ପାଇକମାଲ ରୁ ସଂଜୀବ ବାରିହା ଓ ଝାରବନ୍ଧ ରୁ ବିଶାଖା ବାରିହା ନୂତନ ଉପାଧ୍ୟକ୍ଷ
ବରଗଡ :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାର ଆଜି ଥିଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଏହି କ୍ରମରେ ନିର୍ବାଚନ କମିଶନ ଙ୍କର ଗାଇଡ଼ଲାଇନ ମୁତାବକ ଆଜି ପଞ୍ଚାୟତ ସମିତି ମାନଙ୍କର ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାର ତାରିଖ ସ୍ଥିର କରାଯିବା ସହିତ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ନିର୍ଦ୍ଧାରିତ କରାଯାଇଥିଲା । ଏଜି କ୍ରମରେ ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ପାଇକମାଲ ପଂଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ କାଂଶଡା ରୁ ସମିତି ସଭ୍ୟ ଶ୍ରୀ ସଂଜୀବ ବାରିହା ନାମାଙ୍କନ ଦାଖଲ କରିଥିଲେ । ଅନ୍ୟ କୋଣସି ପ୍ରାର୍ଥୀ ନାମାଙ୍କନ ଦାଖଲ ନ କରିବାରୁ ନିର୍ଦ୍ଧାରିତ ସମୟ ପରେ ଶ୍ରୀ ବାରିହା ଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଏହି ଅବସରରେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ , ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀ ରଜେନ୍ଦ୍ର ରାଉତ , ଯୁବ ନେତା ଶ୍ରୀ ଗୌତମ ସିଂ ପ୍ରମୁଖ ଶ୍ରୀ ବାରିହା ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ସେହିଭଳି ଝାରବନ୍ଧ ବ୍ଲକ ଉପାଧ୍ୟକ୍ଷ ପାଇଁ ବିଳାସପୁର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ଶ୍ରୀମତୀ ବିଶାଖା ବାରିହା ଏକ ମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିଲେ । ଅନ୍ୟ କୋଣସି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରିବାରୁ ଶ୍ରୀମତୀ ବାରିହା ଙ୍କୁ ନିର୍ବାଚିତ ଘୋଷଣା କରାଯାଇଥିଲା । ବିଜୟୀ ପ୍ରାର୍ଥୀ ଙ୍କୁ ଝାରବନ୍ଧ ବିଡ଼ିଓ ଶ୍ରୀ ସୁନୀଲ ମେହେର , ଅତିରିକ୍ତ ବିଡିଓ ଶ୍ରୀ ଭୀଷ୍ମ ଦେବ ମାଝୀ , ବ୍ଲକ ଅଧ୍ୟକ୍ଷା ଲିପ୍ସା ପ୍ରଧାନ ପ୍ରମୁଖ ଶ୍ରୀମତୀ ବାରିହା ଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।
ସେହିଭଳି ସୋହେଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ କନାପାଳି ରୁ ସମିତି ସଭ୍ୟ ଶ୍ରୀ ଦିବ୍ୟ କୁମାର ପ୍ରଧାନ ଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ ଘୋଷଣା କରାଯାଇଥିଲା । ଏହାପରେ ପଞ୍ଚାୟତ ସମିତିର ସମସ୍ତ ସଦସ୍ୟ ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ବବି ପ୍ରଧାନ ଙ୍କର ସହିତ ରାଜ୍ୟ ସରକାର ଙ୍କର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ସହିତ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ସରକାର ଙ୍କର ସମସ୍ତ ଲୋକାଭିମୁଖୀ ଯୋଜନା ର ସୁଫଳ କେମିତି ସାଧାରଣ ଜନତା ପାଇବେ ସେଥି ପ୍ରତି ଯତ୍ନବାନ ହୋଇ କାମ କରିବାକୁ ମନ୍ତ୍ରୀ ନବନିର୍ବାଚିତ ସଭ୍ୟ ମାନଙ୍କୁ କହିଥିଲେ ।