ହେଡଲାଇନସ୍:

ପାଇକମାଲ ଓ ବରତୁଣ୍ଡା ରେ ସି ଆର ପି ଏଫ ର ସିଭିକ ଏକ୍ସନ ପ୍ରୋଗ୍ରାମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ର ଅଧିକାଂଶ ଅଂଚଳ ଗନ୍ଧମାର୍ଦ୍ଦନ ପର୍ବତ ସହିତ ଲାଗି ରହିଛି । ଗନ୍ଧମାର୍ଦ୍ଦନ ପର୍ବତ ନୂଆପଡା , ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାକୁ ବ୍ୟାପି ରହିଛି , ଯାହାଫଳରେ ଗତ ଏକ ଦଶନ୍ଧି ରୁ ଉର୍ଦ୍ବ ସମୟ ହେବ ଏହି ଅଞ୍ଚଳରେ ମାଓବାଦୀ ମାନଙ୍କର ଗତିବିଧି ପରିଲକ୍ଷିତ ହେଉଛି । ମାଓବାଦୀ ମାନଙ୍କର ଦ୍ୱାରା କିଛି ଲୋକଙ୍କୁ ହତ୍ୟା କରାଯିବା ସହିତ ଅନେକ ଭୟଭୀତ କରିବା ଭଳି ଘଟଣା ମଧ୍ୟ କରାଯାଇଥିବା ନଜରକୁ ଆସିଛି । ସେଥିପାଇଁ ମୁଖ୍ୟତଃ ଲୋକଙ୍କ ଧନ ଜୀବନର ସୁରକ୍ଷା ପାଇଁ ଓ ମାଓ ଦମନ ପାଇଁ ପାଇକମାଲ ବ୍ଲକ ର କେରମେଳାବାହାଲ , ପାଇକମାଲ , ଓ ବରତୁଣ୍ଡା ଠାରେ ତିନି ଗୋଟି ସି ଆର ପି ଏଫ ର କମ୍ପାନୀ ମୁତୟନ କରାଯାଇଛି ।
ଲୋକଙ୍କ ସୁରକ୍ଷା ସହିତ ଲୋକ ସମ୍ପର୍କ ବଢାଇବା ଓ ସାଧାରଣ ଜନତା ଙ୍କୁ ସବୁବେଳେ ସାଧ୍ୟ ମୁତାବକ ସହାୟତା କରିବା ପାଇଁ ସବୁ ବେଳେ ପ୍ରସ୍ତୁତ ରହନ୍ତି ସି ଆର ପି ଏଫ ର ସନର୍ପିତ ଯବାନ । ଆଜି 189 ବାଟାଲିଅନ ର କମାନଡେଣ୍ଟ ଶ୍ରୀ ପବନ କୁମାର ତିବାରୀ ଙ୍କର ନିର୍ଦେଶ ଓ ପ୍ରତକ୍ଷ ତତ୍ୱବାଧାନ ରେ ପାଇକମାଲ ଧର୍ମଶାଳା ଠାରେ , ପାଇକମାଲ ଠାରେ ମୁତୟନ ଥିବା 189 ବାଟାଲିଅନ ର ସି କମ୍ପାନୀ ଦ୍ୱାରା ସିଭିକ ଏକ୍ସନ ପ୍ରୋଗ୍ରାମ ମାଧ୍ୟମରେ ଲୋକଙ୍କୁ ରେଡ଼ିଓ ଓ ସୋଲାର ଲାଇଟ ବଣ୍ଟନ କରାଜାଇଥିଲା । ଏହା ସହିତ 189 ବାଟାଲିଅନ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମ ରୁଘୁନାଥ ରାମ ଓ ପାଇକମାଲ ଡାକ୍ତର ଖାନାର ସରକାରୀ ଡାକ୍ତର ଶ୍ରୀଧର ପ୍ରଧାନ ଙ୍କର ଦ୍ୱାରା ଶହେରୁ ଉର୍ଦ୍ଧ୍ବ ରୋଗୀ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ଏହିଭଳି ଏକ କାର୍ଯକ୍ରମ ବରତୁଣ୍ଡା ଠାରେ ମଧ୍ୟ ଆୟୋଜନ କରାଯାଇଥିଲା । ପାଇକମାଲ ଠାରେ ଅୟୋଜିତ ସଭାରେ ନିଜେ କମଣ୍ଡେଣ୍ଟ ଶ୍ରୀ ତିବାରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଡାକ୍ତର କେ ଟି ରାଉତରାୟ , ପାଇକମାଲ ବ୍ଲକ ପୂର୍ବତନ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ , ପାଇକମାଲ ସରପଞ୍ଚ ଶ୍ରୀମତୀ ତୁଲାବତୀ ତାଣ୍ଡି , ଧର୍ମଶାଳା ର ସଭାପତି ଶ୍ରୀ ଦିଲିପ କୁମାର ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ 189 ବାଟାଲିଅନ ର ସେକେଣ୍ଡ ଇନ ଚାର୍ଜ ଶ୍ରୀ ପୀତବାସ ପଣ୍ଡା , ସି କମ୍ପାନୀ ର ଆସିଷ୍ଟାଣ୍ଟ କମଣ୍ଡେଣ୍ଟ ଶ୍ରୀମତୀ ମିନା ଶର୍ମା ପ୍ରମୁଖ ଏହି ଆୟୋଜନ କୁ ସୁଚାରୁ ରୂପରେ ପରିଚାଳନା କରିଥିଲେ ।

0
0
0
s2sdefault