ହେଡଲାଇନସ୍:

ଚାଷୀ ନାମ ପଞ୍ଜିକରଣ ପାଇଁ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

02-08-18-jaj1.jpg - 99.41 kB

ଯାଜପୁର(ଜୟଶଙ୍କର ଦାଶ) : କୃଷି ଓ କୃଷକର ଊନ୍ନତି ପାଇଁ  ଚାଷୀଙ୍କ ନାମ ପଞ୍ଜିକରଣ ଏକ ଅପରିହାର୍ଯ୍ୟ ଆବଶ୍ୟକତା ବୋଲି ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ ମତବ୍ୟକ୍ତ କରିଚ୍ଥନ୍ତି ।  ଗୁରୁବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା  ଯୋଗାଣ ବିଭାଗ, ସମବାୟ ବିଭାଗ  ଓ ନିୟନ୍ତ୍ରିତ ବଜାର କମିଟିର ମିଳିତ ଆନୁକୂଲ୍ୟରେ ୨୦୧୮-୧୯ ଖରିପଂ ଋତୁରେ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ  ହୋଇଥିଲା ।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓ କର୍ମଶାଳାକୁ ଊଦ୍ଘାଟନ କରି ଶ୍ରୀ ଆଚାର୍ଯ୍ୟ କୃଷକ ଓ କୃଷିର ଊନ୍ନତି ପାଇଁ ସରକାର ଅନେକ ଯୋଜନା କରିଚ୍ଥନ୍ତି ।  ତେବେ ତାହା ଯେପରି ଊପଯୁକ୍ତ ହିତାଧିକାରୀଙ୍କ  ପାଖରେ ପହଞ୍ଚିପାରିବ ଓ ସେ ସମସ୍ତ ସୁବିଧା ପାଇପାରିବେ ସେଥିପାଇଁ ବ୍ୟାପକ ସଚେତନ କରାଇବାକô ଆହ୍ୱାନ  ଦେଇଥିଲେ ।  ସରଳୀକରଣ ପ୍ରକ୍ରିୟାରେ ଓ ପ୍ରକୃତ ଚାଷୀ ଯେପରି ପଞ୍ଜିକୃତ ହୁଅନ୍ତି ଏବଂ କେହି ବାଦ୍ ନ ପଡନ୍ତି ଏଥିପ୍ରତି ଯନôବାନ ହେବାକୁ ଶ୍ରୀ ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ ।  ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ବର୍ତ୍ତମାନ ସମସ୍ତ କାର୍ଯ୍ୟକ୍ରମ ଏବଂ ସୁବିଧା ସୁଯୋଗ ଅନ୍ଲାଇନରେ ଊପଲବ୍ଧ ହେଊଥିବାରୁ ଚାଷୀ ପଞ୍ଜିକରଣ ସମୟରେ ଯେପରି ଅଧିକରୁ ଅଧିକ ଚାଷୀ ପଞ୍ଜିକୃତ ହେବେ ତାହାକୁ ନିଶ୍ଚତ କରିବାକୁ ପରାମର୍ଶ ଦେଇଥିଲେ ।  ଧାନ ବିକ୍ରି ସମୟରେ ଏହି ପଞ୍ଜିକରଣ ବାଧ୍ୟତାମୂଳକ ହେଊଥିବାରୁ ଏହା ବେଶ ସହାୟକ ହେବା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିପାରିବା ସଂପର୍କରେ ଚାଷୀ ମାନଙ୍କୁ  ସଚେତନ କରାଇବାକୁ ସେ ଆହ୍ୱାନ ଦେଇଥିଲେ ।  ସମସ୍ତ ସମବାୟ ସମିତି ଯେପରି ସମସ୍ତ ଚାଷୀ ମାନଙ୍କ ନାମ ପଞ୍ଜିକରଣ କରନ୍ତି ସେଥିପ୍ରତି ଊତ୍ତରଦାୟୀ ଭାବେ କାର୍ଯ୍ୟ କରିବା ଧାର୍ଯ୍ୟ ଲକ୍ଷ୍ୟ ହାସଲରେ ବିପଂଳ ହେଲେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ  ବୋଲି ଶ୍ରୀ  ମହାନ୍ତି ସତର୍କ କରାଇ ଦେଇଥିଲେ ।  ଜିଲ୍ଲା  ସମବାୟ ସମିତିର ନିବନ୍ଧକ ଡା. କୁଳମଣି ପାଢୀ ଚାଷୀ ପଞ୍ଜିକରଣର ଆବଶ୍ୟକତା, ସୁବିଧା ସଂପର୍କରେ ଆଲୋକପାତ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ସମବାୟ ସମିତିର ସହକାରୀ  ନିବନ୍ଧକ ନଗେନ କୁମାର ସେଠୀ, କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପରିଚାଳକ ନାରାୟଣ ପୃଷ୍ଟି, ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ ପ୍ରମୁଖ ପଞ୍ଜିକରଣ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।  ପ୍ରାରମ୍ଭରେ ସମବାୟ ସମିତିର ଊପସହକାରୀ  ନିବନ୍ଧକ ଶରତ ଚନ୍ଦ୍ର ମଲ୍ଲିକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।  ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ କର୍ମଶାଳାକୁ ପରିଚାଳନା କରିଥିଲେ ।  ନିୟନ୍ତ୍ରିତ ବଜାର କମିଟିର ସଂପାଦକ ରମେଶ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।  ନୋଡାଲ ଡାଟା ଅପରେଟର ଅମିତ କୁମାର ଗୁପ୍ତା ନାମ ପଞ୍ଜିକରଣ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।  ଏଥିରେ ଜିଲ୍ଲାre ସମସ୍ତ ୧୨୨ ଗୋଟି ପ୍ୟାକ୍ସର ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ସୂଚନା ଯୋଗ୍ୟ ଯେ ଜିଲ୍ଲାରେ ମୋଟ ୧ ଲକ୍ଷ ୮୨ ହଜାର ଚାଷୀ  ରହିଚ୍ଥନ୍ତି  ।  ୨୦୧୭-୧୮ ଖରିପଂ ଋତୁରେ ୩୧୩୫୦ ଚାଷୀ ନାମ ପଞ୍ଜିକୃତ  କରିଥିଲେ ।  ଚଳିତ ବର୍ଷ ଜୁଲାଇ ୧୫ ଠାରୁ ଆରମ୍ଭ ହୋଇଥିବା ପଞ୍ଜିକରଣରେ ବର୍ତ୍ତମାନ ସୁଦ୍ଧା ୧୪ ଜଣ ନାମ ପଞ୍ଜିକରଣ   କରିଚ୍ଥନ୍ତି ।   

 

0
0
0
s2sdefault