ହେଡଲାଇନସ୍:

ଆଇପିଆରଏସ୍‍, ଡଲ୍‍ବି ଲାବୋରେଟୋରିଜ, ଆଣ୍ଡ ହଙ୍ଗାମା ଆର୍ଟିଷ୍ଟ ଆଲାଉଡ ପକ୍ଷରୁ ହର୍‍ମ୍ୟୁଜିକ ଇନିସିଏଟିଭ୍‍ର ୧ମ ବର୍ଷ ପୂର୍ତ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏହି ଅଭିଯାନର ପରିଣତିସ୍ୱରୂପ ମହିଳା ଲେଖିକା ଏବଂ କମ୍ପୋଜରଙ୍କ ପଞ୍ଜିକରଣରେ ପ୍ରାୟ ୩୦୦% ବୃଦ୍ଧି ଘଟିଛି

ଭୁବନେଶ୍ୱର : ଲେଖକ, କମ୍ପୋଜର ଏବଂ ସଂଗୀତର ମାଲିକ ପ୍ରକାଶକ ମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଏକ ସଂସ୍ଥା ଦି ଇଣ୍ଡିଆନ ପରଫର୍‍ମିଂ ରାଇଟ୍‍ ସୋସାଇଟି ଲିମିଟେଡ (ଆଇପିଆରଏସ୍‍), ମଜ୍ଜିବା ଭଳି ମନୋରଂଜନ ଅନୁଭୂତି ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଡଲ୍‍ବି ଲାବୋରେଟୋରିଜ୍‍ ଏବଂ ମୌଳିକ ବିଷୟବସ୍ତୁ ଏବଂ ପ୍ରତିଭାମାନଙ୍କର ଏକ ମଞ୍ଚ ହଙ୍ଗାମା ଆର୍ଟିଷ୍ଟ ଆଲାଉଡ ସହିତ ଭାରତରେ ସଂଗୀତ ଜଗତରେ ଏକ ନୂଆ ଯୁଗ ଆରମ୍ଭ କରିବାକୁ ସେମାନଙ୍କର ଚାଲିଥିବା ପ୍ରୟାସର ଅଂଶସ୍ୱରୂପ ‘ହର୍‍ମ୍ୟୁଜିକ ଇନିସିଏଟିଭ୍‍’ ସହିତ ‘ସେଲିବ୍ରେଟହର୍‍ମ୍ୟୁଜିକ’ ଶୁଭାରମ୍ଭ କରିବାକୁ ସହଯୋଗିତା କରିଛି ।
‘ସେଲିବ୍ରେଟ୍‍ହର୍‍ମ୍ୟୁଜିକ’ ପ୍ରୟାସ ଜରିଆରେ ନିଜସ୍ୱ ଛାପ ସୃଷ୍ଟି କରିଥିବା ଏବଂ ଅନ୍ୟମାନେ ଅନୁସରଣ କରିବା ସକାଶେ ପଥ ସୁଦୃଢ କରିଥିବା ମହିଳା ସର୍ଜନାକାରୀଙ୍କୁ ସର୍ବସମ୍ମୁଖକୁ ଆଣି ଏବଂ ସେମାନଙ୍କୁ ସ୍ୱୀକୃତି ପ୍ରଦାନକରିଥିବା ଏକ ବର୍ଷର ଯାତ୍ରାକୁ ‘ହର୍‍ମ୍ୟୁଜିକ’ ପାଳନ କରିବ । ଏହି ଅଭିଯାନ ସଂଗୀତ କ୍ଷେତ୍ରରେ ଥିବା ମହିଳାମାନଙ୍କୁ ସଶକ୍ତ କରିବା, ଉତ୍ସାହିତ କରିବା ଏବଂ ସେମାନଙ୍କ ସଫଳତାକୁ ନେଇ ଉତ୍ସବ ମନାଇବା ଏବଂ ଏହାଦ୍ୱାରା ମୁକ୍ତ ଭାବରେ ସୁଯୋଗ ଖୋଜିବା ଏବଂ ନିଜକୁ ଅବାଧରେ ପରିପ୍ରକାଶ କରିବାର ଏକ ମଞ୍ଚ ଏବଂ ଗୋଷ୍ଠୀ ସୃଷ୍ଟି କରିବା ସକାଶେ ଡିଜାଇନ କରାଯାଇଥିଲା ।
