ଜଗତସିଂହପୁର// ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ପଲସ୍ ପୋଲିଓ ଟୀକାଦାନ କାର୍ଯ୍ୟକ୍ରମର ରବିବାର ଶୁଭାରମ୍ଭ ହୋଇଛି। ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ଓପିଡି ବିଲଡିଂଠାରେ ଜନ୍ମରୁ ପାଞ୍ଚଞ୍ଚବର୍ଷର ଶିଶୁଙ୍କୁ ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା କ୍ଷେତ୍ରବାସୀ ଦାଶ ପୋଲିଓ ବୁନ୍ଦା ପ୍ରଦାନ ଶୁଭାରମ୍ଭ କରିଥିଲେ । ଜଗତସିଂହପୁର ଜିଲ୍ଲାରେ ୧୦୫୨୬ ଦାୟିତ୍ବରେ ରହିଛନ୍ତି। ଜିଲ୍ଲାରେ ୭୯ଟି ହାଇରିସ୍କ ଅଞ୍ଚଳ ଚିହ୍ନଟ କରାଯାଇଛି। ଜିଲ୍ଲାରେ ୩୪ଟି ଟ୍ରାନ୍ଜିଟ୍ ପଏଣ୍ଟରେ ୬୮ ଜଣ ଭ୍ୟାକସିନେଟର ଜିଲ୍ଲାର ବିଭିନ୍ନ ମନ୍ଦିର ଓ ବଜାରରେ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବେ । ଆଜି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ) ଡା ପ୍ରମୋଦ କୁମାର ବାରିକ, ଡେପୁଟି ମ୍ୟାନେଜର ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଭ୍ୟାକ୍ସିନ୍ ଲଜିଷ୍ଟିକ ମ୍ୟାନେଜର ପାର୍ଥସାରଥୀ କରିଶର୍ମା,କୋଲଡେନ ଟେକନିସିଆନ୍ ମନୋରଞ୍ଜନ ମହାପାତ୍ର, ଇମ୍ୟୁନାଇଜେସନ ଆସିଷ୍ଟାଣ୍ଟ ରାଜେଶ କୁମାର ପତି, ମହିଳା କର୍ମଚାରୀ, ଆଶାକର୍ମୀ ଉପସ୍ଥିତ ଥିଲେ । ୨୮ ଓ ମାର୍ଚ୍ଚ ୧ ତାରିଖରେ ଭ୍ୟାକ୍ସିନେଟର ଘରକୁ ଘର ବୁଲି ପଲସ୍ ପୋଲିଓ ବୁନ୍ଦା ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।
ରାଜ୍ୟ
ପଲ୍ସ ପୋଲିଓ ଟିକାଦାନ ଶୁଭାରମ୍ଭ ୫୫୫ଟି କେନ୍ଦ୍ରରେ ୨୨୨୦ କର୍ମଚାରୀ ନିୟୋଜିତ
- Hits: 506