ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂଜ୍ୟ- ପୂଜା ସଂସଦର ସଭାପତି ଭାଗବତ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଆଭାଷି (ଭର୍ଚୁଆଲ) ରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।
ଜୀବନ ବଞ୍ଚାଇ ରଖିବାର ମୂଳ ଉଛ ଜଳ , ଜଳର ଅପଚୟ ରୋକିବା , ଜଳ ବିନିଯୋଗରେ ସଂଯତ ଓ ନିୟନ୍ତ୍ରଣ ରକ୍ଷା କଲେ ଆଗାମୀ ଦିନ ଜୀବ ଜଗତ ତିଷ୍ଠି ପାରିବେ ଏଣୁ ଜଳ , ଜମି , ଜଙ୍ଗଲ , ଜନ୍ତୁ ପ୍ରତି ସର୍ବଦା ଧ୍ୟାନ ଦେବା ଜରୁରୀ ବୋଲି ବକ୍ତା ଗଣ କହିଥିଲେ।
ସେବାନିବୃତ ଅଧ୍ୟକ୍ଷ ଅଧ୍ୟାପକ ରଘୁନାଥ ପଣ୍ଡା , ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତା , ଲିଙ୍ଗରାଜ ପାଣିଗ୍ରାହୀ(ହେଲ୍ପ), ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ , ଶିକ୍ଷୟତ୍ରୀ ମନୋରମା ପତି(ଭୁବନେଶ୍ୱର), ପ୍ରଗତି ର ସମ୍ପାଦିକା ତନୁଜା ଶତପଥୀ , ଡି ଆଇ ଇ ଟି ଅଧ୍ୟକ୍ଷ ଡାକ୍ତର ମୁର୍ମୁ ପ୍ରଭୃତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ରାଜ୍ୟ
ପୂଜ୍ୟ ପୂଜା ସଂସଦ ପାରଳାଖେମୁଣ୍ଡି ଆନୁକୁଲ୍ୟରେ "ବିଶ୍ଵ ଜଳ ଦିବସ" ପାଳନ
- Hits: 568