ଭୁବନେଶ୍ୱର : ଓଡ଼ିଶା ପୋଲିସ୍ ଅଧିନରେ କାର୍ଯ୍ୟରତ ମହିଳାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲ | ସେ ଏକ ସ୍ୱତନ୍ତ୍ର ବାର୍ତ୍ତାରେ ସେମାନଙ୍କ କର୍ତବ୍ୟପରାୟଣତା, ନିଷ୍ଠା ଏବଂ ନେତୃତ୍ୱକୁ ପ୍ରଶଂସା କରିବା ସହ ଥାନାରେ କାର୍ଯ୍ୟ କରୁଥିବା ମହିଳା ଅଧିକାରୀ/କର୍ମଚାରୀଙ୍କ ଆତ୍ମବିଶ୍ୱାସ ବଢାଇବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ଡିଜିପି ଶ୍ରୀ ବଂଶଲ
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ବାର୍ତ୍ତାରେ ଡିଜିପି ଶ୍ରୀ ବଂଶଲ କହିଛନ୍ତି ଯେ, " ଆଜି ହେଉଛି ଅର୍ନ୍ତଜାତୀୟ ମହିଳା ଦିବସ । ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ଓଡ଼ିଶା ପୋଲିସ୍ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ମହିଳା ଅଧିକାରୀ/କର୍ମଚାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ କର୍ତବ୍ୟପରାୟଣତା, ନିଷ୍ଠା ଏବଂ ନେତୃତ୍ୱ ଯୋଗୁଁ ସୁସ୍ଥ ସମାଜ ଗଠନ ହେବାରେ ସହାୟକ ହୋଇପାରିଛି । ଆଗାମୀ ଦିନରେ ମଧ୍ୟ ସେମାନଙ୍କର ଏହି ଅବଦାନ ସମାଜକୁ ଏକ ନୂତନ ଦିଗକୁ ନେଇପାରିବ ବୋଲି ଡିଜିପି ଶ୍ରୀ ବଂସଲ ଆଶାପ୍ରକଟ କରିଛନ୍ତି । ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏସ୍ପି/ଏସ୍ଡିପିଓ/ଆଇଆଇସି/ଏସ୍ଆଇ/କନେଷ୍ଟବଳ ଏବଂ ହୋମ୍ଗାର୍ଡ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଡିଜିପି ପ୍ରଶଂସା କରିବା ସହ ସେମାନଙ୍କ ଅବଦାନ ସମଗ୍ର ପୋଲିସ୍ ବିଭାଗକୁ ରୁଦ୍ଧିମନ୍ତ କରି ପାରିଛି ଡିଜିପି ମତବ୍ୟକ୍ତ କରିଛନ୍ତି ।
ଉଲ୍ଲେଖଯୋଗ୍ୟଯେ, ବର୍ତମାନ ସାରା ରାଜ୍ୟରେ ୧ଶହରୁ ଉର୍ଦ୍ଧ୍ୱ ଥାନା ଅଧିକାରୀ, ଉପଖଣ୍ଡ ପୋଲିସ୍ ଅଧିକାରୀ(ଏସ୍ଡିପିଓ) ଏବଂ ଆରକ୍ଷୀ ଅଧିକ୍ଷକ(ଏସ୍ପି) ଭାବେ ମହିଳାମାନେ କାର୍ଯ୍ୟ କରୁଛନ୍ତି । ଯାହାକି ଆମ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ କହିଲେ ଅତ୍ୟୁକ୍ତି ହେବ ନାହିଁ । "
ଏହି ଅବସରରେ ଡିଜିପି ଶ୍ରୀ ବଂସଲ ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ଉତମ ବ୍ୟବହାର ଏବଂ ସୁସ୍ଥ ପରିବେଶ ଗଠନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ଥାନାରେ କାର୍ଯ୍ୟ କରୁଥିବା ମହିଳା ଅଧିକାରୀ/କର୍ମଚାରୀଙ୍କ ଆତ୍ମବିଶ୍ୱାସ ବଢାଇବାକୁ ମଧ୍ୟ ଡିଜିପି ଶ୍ରୀ ବଂସଲ ସମସ୍ତଙ୍କୁ ନିବେଦନ କରିଛନ୍ତି ।
ରାଜ୍ୟ
ଓଡ଼ିଶା ପୋଲିସ୍ ଅଧିନରେ କାର୍ଯ୍ୟରତ ମହିଳାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ଡିଜିପି
- Hits: 658