ନୟାଗଡ଼ (ବିଶ୍ୱଜିତ ନାୟକ) - ନୟାଗଡ଼ ପୈାର ନିର୍ବାଚନ ପାଇଁ ଆଜି ବିଜେଡି ପକ୍ଷରୁ ବିଭିନ୍ନ ୱାର୍ଡ଼ରେ ନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି । ପୈାର ପରିଷଦ ଅନ୍ତର୍ଗତ ୧୫ ନମ୍ବର ୱାର୍ଡ଼ ପାଇଁ ସିଦ୍ଧେଶ୍ୱର କଲ୍ୟାଣମଣ୍ଡପଠାରେ, ୨, ୩ ଏବଂ ୪ ନମ୍ବର ୱାର୍ଡ଼ ପାଇଁ ଟାକ୍ସି ଷ୍ଟାଣ୍ଡଠାରେ ଏବଂ ୧୧ ଓ ୧୨ ନମ୍ବର ୱାର୍ଡ଼ ପାଇଁ ଦେବୋତ୍ତର କଲୋନୀଠାରେ ସଭା ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ସଭାରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ନୟାଗଡ଼ର ବିକାଶ ଏବଂ ନୟାଗଡ଼କୁ ସଦାସର୍ବଦା ମୁଖ୍ୟମନ୍ତ୍ରୀ ନବୀନ ପ୍ରାଧ୍ୟାନ୍ୟ ଦେଇଥିବା କହିଛନ୍ତି । ୧୯୫୩ ମସିହାରୁ ଗଠିତ ହୋଇଥିବା ଏନଏସିକୁ ମୁନସିପାଲିଟରେ ପରିବର୍ତ୍ତନ କରିବା, ସହର ବିକାଶକୁ ଗୁରୁତ୍ୱ ଦେବା, ବିଶ୍ୱ ସ୍ତରୀୟ ବଲାଙ୍ଗୀପାର୍କ ପାଇଁ ଅନୁମୋଦନ କରିବା ସହ ପାନୀୟ ଜଳ ପାଇଁ ବ୍ୟାବପ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି । ଭୂମୀହୀନଙ୍କ ପାଇଁ ଜାଗା ମିଶନ, ଆବାସ ଯୋଜନା ଦ୍ୱାରା ପକ୍କା ଘର ବ୍ୟବସ୍ଥା କରିଥିବା ବେଳେ ମହିଳାଙ୍କ ବିକାଶ ପାଇଁ ନୟାଗଡ଼ରେ ୧୩ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ବିକାଶଧାରାକୁ ଆଗକୁ ନେବାକୁ ତାଙ୍କ ହାତମୁଠା ଟାଣ କରିବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ମନ୍ତ୍ରୀ ଡ. ସାହୁ ଆହ୍ୱାନ ଦେଇଛନ୍ତି । ବିକାଶ ପାଇଁ ବିଜେଡି ସଂକଳ୍ପବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି ।
ନିର୍ବାଚନ ସଭାରେ ପୈାର ଅଧ୍ୟକ୍ଷା ପ୍ରାର୍ଥିନୀ ନିରୂପମା ଖଟେଇ ଏବଂ କାଉନସିଲର ପ୍ରାର୍ଥୀମାନେ ଉପସ୍ଥିତ ରହି ଭୋଟ ମାଗିଛନ୍ତି ।