-
ଆନ୍ତର୍ଜାତିକ ମହିଳା ଦିବସ ଅବସରରେ, ହସ୍ପିଟାଲ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଏହାର ଓଡ଼ିଶାର ସମସ୍ତ ଶାଖାରେ ମହିଳାଙ୍କ ପାଇଁ ମାଗଣା ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମର ପରିଚାଳନା କରୁଛନ୍ତି । ପଞ୍ଜୀକରଣ ପାଇଁ ଦୟାକରି ଯୋଗାଯୋଗ କରନ୍ତୁ ୯୬୧୯୩୨୦୯୭୧
-
ଅଧ୍ୟୟନରୁ ଜଣାଯାଇଛି ଯେ ୫୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ, ମହିଳାଙ୍କ ଠାରେ ପୁରୁଷଙ୍କ ତୁଳନାରେ ଦୁଇ ଗୁଣା ଅଧିକ ଶୁଷ୍କ ଆଖିର ସମସ୍ୟା ଦେଖାଯାଏ ।
ଭୁବନେଶ୍ୱର : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ, ଡା ଅଗ୍ରୱାଲ୍ସ ଚକ୍ଷୁ ହସ୍ପିଟାଲ୍, ଯାହାକି ଭାରତର ଚକ୍ଷୁ ହସ୍ପିଟାଲର ଏକ ସର୍ବବୃହତ୍ ନେଟୱର୍କ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଏହାର ଓଡ଼ିଶାର ସମସ୍ତ ଶାଖାରେ ସବୁ ବୟସର ମହିଳାଙ୍କ ପାଇଁ ମାଗଣା ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମର ପରିଚାଳନା କରୁଛନ୍ତି । ପଞ୍ଜୀକରଣ ପାଇଁ ଦୟାକରି ଯୋଗାଯୋଗ କରନ୍ତୁ ୯୬୧୯୩୨୦୯୭୧ ।
କିଛି ଚକ୍ଷୁ ରୋଗ ଓ ଉଚ୍ଚ ଆପଦ ଥିବା ମହିଳାଙ୍କ ଠାରେ ଉପଯୁକ୍ତ ପରୀକ୍ଷା କରିବା ପାଇଁ ହସ୍ପିଟାଲ୍ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ନିକଟରେ ଯେଉଁ ସମସ୍ୟା ଗୁଡ଼ିକର ବୃଦ୍ଧି ପରିଲକ୍ଷିତ ହେଉଛି ତାହା ପ୍ରତି ମଧ୍ୟ ଧ୍ୟାନ ପ୍ରଦାନ କରାଯାଉଛି । ଏହିସବୁ ସମସ୍ୟାରେ ଅନ୍ତର୍ଭୁକ୍ତ ରହିଛି ବୟସ ସମ୍ପର୍କିତ ମାକୁଲାର ଅବକ୍ଷୟ, ଅଟୋଇମ୍ୟୁନ ରୋଗର ଚକ୍ଷୁଜନିତ ସମସ୍ୟା, ମୋତିଆ ବିନ୍ଦୁ, ଶୁଷ୍କ ଆଖି, ଗ୍ଲକୋମା, ସ୍ୱଳ୍ପ ଦୃଷ୍ଟି ଶକ୍ତି, ଥାଇରଏଡ୍ ଚକ୍ଷୁ ରୋଗ ଓ ରିଫ୍ରାକଟିଭ୍ ତ୍ରୁଟି ।
