ହେଡଲାଇନସ୍:

ଆଜିବି ମନେ ପଡନ୍ତି ବିଡ଼ିଓ ରୁନୁ ଲାକ୍ରା:ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବହୁତ କମ ଲୋକ ଅଛନ୍ତି, ଲୋକେ ଯାହାକୁ ମୃତ୍ୟୁ ର ପରେ ବି ଖୋଜନ୍ତି କିମ୍ବା ମନେ ପକାନ୍ତି । ନିଜ କର୍ମ ଓ ଲୋକପ୍ରିୟତା ପାଇଁ କିଛି ଲୋକ ସବୁଦିନ ପାଇଁ ସାଧାରଣ ଲୋକଙ୍କ ପାଇଁ ଅଭୁଲା ହୋଇ ଯାଆନ୍ତି । ଜଣେ ସରକାରୀ ଅଧିକାରୀ ଙ୍କୁ ତାଙ୍କର ମୃତ୍ୟୁ ପରେ ସାଧାରଣ ଲୋକ ମନେ ପକାଇବା ଏକ ଉଦାହରଣ ନୀଚେ । ଏହିଭଳି ଜଣେ ଅଧିକାରୀ ଥିଲେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ପୂର୍ବତନ ବିଡ଼ିଓ ଶ୍ରୀ ରୁନୁ ଲାକ୍ରା । ଗତ 2019 ଫେବୃଆରୀ ମାସ 23 ତାରିଖ ରେ ବିଡ଼ିଓ ଭାବରେ ସେ ଝାରବନ୍ଧ ବ୍ଲକ ଅଫିସରେ ଯୋଗଦାନ କରିଥିଲେ ଶ୍ରୀ ଲାକ୍ରା । ଏଠାରେ ସୂଚନାଯୋଗ୍ୟ ଯେ ଉପାନ୍ତ ଝାରବନ୍ଧ ବ୍ଲକର ଅଧିକାଂଶ ଅଂଚଳ ମାଓ ପ୍ରବଣ । ଏହାସହିତ ଝାରବନ୍ଧ ଅଞ୍ଚଳ ରୁ ବହୁ ଲୋକ କାମ ର ସନ୍ଧାନରେ ବାହାର ରାଜ୍ୟ କୁ ଯାଇଥାନ୍ତି । ଓଡ଼ିଶାରେ ଥିବା କୋଡିଏ ଗୋଟି ମାଇଗରେଣ୍ଟ ବ୍ଲକ ଭିତରେ ଝାରବନ୍ଧ ଗୋଟିଏ । ପ୍ରତ୍ୟେକ ବର୍ଷ ସହ ଶହ ଲୋକ ବାହାରକୁ ଯାଉଥିବା କାରଣରୁ ନିଜେ ଶ୍ରୀ ଲାକ୍ରା ମଧ୍ୟ ଖୁବ ବିଚଳିତ ଥିଲେ । ମନରେଗା ମାଧ୍ୟମରେ ଲୋକଙ୍କୁ କାମ ଯୋଗାଇବା କ୍ଷେତ୍ରରେ ଝାରବନ୍ଧ କୋଡିଏ ବ୍ଲକ ଭିତରେ ସବୁବେଳେ ନମ୍ବର ଏକ ରହୁଥିଲା । ଲୋକେ ଯେମିତି ଠିକ ଭାବରେ କାମ ସହିତ ମଜୁରୀ ପାଇବେ ସେଥିପ୍ରତି ନିଜେ ଶ୍ରୀ ଲାକ୍ରା ଯତ୍ନବାନ ରହୁଥିଲେ । ଏହା ସହିତ ପ୍ରତ୍ୟେକ ଦିନ ସକାଳୁ ନିଜେ ଏକୁଟିଆ ସ୍କୁଟି ଧରି ବାହାରି ପଡୁଥିଲେ ବିଭିନ୍ନ ଗ୍ରାମକୁ , ଗ୍ରାମୀଣ ଆବାସ ଯୋଜନା ର ପ୍ରୋଗ୍ରେସ ଦେଖିବା ପାଇଁ । କେଉଁ ହିତାଧିକାରୀ ଘର ତିଆରି କଲା , କିମ୍ବା କାହିଁକି ଘର ତିଆରି କରି ପାରୁନାହିଁ , କଣ ତାର ଅସୁବିଧା ଅଛି, ପ୍ରତ୍ୟେକ ଜିନିଷର ଟିକିନିକି ବିଷୟ ଜାଣିବା ସହିତ ସମସ୍ୟା ଗୁଡିକର ସମାଧାନ କରୁଥିଲେ । ବିଡ଼ିଓ ଲାକ୍ରା ବାବୁ ଙ୍କର ପ୍ରତି ଲୋକଙ୍କ ରହିଥିଲା ଦୃଢ ବିଶ୍ବାସ । ସେ ମଧ୍ୟ କେବେ ଲୋକଙ୍କ ବିଶ୍ୱାସ ଭାଙ୍ଗି ନଥିଲେ । କେବଳ ଲୋକ ନୁହନ୍ତି ତାଙ୍କର ଅଫିସର ସହକର୍ମୀ ମାନେ ମଧ୍ୟ ତାଙ୍କୁ ଖୁବ ପସନ୍ଦ କରିବା ସହିତ ଅନ୍ତର ସହିତ ଭଲ ପାଉଥିଲେ । ଯେ ହେତୁ ଲାକ୍ରା ବାବୁ ବିଡ଼ିଓ ଥିଲେ ତେଣୁ ନିଜର ଅଫିସର ସମସ୍ତ ସହକର୍ମୀ ମାନଙ୍କୁ ନିଜର ପରିବାର ର ସଦସ୍ୟ ମନେ କରିବା ସହିତ ତାଙ୍କର ସବୁ ସୁଖଦୁଃଖ ରେ ସହଭାଗୀ ହେଉଥିଲେ । ଯାହାଫଳରେ ବ୍ଲକର ସମସ୍ତ କାର୍ୟ୍ଯ ନିର୍ଦ୍ଧାରିତ ସମୟ କିମ୍ବା ତାର ପୂର୍ବରୁ ଶେଷ ହୋଇଯାଉଥିଲା । କାହା ଠାରୁ କେମିତି କାମ ହାସଲ କରା ହେବ ସେ କଥା ଲାକ୍ରା ବାବୁ ଙ୍କୁ ବେଶ ଜଣା ଥିଲା ।
