ହେଡଲାଇନସ୍:

ବିଏମସି ନିର୍ବାଚନ : ଆଜି ସୁଦ୍ଧା ମୋଟ 5 ଜଣ ମେୟର ଓ 130ଜଣଙ୍କ କର୍ପୋରେଟର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-2022 ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ ଆଜି ଆଉ 90ଜଣ ପ୍ରାର୍ଥୀ ମନୋନୟନ ପତ୍ରଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଗତକାଲି ସୁଦ୍ଧା 40 ଜଣ ପ୍ରାର୍ଥୀ ବିଭିନ୍ନ ଓ୍ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ 130ଜଣ ପ୍ରାର୍ଥୀ କର୍ପୋରେଟର ପାଇଁ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଆଜି ମେୟର ପଦବୀ ପାଇଁ 4 ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗତକାଲି ଜଣେ ପ୍ରାର୍ଥୀ ମେୟର ପଦବୀ ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ । ଏଣୁ ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ସଂଖ୍ୟା ଆଜିସୁଦ୍ଧା 5ରେ ପହଁଚିଛି । ଆଜି ମେୟର ପଦବୀ ପାଇଁ ଆଉ 7ଟି ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ସୁଦ୍ଧା ଏଥିପାଇଁ ମୋଟ 30 ଟି ଫର୍ମ ବିକ୍ରି ହୋଇଛି ।
ଗତକାଲି ସୁଦ୍ଧା ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ 713ଟି ଫର୍ମ ବିକ୍ରି ହୋଇଥିବା ବେଳେ ଆଜି ଆଉ79ଟି ଫର୍ମ ପ୍ରାର୍ଥୀମାନେ ନେଇଛନ୍ତି । ଆଜି ସୁଦ୍ଧା ସର୍ବୋମୋଟ 792 ଟି ଫର୍ମ କର୍ପୋରେଟର ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ନେଇଛନ୍ତି । ମେୟର ତଥା କର୍ପୋରେଟର ପାଇଁ ଆସନ୍ତାକାଲି 7 ତାରିଖ ଶେଷ ଦିନ ହୋଇଥିବା ବେଳେ ଆଜି ମନୋନୟନ ପତ୍ର ଦାଖଲ 5ମ ଦିନରେ କେନ୍ଦ୍ରରେ ଗହଳି ପରିଲକ୍ଷିତ ହୋଇଥିଲା । ତେବେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁପ୍ରତ୍ୟକ କାର୍ଯ୍ୟକୁ ତଦାରଖ କରି ମନୋନୟନ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ । ତତ୍ ସହିତ କମିଶନରେଟ୍ ପୁଲିସ୍ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଫଳରେ ଟ୍ରାଫିକ୍ ବ୍ୟବସ୍ଥା ଓ ଜନ ଗହଳିକୁ ସୁନିୟନ୍ତ୍ରିତ କରାଯାଇପାରିଥିଲା ।

 

 

0
0
0
s2sdefault