ହେଡଲାଇନସ୍:

ମୋହନାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୀର୍ଘ ୨ବର୍ଷ ହେଲା କରୋନା କଟକଣା ଯୋଗୁଁ ସ୍ଥଗିତ ରହିଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମୋହନା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଡିଓ ତପସ୍ବିନୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ କଲ୍ୟାଣୀ ଦାସ ଓ ସମ୍ମାନୀତ ଅତିଥି ଭାବେ ସିଡିପିଓ ଲଳିତା ମଲ୍ଲିକ ମଞ୍ଚାସୀନ ଥିଲେ।
ଏଥିରେ ଦିବ୍ୟାଙ୍ଗଙ୍କ ପାଇଁ ଗ୍ରାମୀଣ ଆବାସ ଯୋଜନା , ବସ ଓ ଟ୍ରେନ ରିହାତି, ଆୟ ପ୍ରମାଣପତ୍ର , କର୍ଣ୍ଣ , ନାଶା , ଗଳା ବାଧିତ ଦିବ୍ୟାଙ୍ଗଙ୍କ ପାଇଁ ଚିକିତ୍ସା , ମାନସିକ ଦିବ୍ୟାଙ୍ଗଙ୍କ ଚିକିତ୍ସା , ଶାରୀରିକ ଦିବ୍ୟାଙ୍ଗଙ୍କ ଚିକିତ୍ସା , ଭତ୍ତା , ବିବାହ ପ୍ରୋତ୍ସାହନ , ଡିଆରଆଇ ଲୋନ, ଜାତୀୟ ପରିବାର ମଙ୍ଗଳ ଯୋଜନା , ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗ ପାଇଁ ଉପକରଣ , ବାଣୀ ଶ୍ରୀ ଶିକ୍ଷା ବୃତ୍ତି ନିମନ୍ତେ ଆବେଦନ ଓ ପଞ୍ଜିକରଣ କରାଯାଇଥିଲା।
ବିଭିନ୍ନ ଧରଣର ଦିବ୍ୟାଙ୍ଗ ମାନଙ୍କ ମଧ୍ୟରୁ ଶାରୀରିକ ବିକଳାଙ୍ଗ ମାନଙ୍କୁ ଡ୍ରାଇ ସାଇକେଲ ୨ଟି ଓ ହ୍ୱିଲ ଚେୟାର ୧୧ଟି , ଦୃଷ୍ଟି ବାଧିତଙ୍କୁ ଆଶାବାଡି ୬ଟି ପ୍ରଦାନ କରାଯାଇଥିଲା। ଅନ୍ୟ ସମସ୍ତ ଦିବ୍ୟାଙ୍ଗ ମାନଙ୍କୁ ମାସେ ମଧ୍ୟରେ ସମସ୍ତ ପ୍ରକାରର ପ୍ରମାଣପତ୍ର ଓ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଅଧିକାରିଣୀ ଶ୍ରୀମତୀ ଦାସ କହିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ଣ୍ଣ , ନାଶା , ଗଳା ବିଶେଷଜ୍ଞ ଡ.ରଶ୍ମିକାନ୍ତ ମିଶ୍ର , ଅସ୍ଥିଶଲ୍ୟ ବିଶେଷଜ୍ଞ ଡ.ଶାନ୍ତନୁ କୁମାର ପାଢ଼ୀ , ଚକ୍ଷ୍ଯୁ ବିଶେଷଜ୍ଞ ଡ.ସମୀର ଦାଶ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କୁ ଚିକିତ୍ସା କରିଥିଲେ।

0
0
0
s2sdefault