ଏହି ଅଭିଯାନର ଶେଷ ଚରଣ ହେଉଛି ‘ସେଲିବ୍ରେଟ୍‍ହର୍‍ମ୍ୟୁଜିକ’ । ଏହି ଅଭିଯାନ ଅଧୀନରେ ଆମେ ସଫଳତାର ସହିତ ‘ଅନ୍‍ଲିଶ୍‍ହର୍‍ମ୍ୟୁଜିକ’ ଏବଂ ‘ଏମ୍ପାୱାରହର୍‍ମ୍ୟୁଜିକ’ ପ୍ରଚଳନ କରିଥିଲୁ । ଏହା ସର୍ଜନକାରୀ ଏବଂ ଶିଳ୍ପ ଉଭୟଙ୍କ ଦ୍ୱାରା ବହୁଳ ଭାବରେ ପ୍ରଶଂସିତ ହୋଇଛି ।
‘ହର୍‍ମ୍ୟୁଜିକ ଇନିସିଏଟିଭ୍‍’ ସାମାଜିକ ଗଣମାଧ୍ୟମ ମଞ୍ଚ ଜରିଆରେ ୨.୫ ନିୟୁତରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି । ଏହି ପ୍ରୟାସର ପ୍ରଭାବ ଏବଂ ମହିଳା ଗୀତିକାର ଏବଂ କମ୍ପୋଜରମାନଙ୍କୁ ପୂର୍ଣ୍ଣ ପ୍ରସ୍ତୁତ ଏବଂ ପ୍ରୋତ୍ସାହିତ କରିବାର ପରିଣତିରେ ମହିଳା ଲେଖିକା ଏବଂ କମ୍ପୋଜରଙ୍କ ପଞ୍ଜିକରଣରେ ପ୍ରାୟ ୩୦୦% ବୃଦ୍ଧିଘଟିଛି । ଏହି ଅଭିଯାନ ବର୍ଦ୍ଧିତ ସୁବିଧା ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟିକରିଛି ଏବଂ ଏହି କାରଣରୁ ଗତବର୍ଷ ଶତାଧିକ ମହିଳା ଲେଖିକା ଏବଂ କମ୍ପୋଜର ଆଇପିଆରଏସ୍‍ରେ ସାମିଲ ହୋଇଛନ୍ତି । ଏହି ତାଲିକାରେ ରହିଛନ୍ତି ନୀତି ମୋହନ ପାଣ୍ଡ୍ୟା, ଶଲମାଲି ଖୋଲଗାଡେ, ଶ୍ରଦ୍ଧା ପଣ୍ଡିତ, ବିନ୍ଦୁ ସୁବ୍ରମଣ୍ୟମ, କୀର୍ତ୍ତି କିଲ୍ଲେଦାର, ନେହା କରୋଡେ ପ୍ରମୁଖ । ସଂଗୀତ ଜଗତରେ ମହିଳାମାନଙ୍କୁ କମ୍‍ ଗୁରୁତ୍ୱ ଦିଆଯାଉଥିବା ଭଳି ଏକ ଦୀର୍ଘକାଳୀନ ପ୍ରସଙ୍ଗକୁ ଏହି ପ୍ରୟାସ କିଭଳି ମଜଭୁତ ଭାବରେ ଉପସ୍ଥାପନ କରିଛି ଏବଂ ତାହାକୁ ନେଇ କିଭଳି ଆଲୋଚନା ବିଚାର ବିମର୍ଷ ଜାରି ରହିଛି, ସେ ସମ୍ପର୍କରେ ସର୍ଜନାକାରୀମାନେ ଆଲୋକପାତ କରିଥିଲେ ।
ଏ ସମ୍ପର୍କରେ ମତଦେଇ ଆଇପିଆରଏସ୍‍ର ସିଇଓ ଶ୍ରୀ ରାକେଶ ନିଗମ କହିଥିଲେ, “୰୍‍ହର୍‍ମ୍ୟୁଜିକ ଇନିସିଏଟିଭ୍‍ ନିମନ୍ତେ ଡଲ୍‍ବି ଲାବୋରେଟୋରିଜ୍‍ ଏବଂ ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍‍ ସହିତ କାମ କରିବା ନେଇ ଆମେ ଆନନ୍ଦ ଅନୁଭବ କରୁଛୁ, ଯାହା ମହିଳା