ଚବିଶ ଘଣ୍ଟା ରୁ ମାତ୍ର ଦୁଇ ଘଣ୍ଟା ମିଳୁଛି ସ୍ୱାସ୍ଥ୍ୟ ସେବା
ଯାଜପୁର ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ରାଜ୍ୟ ସରକାର ସାଧାରଣ ଜନତା ଙ୍କ ପାଇଁ ପ୍ରତ୍ୟେକ ଗ୍ରାମାଞ୍ଚଳ ରେ ଖୋଲିଛନ୍ତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର | ଆବଶ୍ୟକ ଭିତିଭୁମି ଗୃହ ଯନ୍ତ୍ର ପାତି ମେଡିସିନି ଯୋଗାଇ ଦେବା ସହ ସମ୍ପୃକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ନର୍ସ ସୁଇପର୍ ଠୁ ଆରମ୍ଭ କରି ସିକ୍ୟୁରିଟି ଗାଡ ପର୍ଯ୍ୟନ୍ତ ଯୋଗାଇ ଦେଇଥିବା ବେଳେ ଦିନରେ ମାତ୍ର ଦୁଇ ଘଣ୍ଟା ରୁ ତିନି ଘଣ୍ଟା ଖୋଲା ଯାଉଛି ଏହି ସ୍ୱାସ୍ଥ୍ୟକେନ୍ଦ୍ର ମାନ | ସାଧାରଣ ଜନତା ଙ୍କ ଟିକସରୁ ଲକ୍ଷ ଲକ୍ଷ ଟଙ୍କା ମାସିକ ବେତନ ନେଉଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଆଖିରେ ପଟି ବାନ୍ଧି ବସିଥିବା ସାଧାରଣ ରେ ଆଲୋଚନା ହେଉଛି |
ଭାତ ହାଣ୍ଡିରୁ ଗୋଟେ ଚିପିବା ପରି , ଏଠାରେ ଆମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ରେ ଥିବା ସିହା ପଂଚାୟତର କୋହ୍ଲାସିଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର ବିଷୟରେ | ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଦୁଇ ତିନି ଗୋଟି ପଂଚାୟତ ର ଲୋକେ ନିର୍ଭର କରୁଥିବା ବେଳେ ଏଠି ସ୍ୱାସ୍ଥ୍ୟ ସେବା ପ୍ରହସନ ପାଲଟି ଯାଇଛି | ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ସିହା ପଂଚାୟତର ଶ୍ରୀଯୁକ୍ତ ସୁଶାନ୍ତ କୁମାର ପୃଷ୍ଟି, ପ୍ରମୋଦ ସାହୁ, ସନ୍ତୋଷ ମହାନ୍ତି, ଶ୍ରୀଧର ପ୍ରଧାନ, ଜତିନ୍ଦ୍ର ସାହୁ, ପୁରସ୍ତମ ସାହୁ ପ୍ରମୁଖ ବଡ଼ଚଣା ସ୍ୱାସ୍ଥ୍ୟାଧିକାରୀ ଙ୍କୁ ଲିଖିତ ଭାବେ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ୟା ଜଣାଇଥିଲେ କିଛି ସୁଫଳ ମିଳୁନି | ଏହାର ସମାଧାନ ନହେଲ୍ଵ୍ ଆଗାମୀ ଦିନରେ ଗ୍ରାମବାସୀ ମାନେ ରାସ୍ତା କୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି |