଥିକ ବା ଅନ୍ୟ କାରଣରୁ ପ୍ରତି ରାଜ୍ୟରେ ଦୁଇଟି ସଦନ ରହି ପାରିବ ସମ୍ଭବ ନୁହେ | Constituent assembly ର ଅନେକ ସଦସ୍ୟ ମତ ଦେଇଥିଲେ ଯେ ଦୁଇ ସଦନ ବ୍ୟବସ୍ଥା ଏଜ ଖର୍ଚ ବହୁଳ ବ୍ୟବସ୍ଥା ଓ ରାଜ୍ୟ ଉପରେ ଅଯଥା ବୋଝ | ଏହା ବିଧେୟକ ଗୃହୀତ ହେବ ବ୍ୟବସ୍ଥାକୁ ବା ବିଧି ପ୍ରଣୟନ କରିବା ବ୍ୟବସ୍ଥାକୁ ଅତ୍ୟନ୍ତ ବିଳମ୍ବିତ କରିବ |  ତେଣୁ ରାଜ୍ୟର ଆର୍ଥିକ ସ୍ଥିତିକୁ ଦେଖି ଓ ଆବଶ୍ୟକତାକୁ ଦେଖି ରାଜ୍ୟ ବିଧାନସଭା ନିଷ୍ପତ୍ତି ନେବା ଯେ ରାଜ୍ୟରେ ଦ୍ଵିତୀୟ ଗୃହ ରହିଛି କି ନାହିଁ ! ହେଲେ ବିଧାନ ସଭା ଚାହିଁଲେ କେବଳ ବିଧାନ ପରିଷଦ ଗଠନ କରିପାରିବେ ନାହିଁ | ବିଧାନ ପରିଷଦ ଜନ୍ମ ବା ଉଛେଦ କ୍ଷମତା ରହିଛି ପାର୍ଲିଆମେଣ୍ଟ ଉପରେ, କାରଣ ଏଥିପାଇଁ ସାମ୍ବିଧାନରେ ପରିବର୍ତ୍ତନ ହୁଏ | ରାଜ୍ୟ ବିଧାନ ସଭାରେ ଦୁଇ ତୃତୀୟାଂଶ ମତ ରେ ଗୃହୀତ ପ୍ରସ୍ତାବ ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦନ ଦରକାର ହୋଇଥାଏ |

 

  

0
0
0
s2sdefault