ସର୍ଜନାକାରୀଙ୍କ ପାଇଁ ଏକ ମଞ୍ଚ ସୃଷ୍ଟି କରିଛି । ଏହା ଅଗ୍ରାଧିକାର ବିଷୟଗୁଡିକ ସର୍ମ୍ପକରେ ଆଲୋକପାତ କରିବା ସହିତ ଏହି ଗୋଷ୍ଠୀରେ ସାମିଲ ହେବାକୁ ଉତ୍ସାହିତ କରିଛି ଏବଂ ନୂତନ ସୁଯୋଗ ସୃଷ୍ଟି କରିଛି । ଆହୁରି ଅନେକ ପଥ ଯିବାକୁ ଅଛି, ତଥାପି ସଫଳତା ପ୍ରୟାସର ସହିତ ଏହି ଯାତ୍ରା ଆରମ୍ଭ କରିଥିବାରୁ ଆମେ ଖୁସି ଅଛୁ । ସଂଗୀତ ଶିଳ୍ପର ଉନ୍ନତି ସାଧନ ସହିତ ଏଥିରେ ଯେଭଳି ଅଧିକରୁ ଅଧିକ ସଂଖ୍ୟାରେ ମହିଳା ସର୍ଜନାକାରୀ ଯୋଗଦେବେ, ସେଥିପାଇଁ ଆଗାମୀ ଭବିଷ୍ୟତରେ ଏହିଭଳି ଅନେକ ପ୍ର୍ରୟାସ ହାତକୁ ନେବାକୁ ଆମେ ଲକ୍ଷ୍ୟ ରଖିଛୁ ।”
ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍‍ର ଏସ୍‍ଭିପି ଶ୍ରୀମତୀ ସୌମିନୀ ଶ୍ରୀଧରା ପଲ୍‍ କହିଛନ୍ତି, “୰୍‍ହର୍‍ମ୍ୟୁଜିକ ଏକ ଅତ୍ୟନ୍ତ ମହତ୍‍ ପ୍ରୟାସ ଏବଂ ଆଇପିଆରଏସ୍‍ ଓ ଡଲ୍‍ବି ସହିତ ସେମାନଙ୍କ ପ୍ରୟାସରେ ସହଭାଗୀ ହୋଇଥିବାରୁ ଆମେ ଗର୍ବିତ ଅନୁଭବ କରୁଛୁ । ମୁଁ ନିଜେ କମ୍ପୋଜିସନ ଏବଂ ଗୀତ ରଚନା କ୍ଷେତ୍ରରେ ରହିଥିବାରୁ ମୁଁ ଭାବୁଛି ମୁଁ କିଛି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବାବେଳେ ମୋତେ ଏହିଭଳି ସମର୍ଥନ ମିଳିଥାନ୍ତା କି । ତେବେ ଯାହାହେଉ, ଜଣେ ମହିଳା ଭାବରେ ଏବଂ ଏହି ଶିଳ୍ପର ଜଣେ ବୃତ୍ତିଧାରୀ ଭାବରେ ଏବେ ଏହି ପ୍ରୟାସକୁ ସମର୍ଥନ କରିବାରେ ମୋର କ୍ଷୁଦ୍ର ଅବଦାନ ରଖିବା ଦିଗରେ ସମର୍ଥ ହେବାନେଇ ମୋତେ ଗର୍ବ ଅନୁଭବ ହେଉଛି ।”
ଡଲ୍‍ବି ଲାବୋରେଟୋରିଜ୍‍ର ଏମର୍ଜିଂ ମାର୍କେଟ୍‍ସର ପରିଚାଳନା ନିର୍ଦ୍ଦେଶକ ପଙ୍କଜ କେଡିଆ କହିଛନ୍ତି, “ଆମେ ଶିକ୍ଷାର ସମ୍ମିଶ୍ରଣରେ ଆମର ସୃଜନଶୀଳ ସାଧନଗୁଡିକୁ କମ୍‍ ପ୍ରାଧାନ୍ୟଲାଭ କରୁôଥବା ଗୋଷ୍ଠୀଗୁଡିକ ନିମନ୍ତେ ଅଧିକରୁ ଅଧିକ ସୁଯୋଗ ନେବାର ସୁଯୋଗ ଯୋଗାଇଦେବାକୁ ପ୍ରତିବଦ୍ଧ ରହିଛୁ । ୰ହର୍‍ମ୍ୟୁଜିକ ଇନିସିଏଟିଭ୍‍ ସହିତ ସଂଯୁକ୍ତ ହୋଇ ଆମେ ଗର୍ବିତ ଅନୁଭବ କରୁଛୁ, ଯାହା ଭାରତରେ ମହିଳା ସର୍ଜନାକାରୀଙ୍କୁ ଏକ ମଞ୍ଚ ଯୋଗାଇଦେଉଛି ଏବଂ ସେମାନଙ୍କୁ ଡଲ୍‍ବି ଆଟମୋସ୍‍ରେ ସେମାନଙ୍କର ସଂଗୀତ ସୃଷ୍ଟି କରିବାକୁ ସମର୍ଥ କରାଉଛି ।”
