ହେଡଲାଇନସ୍:

ଦେବାଶିଷ ଇମିତି କାହିଁକି ଲେଖିଲେ : କୋଉ ପାର୍ଟି ଉଦ୍ଦେଶ୍ୟରେ !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରଦାର ହେଲାଣି | ସହର ସାରା ଛାଇ ଗଲାଣି ପୋଷ୍ଟର ବ୍ୟାନର | ଶୁଭିଲାଣି ପରସ୍ପର ଟିହାଟିହି -ଗୋଇ ଖୋଳାଖୋଳି (ଶ୍ରୁତିକଟୁ) ମଧୁର ସଂଗୀତ ମୂର୍ଚ୍ଛନା | ଭୁବନେଶ୍ୱରରେ କଂଗ୍ରେସ ଏକ ପ୍ରକାର ହାତ ଟେକିଦେଇଥିବା ବେଳେ ନଗଦ ନଗଦ ଜୋସରେ ଥିବା ନୂଆ ପାର୍ଟି ଆପ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛି ତା ଉପସ୍ଥିତି ଜାହିର କରିବା ପାଇଁ ରାଜଧାନୀରେ | ବିଜେଡି ତା ପ୍ରଚାର ଷ୍ଟାଇଲ ବଦଳାଇ ଲୋକଙ୍କ ନିକଟବର୍ତ୍ତୀ ହେବ ପାଇଁ ଉଦ୍ୟମ କରୁଛି | ଆଣ୍ଟିଇଂକାମ୍ବେନ୍ସି ଫ୍ୟାକ୍ଟରକୁ ପ୍ରତିହତ କରି ବିଜେଡି ଲୋକଙ୍କ ନିକଟବର୍ତ୍ତୀ ହେବାପାଇଁ କରୁଥିବା ଉଦ୍ୟମର ପ୍ରଭାବ ପଡୁଥିବା ବି ପରିଲକ୍ଷିତ ହେଉଛି | ବିଜେପି ମଧ୍ୟ ତାହାର ପ୍ରଚାର ଜୋରଦାର ଚଳାଇଛି | ହେଲେ ଆଜି ବିଜେପି ଯୁବନେତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଡାହାଣ ହାତ ଭାବେ ଜଣାଶୁଣା ଦେବାଶିଷ ନାୟକଙ୍କ ଏକ ଫେସବୁକ ପୋଷ୍ଟିଙ୍ଗକୁ ନେଇ ଚର୍ଚା ଜୋରଦାର | ଶ୍ରୀ ନାୟକ ତାଙ୍କ ପୋଷ୍ଟିଙ୍ଗ ରେ ଲେଖିଛନ୍ତି ଯେ "Six seven days more for campaign still the party could able to give minimum help by providing flags atlist to the candidates.Better to sit-down if don't have guts to fight" |

ଏହାର ଅର୍ଥ ହେଲା ହେଲା "ପ୍ରଚାର ପାଇଁ ଛଅ ସାତ ଦିନ ବାକି ରହିଲା | ତଥାପି ଦଳ ପ୍ରାର୍ଥୀଙ୍କୁ ସର୍ବନିମ୍ନ ସମର୍ଥନ ଭାବେ ପତାକା ଯୋଗାଇ ଦେବାକୁ ସମର୍ଥ ହୋଇଥାନ୍ତା । ଭଲ ହେବ, ଯଦି ନିର୍ବାଚନ ଲଢ଼ିବାକୁ ସତ୍ସାହସ ନାହିଁ ତେବେ ଘରେ ବସି ପଡିବା ଠିକ ହେବ | " ହେଲେ ତାଙ୍କର ଇସାରା କାହା ଉଦ୍ଦେଶ୍ୟରେ , କେଉଁ ଦଳକୁ ଆଉ ଯେଉଁ ପ୍ରାର୍ଥୀଙ୍କୁ ସହାୟତା ଦେବା ବିଷୟ ସେ କହିଛନ୍ତି !!!
ଦେବାଶିଷ ବିଜେପିରେ ହାଇ ପ୍ରୋଫାଇଲ ନେତା ନୁହନ୍ତି, ହେଲେ ସେ ଅପରାଜିତାଙ୍କ ଅତ୍ୟନ୍ତ ଘନିଷ୍ଠ ବିଶ୍ୱସ୍ତ ସହଯୋଗୀ ଆଉ ଡାହାଣ ହାତ ଭାବେ ଜଣାଶୁଣା | ତାଙ୍କର ଏ ପୋଷ୍ଟିଙ୍ଗ ଦଳପ୍ରତି ଅପରାଜିତାଙ୍କ ପରୋକ୍ଷ ଅସନ୍ତୋଷ ନୁହେ ତ ଦେବାଶିଷଙ୍କ ମାଧ୍ୟମରେ ! ତେଣୁ ଏବେ ସୋସିଆଲ ମିଡିଆରେ ଦେବାଶିଷ ଇମିତି କାହିଁକି ଲେଖିଲେ କୋଉ ପାର୍ଟି ଉଦ୍ଦେଶ୍ୟରେ ଆଉ କେଉଁ ପ୍ରାର୍ଥୀମାନଙ୍କୁ କିଏ ବା କେଉଁଦଳ ସମର୍ଥନ କରୁନି, ତାହାକୁ ନେଇ ଜୋରଦାର ଚର୍ଚ୍ଚା !!!!

0
0
0
s2sdefault