କୋରୋନା ମହାମାରୀ ସମୟରେ ଯେତେବେଳେ ବାହାର ରାଜ୍ୟରୁ ଶ୍ରମିକ ମାନେ ଫେରୁଥିଲେ ସେ ସମୟରେ ମୁଖ୍ୟତଃ ଅଧିକାଂଶ ଶ୍ରମିକ ପାଇକମାଲ , ନୂଆପଡା , ପଦ୍ମପୁର ଓ ବଲାଙ୍ଗୀର ପଟରୁ ଫେରୁଥିଲେ । ସେହି ସମୟରେ ଶ୍ରମିକ ମାନେ କେମିତି ସୁରକ୍ଷିତ ଭାବରେ ନିଜ ନିଜ ପଂଚାୟତ ସ୍ଥିତ ସଂଗରୋଧ ସେଣ୍ଟର କୁ ପହଞ୍ଚିବେ ସେଥିପ୍ରତି ଶ୍ରୀ ଲାକ୍ରା ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେଇଥିଲେ । ଯିବାଆସିବା ଠାରୁ ଆରମ୍ଭ କରି ଖାଇବା ଓ ଅନ୍ୟାନ୍ୟ ବ୍ୟବସ୍ଥା ତାଙ୍କରି ନିର୍ଦେଶ ଓ ପ୍ରତକ୍ଷ ତତ୍ୱବାଧାନ ରେ ସଫଳତାର ସହିତ ହୋଇଥିଲା । ଏହାପରେ ଆସିଥିବା ଶ୍ରମିକ ମାନଙ୍କୁ କାମ ମଧ୍ୟ ଯୋଗାଇ ଦିଆ ଯାଇଥିଲା । ଏହା ସହିତ ସେ ସମୟରେ ନିଜ ସହକର୍ମୀ ମାନଙ୍କର ମଧ୍ୟ ବିଶେଷ ଯତ୍ନ ନେଉଥିଲେ ଶ୍ରୀ ଲାକ୍ରା ।
ଶ୍ରୀ ଲାକ୍ରା ଜଣେ କର୍ମଠ , ହୃଦୟବାନ , ଓ ପରୋପକାରୀ ଅଧିକାରୀ ଥିଲେ । ତାଙ୍କର ବିୟୋଗ କୁ ଆଜି ଏକ ବର୍ଷ ବିତି ଗଲାଣି । ଝାରବନ୍ଧ ଅଂଚଳର ଲୋକ ଆଜି ବି ତାଙ୍କୁ ମନେ ପକାଉଛନ୍ତି । ସେ ଥିବା ବେଳେ ଝାରବନ୍ଧ ବ୍ଲକର ପ୍ରତ୍ୟେକ କାମ ନିର୍ଦ୍ଧାରିତ ସମୟ ଭିତରେ ଶେଷ ହେଉଥିଲା କିନ୍ତୁ ଆଜି ପରିସ୍ଥିତି ବଦଳି ଗଲାଣି । ଏକ ବର୍ଷ ଭିତରେ ତିନି ଜଣ ବିଡ଼ିଓ କାମ କରୁଛନ୍ତି ହେଲେ କୋଣସି କାମ ଆଗେଇ ପାରୁନାହିଁ । ମନରେଗା କାମରେ ଝାରବନ୍ଧ ବର୍ତମାନ ଅନେକ ପଛରେ । ଦିନଥିଲା ରାଜ୍ୟ ସରକାରଙ୍କ ଅଧିକାରୀ ମାନେ ଝାରବନ୍ଧ ବ୍ଲକର ମନରେଗା କାମ ପାଇଁ ପ୍ରଶଂସା କରୁଥିଲେ ହେଲେ ଆଜି ପରିସ୍ଥିତି ବିପରୀତ । ଅନ୍ୟାନ୍ୟ ଉନ୍ନୟନ ମୂଳକ କାମ ମଧ୍ୟ ସବୁ ମଧ୍ୟ ସ୍ବର୍ଗତ ଲାକ୍ରା ବାବୁ ଙ୍କର ପରେ ଅତ୍ୟଧିକ ଧିମେଇ ଯାଇଛି । ସ୍ବର୍ଗତ ଲାକ୍ରା ବାବୁ ଙ୍କର ଲୋକଙ୍କ କାମ ଓ ସେବାପ୍ରତି ରହିଥିବା ମନୋଭାବ ପାଇଁ ସେ ସବୁଦିନ ଝାରବନ୍ଧ ବାସୀଙ୍କୁ ମନେ ପଡୁଥିବେ ବୋଲି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ କହିବା ସହିତ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ ଶ୍ରୀ ଲାକ୍ରା ବାବୁ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

0
0
0
s2sdefault