ହେଡଲାଇନସ୍:

ରାସ୍ତାକଡ଼ରୁ ମାଂସଦୋକାନ ଉଚ୍ଛେଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଯାଜପୁରରୋଡ୍ (ଜୟଶଙ୍କର ଦାଶ  ): ଆଙ୍କୁଲା ଛକ, ବାଳାଶ୍ରମ ପଡ଼ିଆ, ବଲ୍ଲଭି ଘାଟଠାରେ ଜବରଦଖଲ କରି ମାଂସ ଦୋକାନ କରିଥିବା ଦୋକାନଗୁଡିକୁ ଭାଙ୍ଗି ଦିଆଯାଇଛି ।  ଶୁକ୍ରବାର ପୂର୍ବାହ୍ନରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଯାଜପୁର ଆଇଆଇସି ସୁଦୀପ୍ତ ସାହୁ, ଯାଜପୁର ପୌରପରିଷଦର ସାନିଟାରୀ ଇନ୍ସପେକ୍ଟର ଲକ୍ଷ୍ମୀଧର ଶତପଥୀ  ପ୍ରମୁଖଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା । ରାସ୍ତାକଡ଼ରେ ଏହି ମାଂସ ଦୋକାନଗୁଡିକ ଯୋଗୁ ରାସ୍ତା ଅବରୋଧ ହେବା ସହ ଲୋକମାନଙ୍କ ସମ୍ମୁଖରେ ଜୀବଜନ୍ତୁଙ୍କୁ ମାରିବା ଏକ ନୃଶଂସ କାର୍ଯ୍ୟ ଭଳି ପ୍ରତୀୟମାନ ହେଉଛି ବୋଲି ବାରମ୍ୱାର ଅଭିଯୋଗ ହୋଇଥିଲା ।

0
0
0
s2sdefault