ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ସ୍ଥିତ ବିଦ୍ୟା-ଭବନ ଠାରେ ହୋଲିଷ୍ଟିକ ମେଡ଼ିସିନ ରିସର୍ଚ୍ଚ ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ “ନାରୀ ସମ୍ମାନ-୨୦୨୨” ସମ୍ପର୍କିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ୱାର୍ଲଡ ବୁକ ଅଫ୍ ରେକର୍ଡ , ଯୁନାଇଟେଡ଼ କିଙ୍ଗଡମ , ଲଣ୍ଡନ ଦ୍ୱାରା ଗଜପତି ଜିଲ୍ଲାର ଡା. ନରସିଂହ ପ୍ରସାଦ ଚରତିଙ୍କୁ ୱାର୍ଲଡ ବୁକ ଅଫ ରେକର୍ଡ ମାନପତ୍ର ସହ ମେଡାଲ ପ୍ରଦାନ କରାଯାଇଛି । ଡା: ଚରତୀ ଜଣେ ବିକଳ୍ପ ଔଷଧ ଅଭ୍ୟାସକାରୀ ।
ହାଇଦ୍ରାବାଦ ସ୍ଥିତ ଭାରତୀୟ ବିଦ୍ୟା ଭବନର ଅଡିଟୋରିୟମ ହଲ ଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ରେ ଡା: ଚରତିଙ୍କୁ ଏହି ସର୍ବୋତ୍ତମ ମାନପତ୍ର ସହ ମେଡାଲ ପ୍ରଦାନ କରଯାଇଥିଲା ।
ହୋଲିଷ୍ଟିକ ମେଡ଼ିସିନ ରିସର୍ଚ୍ଚ ଫାଉଣ୍ଡେସନର ସମସ୍ତ ସଦସ୍ୟ ୨୦୨୧ ବର୍ଷରେ ପ୍ରଫେସର ଡା: ଦୀପକ କୁମାର ରାଉତଙ୍କ ଅଧୀନରେ ସର୍ବାଧିକ ୨୭ ଟି ସ୍ବାସ୍ଥ୍ୟ ସମ୍ପର୍କିତ ଅନଲାଇନ ତଥା ଅଫଲାଇନ ସ୍ବାସ୍ଥ୍ୟ ଶିବିର ଗୁଡିକର ଆୟୋଜନ କରିଥିଲେ। ଏଥି ସହ ସେମାନେ ବିଶ୍ବବ୍ୟାପୀ ପାରମ୍ପରିକ ଔଷଧ ସବୁର ପ୍ରଚାର ପ୍ରସାର କରି ବିଶ୍ଵରେ ଏକ ଐତିହାସିକ ରେକର୍ଡ଼ ସୃଷ୍ଟି କରିବା କ୍ଷେତ୍ରରେ ବେଶ ସକ୍ଷମ ହୋଇ ପାରିଛନ୍ତି ।
ଏହି ନିମନ୍ତେ ଡା: ରାଉତ ଏବଂ ତାଙ୍କ ସହକର୍ମୀ ମାନଙ୍କ ଉତ୍କର୍ଷତା ପାଇଁ ୨୦୨୨ ମାର୍ଚ୍ଚ ୧୯ ତାରିଖ ଦିନ ଉକ୍ତ କାର୍ଯ୍ୟକ୍ରମରେ ୱାର୍ଲଡ ବୁକ ଅଫ ରେକର୍ଡ ଦ୍ଵାରା ସମ୍ମାନିତ କରାଯାଇଛି ।
ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ ତଥା ଆନ୍ତର୍ଜାତୀୟ ଶାନ୍ତି ରାଷ୍ଟ୍ରଦୂତ ଡକ୍ଟର ମଧୁ କୃଷ୍ଣ ପଣ୍ଡିତ, ପ୍ରଶାନ୍ତ ଗାଇକ୍ୱାଡ (ବେଟି ବଚାଓ ବେଟି ପଢ଼ାଓ -ରାଷ୍ଟ୍ରଦୂତ , ଭାରତ ସରକାର) , ବିଦୁଷୀ ତଥା କୃଷ୍ଣ ଭକ୍ତି ପ୍ରବଚିକା ଜୟକିଶୋରୀ ଦେବୀ , କୁଳଦୀପ ଦିଦି , ତେଲୁଗୁ ସିନେମା ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶଶୀ ପ୍ରୀତମ୍ , ସୁପ୍ରିମ କୋର୍ଟର ବିଶିଷ୍ଟ ଓକିଲ ବର ପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
ପରିଶେଷରେ , ସେଠାରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାର ସଙ୍ଗୀତ କାର୍ଯ୍ୟକ୍ରମରେ ମଧ୍ୟ ଡା: ନରସିଂହ ପ୍ରସାଦ ଚରତି ଚିତ୍ତାକର୍ଷକ ଭାବେ ତବଲା ବାଦନ କରି ଉପସ୍ଥିତ ଥିବା ଦର୍ଶକ ମାନଙ୍କ ମନ ହରଣ କରି ନେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମଧ୍ୟ ଡା: ଚରତିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା ।
ଏଭଳି ବିରଳ କୃତିତ୍ୱ ହାସଲ କରିଥିବା ଅବସରରେ ଡା: ଚରତୀ ପଲ୍ଲୀ ଗ୍ରାମରେ ଜନ ସାଧାରଣଙ୍କ ସ୍ବାସ୍ଥ୍ୟ ସାଧନ ନିମନ୍ତେ ଅହରହ ସେବା କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି ଏବଂ ବିଶ୍ଵରେ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ମଧ୍ୟ ବ୍ରତୀ ରହିବେ ବୋଲି ଡା: ଚରତୀ କହିଛନ୍ତି । ଡା :ଚରତୀ ନିଜ ବାପାଙ୍କ ପ୍ରେରଣାରୁ ଏଇ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କୁ ଅଶେଷ କୃତଞତା ମଧ୍ୟ ଦେଇଛନ୍ତି ।
ରାଜ୍ୟ
ଡା. ନରସିଂହ ପ୍ରସାଦ ଚରତିଙ୍କୁ "ୱାର୍ଲଡ ବୁକ ଅଫ୍ ରେକର୍ଡ" ମାନପତ୍ର ସହ ମେଡାଲ
- Hits: 423