ଏକବର୍ଷର ଯାତ୍ରା ଅବସରରେ ବିଭିନ୍ନ ଅଞ୍ଚଳରୁ ଏହି ଶିଳ୍ପର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହିତ ଦଳଗତ ଆଲୋଚନା କରାଯାଇଛି । ସ୍ନେହା ଖାନ୍‍ୱାଲକର, ଅନୁଷ୍କା ମନଚନ୍ଦା, ଏମ.ଏମ୍‍.ଶ୍ରୀଲେଖା, ନାତାନିଆ ଲାଲୱାନି, ହିରାଲ ଭିରାଡିଆ ଏବଂ ଅନ୍ୱେଷା ଦତ୍ତା ଗୁପ୍ତାଙ୍କ ଭଳି ଅନେକ ମହିଳା ସର୍ଜନାକାରୀ ଜନ ସଂପର୍କ କାର୍ଯ୍ୟକ୍ରମଗୁଡିକ ସହାୟତାରେ ସଂଗୀତ କ୍ଷେତ୍ରରେ କ୍ୟାରିୟର ନିର୍ମାଣ କରିବା ନିମନ୍ତେ ଅନ୍ୟମାନଙ୍କୁ ଉତ୍ସାହିତ ଓ ସଶକ୍ତ କରିବା ଅଭିଯାନର ଅଂଶବିଶେଷ ହୋଇଥିଲେ । ଏହି ଅବସରରେ ବସନ୍ତ ପଞ୍ଚମୀ ଭଳି ଅନେକ ପର୍ବ ପର୍ବାଣୀ ଓ ଉତ୍ସବାନୁଷ୍ଠାନ ଅବସରରେ ଆଲୋଚନା ଏବଂ ଭାବର ଆଦାନପ୍ରଦାନ କାର୍ଯ୍ୟକ୍ରମକୁ ମଧ୍ୟ ଉତ୍ସାହିତ କରାଯାଇଥିଲା । ନିଜର ସୃଷ୍ଟି ଜରିଆରେ ସଂଗୀତର ସୁଗନ୍ଧକୁ ସଞ୍ଚରିତ କରିଥିବା ବାସ୍ତବ ଜୀବନର ‘ସରସ୍ୱତୀ’ମାନଙ୍କର ସଫଳତା ପାଳନ ଜରିଆରେ ଜ୍ଞାନ ଓ ସଂଗୀତର ଦେବୀ ‘ସରସ୍ୱତୀ’ଙ୍କୁ ସାମାଜିକ ଗଣମାଧ୍ୟମ ପ୍ରଚାର ଅଭିଯାନ ଭକ୍ତିପୂତ ଆରାଧନା କରିଥିଲା । ଏଥିସହିତ ବିଶିଷ୍ଟ ସଂଗୀତ କମ୍ପୋଜର ଶ୍ରୀ ରାଜୁ ସିଂହ ସମଗ୍ର ଦେଶ ଓ ବୟସ ବର୍ଗରୁ ସଂଗୀତ ଜଗତରେ ଥିବା ମହିଳାମାନଙ୍କ ସହିତ ବିସ୍ତୃତ କଥୋପକଥନ ‘ସେଲିବ୍ରେଟ୍‍ହର୍‍ମ୍ୟୁଜିକ’ର ଉପସ୍ଥାପକ ଭାବରେ ସମ୍ମୁଖକୁ ଆସିବେ । ‘ହର୍‍ମ୍ୟୁଜିକ’ ଏବଂ ଏହି ପ୍ରୟାସର ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଦୃଷ୍ଟି ଏବଂ ମୁହୂର୍ତ୍ତଗୁଡିକୁ ଧରିରଖିଥିବା ଭିଡିଓ ଜରିଆରେ ଏହି ଏକ ବର୍ଷର ଯାତ୍ରା ପ୍ରତିଫଳିତ ହେବ ।

0
0
0
s2sdefault