ହସ୍ପିଟାଲ୍ ମଧ୍ୟ ଚକ୍ଷୁ ରୋଗର ତୀବ୍ରତାକୁ କମ୍ କରିବା ପାଇଁ ଗ୍ରହଣ କରିବାକୁ ଥିବା ସୋପାନ ବିଷୟରେ ସଚେତନତା ଅଧିବେଶନର ପରିଚାଳନା କରିବ ଯାହା ସେମାନଙ୍କ ଠାରେ ଦେଖା ଦେଇଥାଏ । ଏଥିରେ ଅନ୍ତର୍ଭୁକ୍ତ ରହିଛି ଗର୍ଭାବସ୍ଥା ସମୟରେ ହର୍ମୋନ ଅଭିବୃଦ୍ଧି, ମେନୋପଜ୍ ଓ ଅଟୋଇମ୍ୟୁନ ରୋଗ ଓ ଆହୁରି ଅନେକ ।
ଡା. ବିଜୟ କୁମାର ମହାନ୍ତି, ହେଡ୍- କ୍ଲିନିକାଲ୍ ସର୍ଭିସେସ୍, ଡା. ଅଗ୍ରୱାଲ୍ସ ଚକ୍ଷୁ ହସ୍ପିଟାଲ୍, ଏହି ଅବସରରେ କହିଛନ୍ତି ଯେ, “ବାୟୋଲୋଜିକାଲ୍ ଲିଙ୍ଗ ପାର୍ଥକ୍ୟ ହେତୁ ଆଖିର ଗଠନ, ଜିନର ପ୍ରଣାଳୀ, ଟିୟର ଗଠନ ଓ ଆଉଟ୍ ଓ ଆହୁରି ଅନେକ କାର୍ଯ୍ୟକାରୀତା ପ୍ରଭାବିତ ହୋଇଥାଏ ଯାହାକି ଚକ୍ଷୁ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ତେଣୁ ମହିଳାଙ୍କ ପାଇଁ ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା ଦୁଇଗୁଣା ଜରୁରୀ । ସେମାନେ ମଧ୍ୟ ପୋଷକ ପରିପୂରକ ନେବା ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । ମହିଳାମାନେ ୟୁଭି- ବ୍ଲକ୍ କରୁଥିବା ସନଗ୍ଲାସ ଓ ବ୍ରିମ୍ ଥିବା ଟୋପିକୁ ବାହାରକୁ ଯିବା ସମୟରେ ପିନ୍ଧିବା ଉଚିତ୍ । ଆଖିର କସମେଟିକ୍ ଓ କଂଟାକ୍ଟ ଲେନ୍ସ ବ୍ୟବହାର କରୁଥିବା ସମୟରେ ସେମାନେ ସତର୍କତା ଅବଲମ୍ବନ କରିବା ଉଚିତ୍ ଯଦ୍ୱାରା ଚକ୍ଷୁ ସଂକ୍ରମଣକୁ ଏଡ଼ା ଯାଇ ପାରିବ ।”
ଗର୍ଭାବସ୍ଥା ଓ ଚକ୍ଷୁ ରେଗା ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ସୂଚନା ପ୍ରଦାନ କରି ଡା. ମହାନ୍ତି କହିଛନ୍ତି ଯେ ଗର୍ଭାବସ୍ଥା ସମୟରେ, ଶରୀରରେ ଅଧିକ ପରିମାଣର ପାଣି ଜମା ହୋଇଥାଏ । ଏହା କର୍ଣ୍ଣିଆ ଓ ଚକ୍ଷୁର ସମ୍ମୁଖ ଭାଗକୁ ମୋଟା କରିପାରେ । ଏହି ପରିବର୍ତନ ହେତୁ ଚକ୍ଷୁର ଆଲୋକ ପ୍ରତିଫଳନ ପ୍ରଭାବିତ ହେବା ଦ୍ୱାରା ଚକ୍ଷୁ ସସମ୍ୟା ଦେଖାଦିଏ । ଏହି ସମୟରେ ଚକ୍ଷୁର ଚାପ ହାଲୁକା ଭାବରେ ହ୍ରାସ ପାଇଥାଏ । ଗର୍ଭବତୀ ମହିଳାଙ୍କ ଠାରେ ଗେଷ୍ଟେସନାଲ୍ ଡାଇବେଟିସ୍ ଦେଖା ଦେଇପାରେ, ଯେଉଁଥିରେ ରକ୍ତ ଶର୍କରା ସ୍ତର ଗର୍ଭାବସ୍ଥା ସମୟରେ ଅଧିକ ହୋଇଥାଏ ଓ କିଛିଙ୍କ ଠାରେ ଡାଇବେଟିକ୍ ରେଟିନୋପାଥି ଦେଖା ଦେଇପାରେ । ଚକ୍ଷୁରେ ରକ୍ତ ଧମନୀର କ୍ଷୟକ୍ଷତି ହେତୁ ଦୃଷ୍ଟି ସମସ୍ୟା ଦେଖାଦିଏ । ଗର୍ଭାବସ୍ଥା ଦ୍ୱାରା ମଧ୍ୟ ଶୁଷ୍କ ଆଖି ଓ ଆଲୋକ ସମ୍ବେଦନଶୀଳତା ଦେଖାଦିଏ । ଜନ୍ମ ନିୟନ୍ତ୍ରର ବଟିକାରେ ଥିବା ହରମୋନ୍ ଭାସ୍କୁଲାର ପରିବର୍ତନ କରିଥାଏ ଯଦ୍ୱାରା ପରୋକ୍ଷରେ ଦୃଷ୍ଟି ଶକ୍ତିଜନିତ ସମସ୍ୟା ଦେଖା ଦିଏ ।
“ଗର୍ଭବତୀ ମହିଳାଙ୍କ ପାଇଁ ଆଖି ସହିତ ସମଗ୍ର ଶରୀରକୁ ପୋଷଣ ପ୍ରଦାନ କରିବା ଜରୁରୀ । ସେମାନେ ପର୍ଯ୍ୟାପ୍ତ ମାତ୍ରାରେ ପତ୍ର ଥିବା ପନିପରିବା, ଫଳ, ବାଦାମ, ପର୍ଯ୍ୟାପ୍ତ ମାତ୍ରାରେ ଓମେଗା-୩ ଥିବା ମାଛ ଖାଇବା ଉଚିତ୍ । ଏହା ସହିତ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇ ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ଆବଶ୍ୟକ” ବୋଲି ଡା. ମହାନ୍ତି କହିଛନ୍ତି ।
ଚକ୍ଷୁ ସ୍ୱାସ୍ଥ୍ୟ ଓ ମେନୋପଜ୍ ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ସୂଚନା ପ୍ରଦାନ କରି ଡା. ମହାନ୍ତି କହିଛନ୍ତି ଯେ ମେନୋପଜ୍ ଓ ପ୍ରିମେନୋପଜ୍ ସମୟରେ ଶରୀର ମେନୋପଜକୁ ପ୍ରାକୃତିକ ଭାବରେ ସ୍ଥାନାନ୍ତରିତ ହୋଇଥାଏ, ଏହି ସମୟରେ ସାଧାରଣତଃ ଏଷ୍ଟ୍ରୋଜେନ୍ ନାମକ ହରମୋନ୍ ସ୍ତର ହ୍ରାସ ହୁଏ । ଏଷ୍ଟ୍ରୋଜେନ୍ କର୍ଣ୍ଣିଆ ଓ ଆଖିକୁ ପରିଷ୍କାର ରଖେ, ବାହ୍ୟ ସ୍ତରକୁ ସୁରକ୍ଷା ପ୍ରଦାନ କରେ ଯଦ୍ୱାରା ଏହା ଆଲୋକକୁ ସ୍ପଷ୍ଟ ଭାବରେ ଦେଖିପାରେ । ଯେତେବେଳେ ଏଷ୍ଟ୍ରୋଜେନ ସ୍ତର ହ୍ରାସ ହୁଏ, ଆଖିରେ ଥିବା ଅଏଲ୍ ଗ୍ଲାଣ୍ଡସ କମ୍ ଲୁବ୍ରିକେସନ ସୃଷ୍ଟି କରେ, ଯଦ୍ୱାରା ଆଖି ଶୁଷ୍କ ହୁଏ ଓ ଜାଲୁଜାଲୁଆ ଦେଖାଯାଏ । ଅଧ୍ୟୟନରୁ ଜଣା ଯାଇଛି ଯେ ୫୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କ ଠାରେ ପୁରୁଷଙ୍କ ତୁଳନାରେ ଦୁଇ ଗୁଣା ଅଧିକ ଶୁଷ୍କ ଆଖିର ସମସ୍ୟା ଦେଖାଯାଏ ।
ମହିଳାମାନଙ୍କ ଠାରେ ଅଟୋଇମ୍ୟୁନିଟି ଓ ଚକ୍ଷୁ ଉପରେ ଏହାର ପ୍ରଭାବ ସମ୍ପର୍କରେ ସୂଚନା ପ୍ରଦାନ କରି ଡା. ମହାନ୍ତି କହିଛନ୍ତି ଯେ, “ପ୍ରାୟ ୮୦% ଅଟୋଇମ୍ୟୁନ ସମସ୍ୟାରେ ପୀଡ଼ିତ ରୋଗୀମାନେ ମହିଳା ଅଟନ୍ତି । ଅଟୋଇମ୍ୟୁନ ରୋଗ ଯଥା ଲ୍ୟୁପସ, ସୋରିଆସିସ୍, ରେଇଟର୍ସ ସିଣ୍ଡ୍ରମ, ର୍ୟୁମାଟୋଏଡ୍ ଆର୍ଥାଇଟିସ୍ ଓ ୟୁଭେଇଟିସ୍ ପରି ଅନେକ ଗୁଡ଼ିଏ ସମ୍ଭାବ୍ୟ କାରଣ ମଧ୍ୟରୁ ଚକ୍ଷୁ ପ୍ରଦାହ ଅନ୍ୟତମ । ର୍ୟୁମାଟୋଏଡ୍ ଆର୍ଥାଇଟିସ୍ ହେତୁ ଶୁଷ୍କତା, କଞ୍ଜକଟିଭାର ପ୍ରଦାହ, କର୍ଣ୍ଣିଆ ପତଳା ହେବା ଓ ଅନ୍ୟାନ୍ୟ ଯନ୍ତ୍ରଣାଦାୟକ ଚକ୍ଷୁ ଅବସ୍ଥା ଦେଖା ଦେଇପାରେ, ଅନ୍ୟପକ୍ଷରେ ୟୁଭେଇଟିସ୍ ପ୍ରତ୍ୟକ୍ଷ ଭାବରେ ଡୋଳାର ପିଗମେଂଟେଡ୍ କୋଷିକାକୁ ପ୍ରଭାବିତ କରିଥାଏ ।
ସେ ପୁଣି କହିଛନ୍ତି ଯେ ଗ୍ରେଭ୍ସ ରୋଗ ହେଉଛି ଏକ ଅଟୋଇମ୍ୟୁନ ସମସ୍ୟା ଯାହାକି ଓଭରଆକ୍ଟିଭ୍ ଥାଇରଏଡ୍ ଗ୍ଲାଣ୍ଡ କ୍ଷେତ୍ରରେ ଦେଖାଦିଏ (ଯାହାକି ଥାଇରଏଡ୍ ହର୍ମୋନର ଅତ୍ୟଧିକ ସୃଷ୍ଟି କରିଥାଏ) ଯାହାକି ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ଦେଖାଦିଏ । ଏକ ଓଭରଆକ୍ଟିଭ୍ ଥାଇରଏଡ୍ ଦ୍ୱାରା ଅନେକ ଗୁଡ଼ିଏ ଚକ୍ଷୁ ସମସ୍ୟା ଯଥା ବଲଜିଂ, ଲାଲ୍ ପଡ଼ିବା ଓ କଞ୍ଜକଟିଭାର (ଆଖିର ଧଳା ଅଂଶ) ପ୍ରଦାହ , ଶୁଷ୍କ ଆଖି, ଆଲୋକ ପ୍ରତି ସମ୍ବେଦନଶୀଳତା ଓ ଡବଲ୍ ଭିଜନ ସମସ୍ୟା