ଭୁବନେଶ୍ୱର: ତୁମେ ବଧୁ ହୁଅ, ନିକଟତମ ପରିବାରର ସଦସ୍ୟ କିମ୍ବା ଅତିିଥି, ସପିଙ୍ଗ୍ ସର୍ବଦା ଏକ ଉପଭୋଗ୍ୟ ଅନୁଭୂତି ଅଟେ। ଭାରତରେ ବିଭିନ୍ନ ଅଂଚଳରେ ପରମ୍ପରା ଭିନ୍ନ ହୋଇପାରେ, କିନ୍ତୁ ସବୁ ପ୍ରକାର ସଂସ୍କୃତିରେ ବିବାହ ଉତ୍ସବରେ ବିବାହ ପରିଧାନର ଗୁରୁତ୍ୱ ପ୍ରାୟ ସମାନ ରହିଛି।
ବ୍ୟାପକ ବର୍ଗର ବିକଳ୍ପ ଉପଲବ୍ଧ ରହିଥିବାରୁ ଏବଂ ଘରେ ଆରାମରେ ରହି ସପିଙ୍ଗ୍ କରିବାର ସୁବିଧା ଯୋଗୁଁ ବର୍ତମାନ ସମୟରେ ବିବାହ ସପିଙ୍ଗ୍ ମୁଖ୍ୟତଃ ଇ-କମର୍ସ ଦ୍ୱାରା ପରିଚାଳିତ। ଶ୍ରେଷ୍ଠ ଅଫର୍ ଓ ମୂଲ୍ୟ ସହିତ ଚବିଶ ଘଂଟା ସପିଙ୍ଗ୍ କରିବାର ସୁଯୋଗ ପ୍ରଦାନ କରୁଥିବାରୁ ଲୋକମାନେ ଅନ୍ଲାଇନ୍ ସପିଙ୍ଗ୍ କରିବାକୁ ପସନ୍ଦ କରୁଛନ୍ତି।
ଉତ୍ସବ ଓ ବିବାହ ଋତୁ ଆରମ୍ଭ ହୋଇଯାଇଥିବାରୁ ଜାନୁଆରି, ଫେବ୍ରୁଆରି ଓ ମାର୍ଚ ମାସରେ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଇ-କମର୍ସ ଆପ୍ରେ ଉଭୟ ପୁରୁଷ ଓ ମହିଳାଙ୍କ ଏଥନିକ୍ ଓୟାର୍ ଯଥା ଶାଢ଼ି, ଲେହଙ୍ଗା ଚୋଲି, କୁର୍ତା ସେଟ୍, ଏଥନିକ୍ ଗାଉନ୍, ଶେରୱାନି ଓ ଏଥନିକ୍ ଜ୍ୟାକେଟ୍ ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହି ସମୟ ଭିତରେ ଶିଶୁଙ୍କ ଏଥନିକ୍ ଓୟାର୍ ଚାହିଦାରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ୨୦୨୧ରେ ଲେହେଙ୍ଗା ଚୋଲି, କୁର୍ତା ସେଟ୍ ଓ ଏଥନିକ୍ ଗାଉନ୍ ଶ୍ରେଷ୍ଠ ବିକ୍ରି ହୋଇଥିବା ସାମଗ୍ରୀ ଭାବେ ଆବିର୍ଭୁତ ହୋଇଛି। ପସନ୍ଦର ଫ୍ୟାବ୍ରିକ୍ ଥିଲା ସିଲ୍କ୍, ରେୟନ୍, କଟନ୍, ପଲି ସିଲ୍କ୍ ଓ ନେଟ୍। ଲୋକପ୍ରିୟ ରଙ୍ଗ ହେଉଛି ଗୋଲାପୀ, ନୀଳ, କଳା, ଲାଲ୍ ଓ ହଳଦିଆ।
ବିବାହ ଋତୁ ଯୋଗୁଁ ଶାଢ଼ି ବିକ୍ରିରେ ବୃଦ୍ଧି ହୋଇଅଛି। ୨୦୨୦ ଜୁଲାଇ ପରଠାରୁ ଶାଢ଼ି ବିକ୍ରି ବଢ଼ିବା ଆରମ୍ଭ ହୋଇଥିବା ବେଳେ ଗତ ଦୁଇ ବର୍ଷ ଧରି ଅକ୍ଟୋବର ପରଠାରୁ ଆରମ୍ଭ ହେଉଥିବା ବିବାହ ଋତୁରେ ଶାଢ଼ି ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିଲା ଅକ୍ଟୋବର ପରଠାରୁ ମିଶୋରେ ଶାଢ଼ି ବିକ୍ରିରେ ତିନି ଗୁଣା ବୃଦ୍ଧି ଘଟିଛି।
ଓଡ଼ିଶାର ଗ୍ରାହକମାନେ କଟନ୍ ସିଲ୍କ୍, ଗୋର୍ଜେଟି, ବନାରସୀ ସିିଲ୍କ, ସାଟିନ୍, ଚନ୍ଦେରୀ, କାଞ୍ଜିବରମ୍ ଓ କଟନ୍ ଫ୍ୟାବ୍ରିକ୍ ରେ ପ୍ରସ୍ତୁତ ପାର୍ଟିଓୟାର୍, ପାରମ୍ପରିକ, ସେଲିବ୍ରିଟିଙ୍କ ଦ୍ୱାରା ଅନୁପ୍ରାଣିତ ଓ ବିବାହ ଶାଢ଼ିକୁ ପସନ୍ଦ କରିଛନ୍ତି। ସେମାନେ ପ୍ରିଂଟ୍, ଓଭେନ୍ ଜରି, ଏମ୍ପ୍ରୋଇଡୋରି ଏବଂ ରୂପରେଖ ଆଦିକୁ ନେଇ ପରୀକ୍ଷାନିରୀକ୍ଷା କରିବାକୁ ମଧ୍ୟ ପସନ୍ଦ କରିଛନ୍ତି। ରାଜ୍ୟରେ ସବୁଠୁ ଲୋକପ୍ରିୟ ରଙ୍ଗ ଥିଲା ବିବିଧ ରଙ୍ଗ, ସବୁଜ, ଗୋଲାପୀ, ନୀଳ, ଲାଲ୍ ଓ ହଳଦିଆ।
ଏହି ସୁନ୍ଦର ପୋଷାକକୁ ସୁହାଇବା ଭଳି ଏଥନିକ୍ ଗହଣା ବିକ୍ରି ମଧ୍ୟ ମିଶୋରେ ବୃଦ୍ଧି ପାଇଛି। ଶ୍ରେଷ୍ଠ ବିକ୍ରି ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି ଗହଣା ସେଟ୍, ମଙ୍ଗଳସୂତ୍ର, ନେକ୍ଲେସ୍ ଓ ଚେନ୍। ଖୁସି ବିଷୟ ହେଉଛି ୨୦୨୧ରେ ଏଥନିକ୍ ଗହଣାର ସର୍ବାଧିକ ବରାଦକୁ ଆମେ ଚତୁର୍ଥ ଶ୍ରେଣୀ ସହରରୁ ହାସଲ କରିଛୁ।
ବର୍ତମାନ, ଗ୍ରାହକମାନେ ଡିଜିଟାଲ୍ରେ ଅଭ୍ୟସ୍ତ ଏବଂ ନିଜ ଆବଶ୍ୟକତା ଲାଗି ସପିଙ୍ଗ୍ କରିବା ନିମନ୍ତେ ସେମାନେ ଇ-କମର୍ସକୁ ସୁରକ୍ଷିତ ମାଧ୍ୟମ ଭାବେ ବିଚାର କରୁଛନ୍ତି।
ରାଜ୍ୟ
ଏହି ବିବାହ ଋତୁରେ ଅଧିକାଂଶ ଲୋକ ମିଶୋରେ ସପିଂ କରିବାକୁ ପସନ୍ଦ କରୁଛନ୍ତି
- Hits: 304