ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପ୍ରମେୟ ର ବ୍ଲକ ପ୍ରତିନିଧି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡାଙ୍କ ପରଲୋକ ହୋଇ ଯାଇଛି ।ମୃତ୍ୟୁ ବେଳକୁ ୬୯ବୟସ ହୋଇଥିଲା। ବୁଧବାର ଦିନ ରାୟଗଡ଼ା ସ୍ଥିତ ଗୁରୁଗୁଡା ବାସଭବନ ଠାରେ ସକାଳ ୮ ଘଣ୍ଟା ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।ସ୍ବଗତ ଶ୍ରୀ ପଣ୍ଡା ଦୀର୍ଘ ୪୦ବର୍ଷ ଧରି ଅଭିଭକ୍ତ କୋରାପୁଟ ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟ ମାନଙ୍କର ଶିକ୍ଷକତା କରି ରାମନାଗୁଡା ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ୨୦୧୩ ମସିହା ମେ ମାସ ୩୦ତାରିଖ ଦିନ ପ୍ରଧାନ ଶିକ୍ଷକ ପଦବୀ ରୁ ଅବସର ଗ୍ରହଣ କରିଥିଲେ।୨୦୧୩ମସିହା ଜୁନ ୧ରୁ ଓଡ଼ିଶାର ଅଗ୍ରଣୀ ସମ୍ବାଦ ପତ୍ରିକା ପ୍ରମେୟର ବ୍ଲକପ୍ରତିନିଧି ରୂପେ ଦାୟିତ୍ୱର ସହ କାର୍ଯ୍ୟ କରି ଆସୁଥିଲେ। ଏବଂ ଜିଲ୍ଲାର ଜିଲ୍ଲା ସାମ୍ବାଦିକ ସଂଘ,ଏସୟୁଜେ ରାୟଗଡା ଶାଖା ଭଳି ସଙ୍ଘ ର ଦାୟିତ୍ୱବାନ ପଦବୀରେ ରହିଥିଲେ, ଜିଲ୍ଲା ସ୍ତରରେ ସାମ୍ବାଦିକ ମାନଙ୍କର ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ମାର୍ଗଦର୍ଶକ ରୂପେ କାର୍ଯ୍ୟ କରି ଆସୁଥିଲେ।ସେ ଦୀର୍ଘ ୧ବର୍ଷ ଧରି ବିଭିନ୍ନ ରୋଗରେ ପୀଡ଼ିତ ହୋଇ ମେଡ଼ିକାଲ ରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ଶ୍ରୀ ପଣ୍ଡା ରାୟଗଡ଼ା ସ୍ଥିତ ଗୁରୁଗୁଡା ବାସଭବନ ଠାରେ ଶଯ୍ୟାଶାୟୀ ଥିଲେ।ତାଙ୍କ ବିୟୋଗରେ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ ମନ୍ତ୍ରୀ ଜଗନ୍ନାଥ ସାରାକା,ଜିଲ୍ଲା ବିଜେଡି ସଭାପତି ସୁଧିର ଦାଶ,ବିଜେଡ଼ି ଜିଲ୍ଲା ସଂପାଦକ ଗଗନ ଆଚାର୍ଯ୍ୟ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି,ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର,ତହସିଲଦାର ପ୍ରଭାତୀ ଝୋଡିଆ, ଜିଲ୍ଲାର ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ପାଢ଼ୀ,ବାଦଲ ତା, ରଞ୍ଜନ ରଥ,ଗୋପରଞ୍ଜନ ବକ୍ସିପାତ୍ର, ଅଜୟ ରଥ,ଜଗେଶ୍ଵର ଦାସ,ରବିନ୍ଦ୍ର ପାଟଖଣ୍ଡାଳ,ଦୟାନନ୍ଦ ଖଡ଼ଙ୍ଗା,କୀର୍ତ୍ତି ଚନ୍ଦ୍ର ସାହୁ, ରଶ୍ମି ରଞ୍ଜନ ଦୋରା,ଶିବନାରାୟଣ ଗୌଡ଼,ସୁବାଷ ସୂର୍ଯ୍ୟ,ମିଲି ପାଢ଼ୀ, ଇନ୍ଦ୍ରଜିତ ପଣ୍ଡା,ନାଗଭୂଷଣ ରାଓ,ରବିନ୍ଦ୍ରନାଥ ମହାପାତ୍ର, ରବିନ୍ଦ୍ର ମୋହିନୀ,ଗୌରାଙ୍ଗ ପାଣୀଗ୍ରହୀ,ଜଗନ୍ନାଥ ପ୍ରାଣୀଗ୍ରହୀଙ୍କ ସମେତ ରାମନାଗୁଡା ବ୍ଲକର ସମସ୍ତ ସାମ୍ବାଦିକ ସମଵେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଶ୍ରୀ ପଣ୍ଡାଙ୍କ ମୃତ୍ୟୁବେଳକୁ ଧର୍ମପତ୍ନୀ, ବଡ଼ଭଭଣୀ,ବଡ଼ପୁଅ,ପୁତ୍ରବୋଧୁ,ନାତି ନାତୁଣୀ,ଭଣଜା,ଭଣଜାବୋହୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।ରାୟଗଡ଼ା ସ୍ଥିତ ବ୍ରାହ୍ମଣ ସାହି ନିକଟ ସ୍ମଶାନ ଘାଠ ଠାରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା।
ରାଜ୍ୟ
ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପଣ୍ଡା ଙ୍କ ପରଲୋକ
- Hits: 561