ହେଡଲାଇନସ୍:

ବିଏମସି ମେୟର ପଦ ପାଇଁ ପାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀନୀ ମଧୁସ୍ମିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର--ଆଜି ଭୁବନେଶ୍ୱର ମହାନଗର ନିଗମ ର ମେୟର ପଦ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ର ପ୍ରାର୍ଥୀନୀର୍ଥି ଶ୍ରୀ ମଧୁସ୍ମିତା ଆଚାର୍ଯ୍ୟ ଆଜି ଉପଜିଲ୍ଲପାଳ ଙ୍କ ଠାରେ ପାର୍ଥିପତ୍ର ଦାଖଲ କରିଛନ୍ତି।ମେୟର ପାର୍ଥି ଶ୍ରୀମତୀ ଆଚାର୍ଯ୍ୟ କଂଗ୍ରେସ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ରାମମନ୍ଦିର ଛକ ଦେଇ ହାଉସିଂ ବୋର୍ଡ ଛକ ଏବଂ ରବୀନ୍ଦ୍ର ମଣ୍ଡପ ଦେଇ ଉପ ଜିଲ୍ଲପାଳ ଙ୍କ ଅଫିସ ସମ୍ମୁଖରେ ପହଞ୍ଚି ପରେ ପାର୍ଥିପତ୍ର ଦାଖଲ କରିଥିଲେ। ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ,ବିଧାୟକ ସୁରେଶ କୁମାର ରାଉତରାୟ,ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ,ପିସିସି ଉପ ସଭାପତି ଶିବାନନ୍ଦ ରାୟ,ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ,ଏକାମ୍ର ବିଧାୟିକା ପାର୍ଥିନି ଶ୍ରୀମତୀ ରଶ୍ମି ମହାପାତ୍ର,ପିସିସି ସାଧାରଣ ସମ୍ପାଦକ କିଶୋର ଜେନା,ଚିନ୍ମୟ ସୁନ୍ଦର ଦାଶ,ପିସିସି ସମ୍ପାଦକ ସୁବ୍ରତ ମହାପାତ୍ର,ଆଇନଜୀବୀ ମିତ୍ରଭାନୁ ମହାପାତ୍ର,ବରିଷ୍ଠ ବ୍ଲକ ସଭାପତି ଅଶୋକ ଦାଶ,ଭୁବନେଶ୍ୱର ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, କୁସୁମ ପ୍ରଧାନ,ଚଇତାଳି ପଟ୍ଟନାୟକ,ସ୍ବାଧୀନବାଲା ଦାଶ,ପୁଷ୍ପିତା ଦାଶ,ଶ୍ରୀୟାସ୍ମିତା ପଣ୍ଡା ଏବଂ ୨୦ ଜଣ କର୍ପୋରେଟର ପାର୍ଥିଙ୍କ ସମେତ ଶତାଧିକ ମହିଳା,ଯୁବ,ଛାତ୍ର କଂଗ୍ରେସ କର୍ମୀ ଓ ଶୁଭେଛୁ ଉଭୟ ଶୋଭାଯାତ୍ରା ଏବଂ ପାର୍ଥି ପତ୍ର ଦାଖଲ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

0
0
0
s2sdefault