ଦେଖା ଦେିପାରେ । ବିପରୀତ କ୍ରମେ, ଖୁବ୍ କମ୍ ମାତ୍ରାରେ ଥାଇରଏଡ୍ ହର୍ମୋନ୍ ହେତୁ ଆଖି ଡୋଳା ଝୁଲି ପଡ଼େ ଓ ମୁଁହ ତଥା ଆଖି ଫୁଲି ଯାଏ । ଥାଇରଏଡ୍ ଜନିତ ଆଖି ରୋଗ ହେତୁ ୧୦୦,୦୦୦ ମହିଳାଙ୍କ ମଧ୍ୟରେ ୧୬ ଜଣ ବ୍ୟକ୍ତି ପ୍ରଭାବିତ ହୋଇଥାନ୍ତି ଯେତେବେଳେ କି ମାତ୍ର ୩ ଜଣ ପୁରୁଷ ଏହା ଦ୍ୱାରା ପ୍ରଭାବିତ ହୋଇଥାନ୍ତି ।
ଡା. ମହାନ୍ତି ପୁନଶ୍ଚ କହିଛନ୍ତି ଯେ, ଯେହେତୁ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଦିନ ଜୀବିତ ରହିଥାନ୍ତି ତେଣୁ ବୟସ ବୃଦ୍ଧି ସହିତ ସେମାନଙ୍କ ଠାରେ ଚକ୍ଷୁ ରୋଗର ମଧ୍ୟ ବିକାଶ ହୋଇଥାଏ । ଆଉ ମଧ୍ୟ ପରିସଂଖ୍ୟାନରୁ ଏହା ଜଣାଯାଇଛି ଯେ, ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ପ୍ରେସକ୍ରିପ୍ସନ ଓ କାଉଂଟରରେ ଉପଲବ୍ଧ ଔଷଧକୁ ଗ୍ରହଣ କରିଥାନ୍ତି । ଏଥି ମଧ୍ୟରୁ କିଛି ଔଷଧ ଦ୍ୱାରା ଗୁରୁତର ଚକ୍ଷୁ ଜନିତ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦିଏ । ମହିଳାମାନଙ୍କ ଠାରେ ଅଧିକ ମାତ୍ରାରେ ମାଇଗ୍ରେନ୍ ସମସ୍ୟା, ଅଧିକ ଭିନ୍ନକ୍ଷମତା ଓ ଦୀର୍ଘ ଆରୋଗ୍ୟ ସମୟ ନେଇଥାଏ । ମାଇଗ୍ରେନ୍ ମଧ୍ୟ ଦୃଷ୍ଟି ସମସ୍ୟା ସହିତ ଜଡ଼ିତ ଯେଉଁଥିରେ ରହିଛି ଫୋଟୋଫୋବିଆ, ଭିଜୁଆଲ୍ ଔରା ଓ ଟ୍ରାନ୍ସିଏଂଟ ଦୃଷ୍ଟିଶକ୍ତି ହାନୀ ।
ସେ ଆଶା କରିଛନ୍ତି ଯେ ସାରା ଓଡ଼ିଶରେ ଥିବା ଏହାର ସମସ୍ତ ହସ୍ପିଟାଲରେ ମାସବ୍ୟାପୀ ଚକ୍ଷୁ ଯାଂଚ ଓ ସଚେତନତା ଅଭିଯାନ ଦ୍ୱାରା ମହିଳାମାନେ ଏଥି ସମ୍ପର୍କିତ ବିପଦ ସମ୍ପର୍କରେ ସଚେତନ ହୋଇପାରିବେ, ଉତମ ଭାବରେ ଚକ୍ଷୁ ବିଷୟରେ ଜାଣିପାରିବେ ଓ କୌଣସି ସମସ୍ୟା କ୍ଷେତ୍ରରେ ଏହାର ସଠିକ୍ ସମୟରେ ନିରୁପଣ କରି ଚକ୍ଷୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିବେ ।